Odisha Elections 2024
Posted inଫୁରସତ

ଆଲକହଲ ପିଇଲେ କମିଯାଏ ପେଟର ଚର୍ବି! ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ…

ମଦ ସୌକିନ ଲୋକ ମଦ ପିଇବା ପାଇଁ ବିଭିନ୍ନ ବାହାନା ଆପଣାଇଥା’ନ୍ତି। କ୍ଷତି ଠାରୁ ଅଧିକ ଲୋକଙ୍କୁ ସେମାନେ ଲାଭ ସମ୍ପର୍କରେ ସୂଚନା ଦେଇଥାନ୍ତି। ତେବେ ଆଲକହଲ ମୋଟା କି ପତଳା କେଉଁ ଲୋକଙ୍କ ବେଶୀ କ୍ଷତି କରାଏ ଜାଣନ୍ତି କି…

ଅନେକ ଅଧ୍ୟୟନରୁ ଜଣାପଡିଛି କି, ସୀମିତ ପରିମାଣରେ ମଦ୍ୟପାନ କରିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ମୋଟା ଲୋକମାନେ ଯୁକ୍ତି ବାଢନ୍ତି କି, ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ପେଟର ଚର୍ବି କମିଥାଏ। ଅନ୍ୟପକ୍ଷରେ, ମଦ୍ୟପାନ କରୁଥିବା ପତଳା ଲୋକ ଯୁକ୍ତି କରନ୍ତି ଯେ, ମଦ ପିଇବା ଦ୍ୱାରା ଖାଦ୍ୟ ସଠିକ ଭାବରେ ହଜମ ହୋଇଥାଏ। ତେବେ ଏହା କଣ ସତ?

ଏହି ପରିପ୍ରେକ୍ଷୀରେ, ଦିଲ୍ଲୀର ଲିଭର ହସ୍ପିଟାଲ ଇନଷ୍ଟିଚ୍ୟୁଟ ଅଫ ଲିଭର ଏବଂ ବିଲିୟାରି ସାଇନ୍ସର ନିର୍ଦ୍ଦେଶକ ଡକ୍ଟର ଏସ.କେ ସରିନ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ମଦ୍ୟପାନ କରନ୍ତି, ଏହା ସିଧାସଳଖ ପେଟରେ ଅବର୍ଜଭ ହୋଇଯାଏ। ଅବଶିଷ୍ଟ, ଖାଦ୍ୟ ଅନ୍ତନଳୀ ଦେଇ ଯାଇ ହଜମ ହୁଏ। ୯୦ ପ୍ରତିଶତ ମଦ ପେଟରୁ ସିଧାସଳଖ ଯକୃତକୁ ଯାଏ। ଏପରି ପରିସ୍ଥିତିରେ, ମଦ୍ୟପାନ ଯକୃତରେ ପ୍ରଭାବ ପକାଇଥାଏ।

ଏହି କାରଣରୁ ଯକୃତର ସମ୍ପୂର୍ଣ୍ଣ ଏନଜାଇମ ପ୍ରଣାଳୀ ବିଷାକ୍ତ ହୋଇଯାଏ ଏବଂ ସମସ୍ତ କୋଷରେ ଚର୍ବି ଜମା ହୋଇଯାଏ। ଶରୀରରେ ମୋଟାପଣ ହେତୁ ଯକୃତକୁ ଆସୁଥିବା ଚର୍ବି, ଆହୁରି ତିନି-ଚାରି ପେଗ୍‌ ପରେ ଯକୃତରେ ଚର୍ବି ବଢାଇଥାଏ। ଯାହାଯୋଗୁ ଲିଭର ଫ୍ୟାଟି ଲିଭର ହୋଇଯାଏ। ଏପରି ପରିସ୍ଥିତିରେ, ଯଦି ଜଣେ ବ୍ୟକ୍ତି ପୂର୍ବରୁ ମେଦବହୁଳତାର ଶିକାର ହୋଇଥାନ୍ତି, ଆଲକହଲ ପିଇବା ଦ୍ୱାରା ଲିଭରରେ ଚର୍ବି ଜମା ହୋଇ ଏଥିରେ ଗୁରୁତର ପ୍ରଭାବ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ବ୍ରେକ୍‌ଅପ୍‌ କରିଦେବାରୁ ଖର୍ଚ୍ଚର ହିସାବ ପଠାଇଲେ ଚାର୍ଟାର୍ଡ ପ୍ରେମିକ, ତାଲିକା ଦେଖିଲେ…

ଆଜିକାଲି ରିଲେସନଶିପ୍‌ ତାସ ପରି ହୋଇଗଲାଣି। କ୍ଷଣିକ ମଧ୍ୟରେ ବାଜି ପଲଟି ଯାଉଛି। କିଛି ସମ୍ପର୍କ ମଧ୍ୟ ଠିକ୍‌ ଏମିତି ହୋଇଗଲାଣି। କିଛି ଦିନ କିମ୍ବା...

ସ୍ମରଣୀୟ ଦିବସ ଏଭରେଷ୍ଟ ଡେ’

ପ୍ରତିବର୍ଷ ମେ’ ୨୯କୁ ଅନ୍ତର୍ଜାତୀୟ ଏଭରେଷ୍ଟ ଡେ’ ଭାବେ ପାଳନ କରାଯାଉଛି। ୧୯୫୩ର ଏହି ଦିନରେ ସୁଉଚ୍ଚ ଏଭରେଷ୍ଟ ଆରୋହଣ କରିବାରେ ସକ୍ଷମ ହୋଇଥିଲେ ନେପାଳର...

ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ...

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର...

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri