Posted inଜାତୀୟ

ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଖାରଜ: ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମନା

ନୂଆଦିଲ୍ଲୀ,୧୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପୁଣି ଫେରି ପାଇବା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ‘ମୋଦି ଉପନାମ’ ସମ୍ପର୍କିତ ବିବାଦୀୟ ମନ୍ତବ୍ୟରେ ରାହୁଲଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ ସେ ସଦସ୍ୟତା ହରାଇଥିଲେ। ତେବେ ଗତ ବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। ଏହି କାରଣରୁ ରାହୁଲ ସଦସ୍ୟତା ପୁଣି ଫେରି ପାଇଥିଲେ। ସୁପ୍ରିମକୋର୍ଟ କେବଳ ସଦସ୍ୟତା ପୁଣି ଫେରି ପାଇବା ବିରୋଧରେ ଆବେଦନକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି, ବରଂ ଆବେଦନକାରୀଙ୍କ ଉପରେ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନକୁ ଭିତ୍ତିହୀନ ବୋଲି କହି କୋର୍ଟ ଆବେଦନକାରୀ ଅଶୋକ ପାଣ୍ଡେଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମନା ଲଗାଇଛନ୍ତି। ଏହାପୂର୍ବରୁ ଲକ୍ଷ୍ମୀଦୀପ ଏମ୍‌ପି ମହମ୍ମଦ ଫୈଜଲଙ୍କ ସଦସ୍ୟତା ପୁଣି ଫେରି ପାଇବାକୁ ଚ୍ୟାଲେଞ୍ଜ କରି ପାଣ୍ଡେଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫଳାଫଳ ପୂର୍ବରୁ ମୋଦିଙ୍କୁ ନେଇ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ

ଫଳାଫଳ ପୂର୍ବରୁ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ ଅଯୋଧ୍ୟା,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ, ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି...

ଜମ୍ମୁ-କଶ୍ମୀରରେ କେବେ ହେବ ବିଧାନସଭା ନିର୍ବାଚନ: ସିଇସି କଲେ ଖୁଲାସା

ନୂଆଦିଲ୍ଲୀ,୩।୬: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଲୋକ ସଭା ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।...

ଗୋଟିଏ ପରିବାରର ୪ ଭଉଣୀ ଭାଇ ନିଖୋଜ, ପତ୍ତା ପାଉନି ପୋଲିସ୍‌

ମୁମ଼୍ବାଇ, ୩।୬: ମହାରଷ୍ଟ୍ରର ରାଜଧାନୀ ମୁମ଼୍ବାଇରୁ ଗୋଟିଏ ପରିବାରର ୪ ଜଣ ଭଉଣୀ ଭାଇ ନିଖୋଜ ହୋଇଯାଇଛନ୍ତି। ୪ ଭଉଣୀ ଭାଇ ଘର ଛାଡ଼ି ଟ୍ରେନ୍‌ରେ...

୪୬ ଆସନ ଜିତିବା ପରେ ବି ଭାଜପାକୁ ଲାଗିଲା ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୩।୬: ଭାରତୀୟ ଜନତା ପାର୍ଟି ଅରୁଣାଚଳ ପ୍ରଦେଶରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ୬୦ଟି ବିଧାନସଭା ଆସନ ମଧ୍ୟରୁ ଭାଜପା ୬୦ଟି ଜିତିଛି।...

ଅଖିଳେଶ ଯାଦବଙ୍କ ଅଭିଯୋଗ ସତ! ନିର୍ବାଚନ କମିଶନ ମାନିଲେ ଭୁଲ…

ନୂଆଦିଲ୍ଲୀ,୩।୬: ଜୁନ ୪ରେ ଦେଶରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଫଳାଫଳ ଘୋଷଣା ହେବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ...

ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି

ନୂଆଦିଲ୍ଲୀ, ୩।୬: ଇଣ୍ଡିଆନ୍‌ ଏୟାର ଫୋର୍ସ ବା ଭାରତୀୟ ବାୟୁସେନାରେ ଟେକ୍ନିକାଲ ଏବଂ ନନ୍‌-ଟେକ୍ନିକାଲ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ...

ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ…

ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ...

‘୪୦୦ ପାର୍‌’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍‌’

ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍‌’ ନାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri