ବଡ଼ ଖବର: ରାଜ୍ୟରେ ବଢିବ ବିଜୁଳି ଦର? ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୨୫ା୩(ରବିନାରାୟଣ ଜେନା): ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଘରୋଇ ତଥା ଖୁଚୁରା ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଟାରିଫ୍‌ ବୃଦ୍ଧି କରାଯିବ ନାହିଁ ବୋଲି ଓଇଆର୍‌ସି ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିିଛନ୍ତି।
ସଚିବ କହିଛନ୍ତି, ଚଳିତ ବର୍ଷ(୨୦୨୫-୨୬) ବଳବତ୍ତର ଥିବା ଟାରିଫ୍‌ ଆସନ୍ତା ବର୍ଷ(୨୦୨୬-୨୭)ରେ ମଧ୍ୟ ଅପରିବର୍ତ୍ତିତ ରହିବ। ଅକ୍ଷୟ ଶକ୍ତି ଉତ୍ପାଦନ ଓ ବ୍ୟବହାର ଏବଂ ଶିଳ୍ପ ବିଦ୍ୟୁତ୍‌ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଗଙ୍କ ପକ୍ଷରୁ କିଛି ନିର୍ଦ୍ଦିିଷ୍ଟ ଉପଭୋକ୍ତାଙ୍କ ଟାରିଫ୍‌ରେ ପରିବର୍ତ୍ତନ କରାଯାଇଛି। ଇଏଚ୍‌ଟି ବିଦ୍ୟୁତ୍‌ ଉପଭୋକ୍ତା ନିଜ ଲୋଡ୍‌ର ୮୦%ରୁ ଅଧିକ ବ୍ୟବହାର କଲେ ତାହା ଉପରେ ୨୦ ପଇସା ଜାଗାରେ ୩୦ ପଇସା ରିହାତି ପାଇବେ। ମେଗା ଉଠା ଜଳସେଚନ ପ୍ରକଳ୍ପ(ଏଚ୍‌ଟି ଏବଂ ଇଏଚ୍‌ଟି)ଗୁଡ଼ିକୁ ବାଣିଜ୍ୟ ଉପଭୋକ୍ତା ବର୍ଗରେ ରଖାଯାଇଛି। ସେମାନେ ସୋଲାର ସମୟ(ସକାଳ ୮ରୁ ଅପରାହ୍ନ ୪ଟା)ରେ ବ୍ୟବହାର କରୁଥିବା ବିଦ୍ୟୁତ୍‌ ଉପରେ ୟୁନିଟ୍‌ ପିଛା ୨ ଟଙ୍କା ରିହାତି ପାଇବେ ଏବଂ ଅନ୍ୟ ସମୟରେ ୟୁନିଟ୍‌ ପିଛା ୧ ଟଙ୍କା ରିହାତି ମିଳିବ। ଯେଉଁ ଉପଭୋକ୍ତାମାନଙ୍କର ବିଦ୍ୟୁତ୍‌ ଚାହିଦା(ଲୋଡ୍‌) ୧୦ କିଲୋୱାଟ୍‌ରୁ ଅଧିକ ଏବଂ ସ୍ମାର୍ଟମିଟର ଲଗାଇଥିବେ ସେମାନେ ସୋଲାର ସମୟ ବିଦ୍ୟୁତ୍‌ ବ୍ୟବହାର ଉପରେ ନିଜ ଟାରିଫ୍‌ଠାରୁ ୧୦% କମ୍‌ ଦେବେ ଏବଂ ପିକ୍‌ ସମୟ(ସା ୬ରୁ ରାତି ୧୨) ବିଦ୍ୟୁତ୍‌ ବ୍ୟବହାର ଉପରେ ଅଧିକ ୧୦% ପଇଠ କରିବେ। ପ୍ରଥମଥର ପାଇଁ ୧୦୦ କିଲୋୱାଟ୍‌ କିମ୍ବା ତଦୂର୍ଦ୍ଧ୍ୱ ଏଲ୍‌ଟି ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଖୋଲାବଜାରରୁ ବିଦ୍ୟୁତ୍‌ କ୍ରୟ କରିବା ପାଇଁ ସୁଯୋଗ ଦିଆଯାଇଛି। ସେହିପରି ଓଏଚ୍‌ପିସି ହାରାହାରି ଟାରିଫ୍‌ ଚଳିତ ବର୍ଷ ପାଇଁ ୟୁନିଟ୍‌ ପିଛା ୧୦୦.୨୩ ପଇସା ଥିବାବେଳେ ତାହାକୁ କମ୍‌ କରି ୯୯.୨୨ ପଇସା ଧାର୍ଯ୍ୟ କରାଯାଇଛି। ଓପିଜିସି ପ୍ରଥମ ପର୍ଯ୍ୟାୟ ୟୁନିଟ୍‌ ୧ ଓ ୨ ପ୍ଳାଣ୍ଟର ଟାରିଫ ହ୍ରାସ ହୋଇଛି। ଫଳରେ ଗ୍ରୀଡ୍‌କୋ ବାର୍ଷିକ ୯୦ କୋଟି ଟଙ୍କା ସଞ୍ଚୟ କରିବ, ଯାହାର ସିଧାସଳଖ ଲାଭ ଉପଭୋକ୍ତା ପାଇବେ।
ପଟ୍ଟନାୟକ ଆହୁରି କହିଛନ୍ତି, ଓପିଟିସିଏଲ୍‌ର ସଞ୍ଚାରଣ ଟାରିଫ୍‌ ଚଳିତ ବର୍ଷ ପାଇଁ ୟୁନିଟ୍‌ ପିଛା ୨୫.୫୦ ପଇସା ଥିବାବେଳେ ତାହାକୁ ହ୍ରାସକରି ୨୪ ପଇସା ଧାର୍ଯ୍ୟ କରିଛନ୍ତି। ସେହିପରି ଗ୍ରୀଡ୍‌କୋର ବିଦ୍ୟୁତ୍‌ ପାଇକାରି କ୍ରୟମୂଲ୍ୟ ଚଳିତ ବର୍ଷ ପାଇଁ ୟୁନିଟ୍‌ ପିଛା ୩୩୧.୧୦ ପଇସା ଥିବାବେଳେ ଆସନ୍ତା ବର୍ଷ ଲାଗି ସାମାନ୍ୟ ହ୍ରାସକରି ୩୩୦.୯୫ ପଇସା ଧାର୍ଯ୍ୟ କରାଯାଇଛି। ଏହି ଅବସରରେ ସଚିବ କହିଛନ୍ତି, ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକର ସିଏଜି ଅଡିଟ୍‌ କରିବା ପାଇଁ ଆୟୋଗ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି।
ଓଇଆର୍‌ସିର ବିଦ୍ୟୁତ୍‌ ଟାରିଫ୍‌କୁ ରାଜ୍ୟ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘର ରାଜ୍ୟ ସମ୍ପାଦକ ରବି ବେହେରା ସ୍ବାଗତ କରି କହିଛନ୍ତି, ବିଦ୍ୟୁତ୍‌ ଦର କେବଳ ସ୍ଥିର ରହିଲେ ହେବନାହିଁ। ଗତ ୭ ବର୍ଷ ମଧ୍ୟରେ ଉପଭୋକ୍ତାଙ୍କଠାରୁ ଆଦାୟ ହୋଇଥିବା ଅତିରିକ୍ତ ୭ ହଜାର ୧୪୫ କୋଟି ଟଙ୍କା ଫେରସ୍ତ ଉପରେ ଓଇଆର୍‌ସି ନୀରବ ରହିବା ଚିନ୍ତାଜନକ।
ସେହିପରି ବିଦ୍ୟୁତ୍‌ ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଏ ବର୍ଷକୁ ମିଶାଇ ଲଗାତର ୫ ବର୍ଷ ଧରି ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ନ ହେବା ପଛର ମୁଖ୍ୟ କାରଣ ହେଉଛି, ଆୟୋଗ ଯେଉଁ ହାରାହାରି ଟାରିଫ୍‌ ଧାର୍ଯ୍ୟ କରୁଛନ୍ତି ତା’ଠାରୁ ବିତରଣ କମ୍ପାନୀଗୁଡ଼ିକ ଅଧିକ ଅଦାୟ କରୁଛନ୍ତି। ୨୦୧୭-୧୮ରୁ ୨୦୨୪-୨୫ ମଧ୍ୟରେ ବିତରଣ କମ୍ପାନୀଗୁଡ଼ିକ ଆୟୋଗ ଧାର୍ଯ୍ୟ କରିଥିବା ଟାରିଫ୍‌ଠାରୁ ଅଧିକ ୭୧୪୫ କୋଟି ଟଙ୍କା ଆଦାୟ କରିଥିଲେ ବି ଏପର୍ଯ୍ୟନ୍ତ ତାହା ଉପଭୋକ୍ତାଙ୍କୁ ଫେରସ୍ତ କାହିଁକି କରାଯାଇନାହିଁ ସେନେଇ ଓଇଆର୍‌ସି ସ୍ପଷ୍ଟ କରିବା ଆବଶ୍ୟକ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଖୁଚୁରା ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ପ୍ରଥମ ୫୦ ୟୁନିଟ୍‌ ପର୍ଯ୍ୟନ୍ତ ୨ଟଙ୍କା ୯୦ ପଇସା ରହିଛି। ୫୧ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ୪ଟଙ୍କା ୭୦ ପଇସା ଟାରିଫ୍‌ ଥିବାବେଳେ ୨୦୧ରୁ ୪୦୦ ୟୁନିଟ୍‌ ପର୍ଯ୍ୟନ୍ତ ୫ଟଙ୍କା ୭୦ ପଇସା ଏବଂ ୪୦୦ରୁ ଊର୍ଦ୍ଧ୍ୱ ୟୁନିଟ୍‌ ପିଛା ୬ ଟଙ୍କା ୧୦ପଇସା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?