ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟାମ୍‌ସଭ୍ୟ ଏବଂ ଓ୍ବାର୍ଡସଭ୍ୟ ପ୍ରମୁଖ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି।

ସୂଚନା ମୁତାବକ, ସ୍ଥାନୀୟ ବ୍ଲକ ପ୍ରଶାସନ ପଞ୍ଚାୟତ ସ୍ତରର ଜନପ୍ରତିନିଧିମାନଙ୍କୁ ଅଣଦେଖା କରି ନିଜ ମନମୁତାବକ କାର୍ଯ୍ୟ କରୁଥିବା ଏବଂ ପଞ୍ଚାୟତସ୍ତରରୁ ଆସୁଥିବା ପ୍ରସ୍ତୁତ ଯୋଜନାକୁ ଗୁରୁତ୍ୱ ଦେଉ ନ ଥିବା ସହ ପ୍ରକୃତ ହିତାଧିକାରୀ ଚିହ୍ନଟ ନକରି ନିଜ ଇଛା ମୁତାବକ ଆବାସ ଗୃହ ବଣ୍ଟନ ସହ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି। ଅଫିସର୍‌ ରାଜକୁ ଦୃଢ଼ ଭାବେ ନିନ୍ଦା କରି ଦୁଇରୁ ତିନିଟି ଠିକାଦାରଙ୍କୁ ଗୁରୁତ୍ୱ ଦେଇ ପଞ୍ଚାୟତ ସ୍ତରର ଜନପ୍ରତିନିଧି କାହା ଇଙ୍ଗିତରେ ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ। ଏହିପରି କି କାର୍ଯ୍ୟରତ ବିଡିଓ ଲୋକଙ୍କ ସମସ୍ୟା କେତେ ସମାଧାନ କରିଛନ୍ତି ବୋଲି ଦାବି ଉଠାଇ ପଞ୍ଚାୟତ ସ୍ତରରେ ବ୍ଲକ ପ୍ରଶାସନ ପକ୍ଷରୁ ହେଉଥିବା ଜନଶୁଣାଣି ନାମକୁମାତ୍ର ହେଉଛି। ବର୍ତ୍ତମାନର ବିଡିଓ କାର୍ଯ୍ୟରେ ଯୋଗ ଦେବାର ୧୧ ମାସରେ କି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ବୋଲି ମୁତୟନ ପୋଲିସ ପ୍ରଶାସନ ଏବଂ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ନିୟୋଜିତ ହୋଇଥିବା ତହସିଲଦାର ଦେବବ୍ରତ କରାତିଙ୍କୁ ପ୍ରଶ୍ନ କରି ଆମେ ବିଡିଓଙ୍କୁ ସାକ୍ଷାତ କରିବାକୁ ଚାହୁଁନାହୁଁ। ଯାହା କହିବାର ଅଛି ଧାରଣାସ୍ଥଳେ ଆସି ଆମ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଦାବି କରି ହୋ-ହଲ୍ଲା କରିଥିଲେ। ସେପଟେ ବ୍ଲକ ଫାଟକ ସମୁଖରେ ଟେଣ୍ଟ ଲଗାଇବା ପାଇଁ ଅନୁମତି ଆଣି ନ ଥିବାରୁ ପୋଲିସ ଟେଣ୍ଟ ଲଗାଇବାକୁ ମନା କରିଥିବାରୁ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟାସଭ୍ୟମାନଙ୍କ କ୍ଷେତ୍ରରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ନିୟୋଜିତ ହୋଇଥିବା ତହସିଲଦାର କରାତି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଧାରଣାରତ ଜିଲାପରିଷଦ ସଭ୍ୟାସଭ୍ୟ, ସମିତି ସଭ୍ୟାସଭ୍ୟଙ୍କୁ ବୁଝାଶୁଝା କରିବା ପରେ ଧାରଣାରୁ ଉଠିଛନ୍ତି। ଜିଲାପରିଷଦ ସଭ୍ୟ ଲଇଚନ ଖରା ଉପସ୍ଥିତ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଲିଖିତ ଦାବି ଉପରେ ଯଦି ଗୁରୁତ୍ୱ ଦିଆ ନ ଯାଏ ତେବେ ଆଗାମୀ ଦିନରେ ଜନଆନ୍ଦୋଳନ କରିବାକୁ ପଛାଇବାକୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?