ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ ଡକାଇ ତାଙ୍କ ସହ ଆଲୋଚନା କରି କଡା ତାଗିଦ କଲେ ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଯାନୀ । ଭବିଷ୍ୟତରେ ଯଦି ଏଭଳି ଅଭିଯୋଗ ହୁଏ ତାହେଲେ ସାମନଙ୍କର ଲାଇସେନ୍ସ ରଦ୍ଦ କରାଯିବ ବୋଲି କହି ସେ ତାଗିଦ୍ କରିଛନ୍ତି ।

କହିରଖୁଛୁ କି, ଗଞ୍ଜାମ ସହରର ରାସ୍ତା ଉପରେ ଏକ କୁକୁର ଶୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବସ୍ ଚାଳକ ଜଣକ ହର୍ନ ମାରିଥିଲେ । କୁକୁରଟି ଉଠିବାରେ ସାମାନ୍ୟ ବିଳମ୍ବ କରିବାରୁ ଚାଳକ ଜଣକ ଧୌର୍ଯ୍ୟ ହରାଇ ତା’ ଗୋଡ଼ ଉପରେ ବସ ଚଢ଼ାଇ ଦେଇଥିଲେ। ଫଳରେ କୁକୁରଟି ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇଥିଲା। ସ୍ଥାନୀୟ ଗୋ-ରକ୍ଷକ ତଥା ସାମାଜିକ କର୍ମୀ ଏଲେୟା ଏହାକୁ ବିରୋଧ କରିବାରୁ ଚାଳକ ଜଣକ ଅତି ଅଶୋଭନୀୟ ଭାବେ କହିଥିଲେ, “ଏଇଟା ଗୋଟେ ଦେଶୀ କୁକୁର, ଏଥିପାଇଁ କ’ଣ ଦେଶ ଭାସିଗଲା?” ଏତିକିରେ ସେ ଅଟକି ନ ଥିଲେ, ବରଂ ଉପହାସ କରି ୧୦୦ ଟଙ୍କା ବଢ଼ାଇ ଦେଇ ଚିକିତ୍ସା କରିବାକୁ କହିଥିଲେ।

ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଡିଓ ଡ୍ରାଇଭରଙ୍କମାନଙ୍କୁ ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?