କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି ସକାଳୁ କାଦୁଆପଡ଼ାସ୍ଥିତ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟକୁ ବାହାରି ଯାଇଥିଲେ ଜଗତ୍‌ସିଂହପୁର ନିକଟ ଅଳସୁଦା ଗ୍ରାମର ସୁରେନ୍ଦ୍ର ସାହୁଙ୍କ ଝିଅ ତୃପ୍ତିମୟୀ ସାହୁ। ସେ ଯୁକ୍ତ ୩ ତୃତୀୟ ବର୍ଷ ବିଜ୍ଞାନ (ପ୍ରାଣୀ ବିଜ୍ଞାନ ସମ୍ମାନ) ଛାତ୍ରୀ ଥିଲେ। କଲେଜରେ ପହଞ୍ଚିବା ପରେ ସାଙ୍ଗମାନଙ୍କ ନାଚଗୀତ ସାଙ୍ଗକୁ ଭରପୂର ମଜା କରିଥିଲେ। ଭୋଜି ସରିବା ପରେ ଅନ୍ୟମାନଙ୍କ ପରି ଘରମୁହାଁ ହୋଇଥିଲେ। ଅନ୍ୟ ଦିନ ପରି ପ୍ରଥମେ ବସ୍‌ରେ ଜଗତ୍‌ସିଂହପୁର ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ଏହାପରେ ସାଇକେଲ ଷ୍ଟାଣ୍ଡରୁ ସାଇକେଲ ନେଇ ଘରକୁ ଫେରଥିଲେ। ଏହାହିଁ ଥିଲା ତାଙ୍କ ଜୀବନର ଶେଷଯାତ୍ରା। ମାତ୍ର କିଛି ମିନିଟ୍‌ ଭିତରେ କାର୍‌ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି।
ଜଗତ୍‌ସିଂହପୁର ଜିଲା ବାଲିକୁଦାଠାରେ ଏକ ଟ୍ରକ୍‌ ଦୁର୍ଘଟଣାରେ ମଙ୍ଗଳବାର ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ଅର୍ଥାତ୍‌ ବୁଧବାର ଜିଲା ସଦର ମହକୁମାରେ ଆଉ ଏକ ଦୁର୍ଘଟଣା କେବଳ ତୃପ୍ତିମୟୀଙ୍କ ପରିବାର ନୁହେଁ, ଜଗତ୍‌ସିଂହପୁର ସହରରେ ଲୋକଙ୍କ ମନରେ ଗଭୀର ଦୁଃଖ ଦେଇଛି। ତୃପ୍ତିମୟୀ କଲେଜ ସାରି ଘରକୁ ସାଇକେଲ ଯୋଗେ ଫେରୁଥିବା ବେଳେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ହଠାତ୍‌ ଏକ କାର୍‌ (ଓଡି-୩୩-ଏବି-୪୮୯୩) ସାମ୍‌ନା ପଟୁ ଆସି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଲୋକାରଣ୍ୟ ହୋଇ ଯାଇଥିଲା। ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ କାରଟିକୁ ଭଙ୍ଗାରୁଜା କରିଦେଇଥିଲେ। କିନ୍ତୁ କାର୍‌ଚାଳକ ତଥା ମାଲିକ କୌଣସିମତେ ସେଠାରୁ ଖସି ଯାଇଥିଲେ। ଉତ୍ତେଜନା ବୃଦ୍ଧି ପାଇବା ଖବରପାଇ ଜଗତ୍‌ସିଂହପୁର ସଦର ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ପ୍ରାଥମିକ ପଦକ୍ଷେପ ସ୍ବରୂପ ମୃତ ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନେବା ବ୍ୟବସ୍ଥା କରିବା ସହ ପରେ ଦୁର୍ଘଟଣା ସ୍ଥଳରେ ପହଞ୍ଚତ୍ ପଡ଼ିରହିଥିବା ସାଇକେଲ ଓ କାରକୁ ଜେସିବି ସାହାଯ୍ୟରେ ଉଠାଇ ଥାନାକୁ ନେଇଥିଲେ। ଏଥିସହ ମୃତ ଛାତ୍ରୀଙ୍କ ବ୍ୟାଗରେ ଥିବା ପରିଚୟ ପତ୍ରରୁ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା। ଖବରପାଇ ପରିବାର ସଦଦ୍ୟ ଓ ଗ୍ରାମବାସୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୁଣ୍ଡ ହୋଇଯିବାରୁ ନିଆରା ପରିବେଶ ସୃଷ୍ଟି ହୋଇଥିଲା।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣଙ୍କ କହିବା ମୁତାବକ, କାରଟି ଏହା ପୂର୍ବରୁ ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟାଇଥିବା କୁହାଯାଉଛି। ଏ ସମ୍ପର୍କରେ ଆଇଆଇସି ସରୋଜକାନ୍ତ ସାମଲଙ୍କୁ ପଚାରିବାରୁ ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା। ମୋବାଇଲ ଟ୍ରାକିଂ କରି କାର୍‌ଚାଳକ ତଥା ମାଲିକଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଅଭିଯୋଗ ପରେ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?