Posted inଖେଳ

ଏକାସାଙ୍ଗରେ ସନ୍ନ୍ୟାସ ଘୋଷଣା କଲେ ୪ ବିଶ୍ୱ ଚାମ୍ପିୟନ କ୍ରିକେଟର

ନୂଆଦିଲ୍ଲୀ,୧୯।୧: ଜଣେ ଖେଳାଳି ଅବସର ନେବା ସାଧାରଣ କଥା। ପ୍ରତ୍ୟେହ କୌଣସି ନା କୌଣସି ଖେଳାଳି ତାଙ୍କ କାରିୟରକୁ ବିଦାୟ ଦିଅନ୍ତି, ହେଲେ ଆଶ୍ଚର୍ଯ୍ୟ ସେତେବେଳେ ଲାଗିଥାଏ ଯେତେବେଳେ ଗୋଟିଏ ଦେଶର ଏକାଧିକ ଖେଳାଳି ଏକାସାଙ୍ଗରେ ଅବସର ଘୋଷଣା କରନ୍ତି। ଓ୍ବେଷ୍ଟଇଣ୍ଡିଜରେ ଏଭଳି ଘଟଣା ଘଟିଛି। ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବାରୁ ଅନେକ ପୁରୁଷ ଖେଳାଳି ବିଶ୍ୱର ଅନ୍ୟ ଲିଗ୍‌ ଖେଳିବାକୁ ପସନ୍ଦ କରୁଛନ୍ତି। ହେଲେ ଏବେ ଦେଶର ୪ ମହିଳା କ୍ରିକେଟର ଏକାଠି ଖେଳରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅନିସା ମହମ୍ମଦ, ଶାକିରା ସେଲମାନ, କାୟାସିଆ ଏବଂ କାଇସୋନା ନାଇଟ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଉଥିବା କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।

ୱେଷ୍ଟଇଣ୍ଡିଜ ମହିଳା ଦଳ ୨୦୧୬ରେ ଭାରତରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ଜିତି ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହି ୪ ଜଣ ଉକ୍ତ ଐତିହାସିକ ବିଜୟର ଅଂଶ ଥିଲେ। ଏହା ପରେ କିନ୍ତୁ ୱେଷ୍ଟଇଣ୍ଡିଜ ମହିଳା ଦଳ ପୁନର୍ବାର ବିଶ୍ୱ ଚାମ୍ପିଅନ ହୋଇପାରିନାହିଁ।

ଅଫ ସ୍ପିନର ମହମ୍ମଦ ୨୦୦୩ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଏବଂ ସେହି ସମୟରେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ସେ ଦିନିକିଆ ଏବଂ ଟି୨୦ରେ ଦେଶ ପାଇଁ ସର୍ବାଧିକ ଉଇକେଟ ନେଇଛନ୍ତି।

ଦ୍ରୁତ ବୋଲର ସେଲମାନ ୨୦୦୮ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଡବଲନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ତାଙ୍କର ୧୮ ବର୍ଷ କ୍ୟାରିଅରରେ ସେ ୧୦୦ ଟି ଦିନିକିଆ ମ୍ୟାଚରେ ୮୨ ଉଇକେଟ ଏବଂ ୯୬ ଟି -୨୦ ମ୍ୟାଚରେ ୫୧ ଉଇକେଟ ନେଇଥିଲେ। ଫେବୃଆରୀ ୨୦୨୩ ରେ ସେ ଟି -୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱେଷ୍ଟଇଣ୍ଡିଜ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।

କେସିଆ ଏବଂ କାଇଶୋନା ଭଉଣୀ ଅଟନ୍ତି । ଆସନ୍ତା ମାସରେ ଉଭୟ ୩୨ ବର୍ଷ କରିବାକୁ ଯାଉଛନ୍ତି। ୨୦୧୧ ରେ ୱେଷ୍ଟଇଣ୍ଡିଜ ପାଇଁ କେସିଆ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ୨୦୧୩ ରେ କାଇଶୋନା ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଉଇକେଟ କିପର-ବ୍ୟାଟ୍ସମ୍ୟାନ କେସିଆ ନିଜ ଦେଶ ପାଇଁ ୮୭ ଟି ଦିନିକିଆ ମ୍ୟାଚରେ ୧୩୨୭ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ୭୦ ଟି -୨୦ ମ୍ୟାଚରେ ୮୦୧ ରନ ସଂଗ୍ରହ କରିଥିଲେ। ଯେତେବେଳେ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ କାଇଶୋନା ୫୧ ଟି ଦିନିକିଆ ମ୍ୟାଚରେ ୮୫୧ ରନ ଏବଂ ୫୫ ଟି -୨୦ ମ୍ୟାଚରେ ୫୪୬ ରନ ସ୍କୋର କରିଛନ୍ତି। ଡିସେମ୍ବର ୨୦୨୨ ରେ ବ୍ରିଜଟାଉନରେ ଇଂଲଣ୍ଡ ବିପକ୍ଷରେ ଉଭୟ ଦେଶ ପାଇଁ ଶେଷ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri