ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା, ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ ଦାବିପତ୍ର

କୋରେଇ,୧୪ା୮(ସ୍ବ.ପ୍ର.)- ଓଡ଼ିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟାସଭ୍ୟ ମହାସଙ୍ଘ କୋରେଇ ଶାଖା ପକ୍ଷରୁ ବୁଧବାର ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା ଓ ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ କୋରେଇ ବିଡିଓଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ଆସନ୍ତା ୧୬ ତାରିଖରେ ଜିଲାପାଳ ଓ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଙ୍ଘ ସଭାପତି ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି। ପଞ୍ଚାୟତ ରାଜ ବିଧି ଅନୁଯାୟୀ ପ୍ରତି ୨ ମାସରେ ସମିତି ବୈଠକ ହେବା କଥା କିନ୍ତୁ କୋରାଇ ବ୍ଲକରେ ୧୦ ମାସ ହେବ ବୈଠକ ହୋଇ ନାହିଁ ା ପଞ୍ଚାୟତ ସମିତିରେ ପାରିତ ସଙ୍କଳ୍ପର ନକଲ ପ୍ରତ୍ୟକ ସଭ୍ୟଙ୍କୁ ୧୫ ଦିନ ମଧ୍ୟରେ ଅବଗତ ଓ ସଂଶୋଧନ ନିମନ୍ତେ ପ୍ରେରଣ କରାଯାଉ ନାହିଁ ା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସମ୍ପୃକ୍ତ ବିଭାଗର ଅଧିକାରୀ ପ୍ରଦାନ ନ କରିବା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ବୈଠକକୁ ଠିକଭାବେ ନ ଡାକିବା, ପଞ୍ଚାୟତ ସମିତି ଗଠନର ୨ ବର୍ଷ ୬ମାସ ବିତିଥିଲେ ମଧ୍ୟ ଅଦ୍ୟାବଧି ସ୍ଥାୟୀ କମିଟି ଗଠନ ହୋଇ ନାହଁି। ଏପରିକି ପଞ୍ଚାୟତ ସମିତିର ବିନା ଅନୁମୋଦନ ଓ ଅଗୋଚରରେ ପଞ୍ଚାୟତ ସମିତିରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟହେବା, ୨୦୧୯-୨୦ ଫନୀ ବାତ୍ୟା ପ୍ରକଳ୍ପଗୁଡିକ ଚୟନ ସମିତିରେ ଆଲୋଚନା କରା ନ ଯାଇ ପାରିତ ବେହା, ବ୍ଲକ ପରିସରରେ କମନରୁମ ନ ହେବା ଆଦି ବିଭିନ୍ନ ଦାବି ସମ୍ଭଳିତ ଦାବିପ୍ରତ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ସଭପତି ସାହୁଙ୍କ ସମତେ ଉପଦେଷ୍ଟା କୁଳମଣୀ ଦାସ, ଅନିଲ କୁମାର ମହାପାତ୍ର, ସେକ ଜହର ଅଲ୍ଲୀ, ଅଶୋକ ବାରିକ, ମନ୍ମଥ ଜେନା, ନୀଳମାଧବ ଚକ୍ର, ତିଳୋତମା ସେଠୀ, ନିଳାଦ୍ରୀ ଭୁଷର ସାହୁ, ଜୟନ୍ତୀ ସାହୁ, ମମତାରାଣୀ ଘଡାଇ, ଭାନୁପ୍ରଭା କରଣ, ମଧୁସୂଦନ ସାହୁ, କ୍ଷୀରୋଦ ଦାସ, ତିଳୋତମା ସାହୁ, ଗଭିନ ଦଳାଇ, ପ୍ରତିମା ରାଉତ, ସଜୁଲତା ଖଟୁଆ, ଉମାକାନ୍ତ ବେହେରା, ନିତ୍ୟାନନ୍ଦ ସାହୁ, ବଟକୃଷ୍ଣ ମଳିକ, ନିର୍ମଳା ବେହେରା, ମାଣିକ ଦାସ, ଅମିତା ସାହୁ, ରାଧାରାଣୀ ପାତ୍ର, ପାର୍ବତୀ ବେହେରା ପ୍ରମୁଖ ଆନ୍ଦୋଳନରେ ଯୋଗଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା...

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri