ଅମୃତ ବାରିରେ ଦେବାଶୀର୍ବାଦ

ଭୁବନେଶ୍ୱର,୧୮।୧(ଅନିଲ ଦାସ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମିଳିଛି ମହାପ୍ରଭୁଙ୍କ ଆଶୀର୍ବାଦ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ମହାଯଜ୍ଞର ପୂର୍ଣ୍ଣାହୁତିର ଠିକ୍‌ ପୂର୍ବରୁ ପୁରୀ ଆକାଶରୁ ଦେବାଶୀର୍ବାଦ ସ୍ବରୂପ ଝରିଛି ଅମୃତ ବାରି। ଟୋପାଟୋପା ବର୍ଷା ଭକ୍ତ, ଶ୍ରଦ୍ଧାଳୁ, ପୂଜକ, ସେବାୟତଙ୍କୁ ଦେଇଛି ଅପ୍ରମିତ ଶାନ୍ତି। ଆକାଶରୁ ପୁଷ୍ପ ବୃଷ୍ଟି ଭଳି ଝିପିଝିପି ବର୍ଷା ଶ୍ରୀକ୍ଷେତ୍ର ମାଟିକୁ ଭିଜାଇଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହା ଏକ ଶୁଭ ସୂଚନା ଓ ଯଜ୍ଞ ସଫଳ ହୋଇଥିବା କହିଛନ୍ତି ପଣ୍ଡିତଗଣ।
ସାଧାରଣତଃ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ବର୍ଷା ହେଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଆମର ଧାର୍ମିକ ସଂସ୍କୃତିରେ ବର୍ଷା ଆବାହନ କରାଯାଇଥାଏ। ଯଜ୍ଞ ସମୟରେ ବର୍ଷା ହେଲେ ତାହାକୁ ଅତ୍ୟନ୍ତ ଶୁଭ ବୋଲି ଗଣାଯାଇଥାଏ। ପୁରୀରେ ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ସମୟରେ ବର୍ଷା ଏହି ପ୍ରକଳ୍ପ ଉପରେ ଦେବତା ଓ ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରଦାନ କରିଛନ୍ତି ବୋଲି ପଣ୍ଡିତମାନେ କହିଛନ୍ତି। ସେହିପରି ଅଙ୍କୁରାରୋପଣ ସମୟରେ ପଞ୍ଚଶସ୍ୟରୁ ମଧ୍ୟ ଅଙ୍କୁରୋଦଗମ୍‌ ହୋଇଥିବା ଅତି ଶୁଭ ସୂଚନା ଦେଇଛି।
ମଧ୍ୟାହ୍ନର ଖରା, ସାମାନ୍ୟ ବର୍ଷା ଜନିତ ଗୁଳୁଗୁଳି ମଧ୍ୟରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ପରିକ୍ରମାର ପ୍ରଦକ୍ଷିଣ କରିଛନ୍ତି। ଶ୍ରୀମନ୍ଦିର ଚାରିପଟେ ୧ କିଲୋମିଟର ଚାଲିଲେ ମଧ୍ୟ କ୍ଳାନ୍ତି ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଅଫୁରନ୍ତ ଆନନ୍ଦର ଭାବ ଦେଖିବାକୁ ମିଳିଥିଲା।
ମହାପ୍ରଭୁଙ୍କ ଆଶିଷ ଭିକ୍ଷା ସହ ମୁଖ୍ୟମନ୍ତ୍ରୀ ପ୍ରାୟ ୧ କିଲୋମିଟର ଦୈର୍ଘ୍ୟର ପରିକ୍ରମାକୁ ଚାଲିଚାଲି ଚତୁଃପାଶର୍‌ବ ବୁଲିଛନ୍ତି। ଲୋକାର୍ପଣ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଅରୁଣ ସ୍ତମ୍ଭ ନିକଟରେ ମହାପ୍ରଭୁଙ୍କୁ ଆଶିଷ ଭିକ୍ଷାକରି ପରିକ୍ରମା ନିମନ୍ତେ ବାହାରିଥିଲେ। ନାମ ସଂକୀର୍ତ୍ତନ ଦଳ, ସାଧୁସନ୍ଥ, ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତି ଏବଂ ଗଜପତି ମହାରାଜାଙ୍କ ସହିତ ମୁଖ୍ୟମନ୍ତ୍ରୀ ଚାଲି ଚାଲି ଶ୍ରୀମନ୍ଦିର ଚତୁଃପାଶର୍‌ବ ବୁଲିଥିଲେ। ଗଜପତି ମହାରାଜା ଏବଂ ‘୫-ଟି’ ଅଧ୍ୟକ୍ଷ ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଟକିନିଖି ବୁଝାଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ ମଧ୍ୟରେ କେଉଁଠି କ’ଣ କରାଯାଇଛି ସେସବୁକୁ ଦେଖାଇ ଦେଇଥିଲେ। ପରିକ୍ରମା ମାର୍ଗ ପ୍ରଦକ୍ଷିଣ ସମୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ହାତଯୋଡ଼ି ନମସ୍କାର କରୁଥିଲେ ମୁଖ୍ୟମନ୍ତ୍ରୀ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଦିନେ ଏମିତି ସୁବିଧା ହେବ କେବେ କଳ୍ପନା କରିପାରି ନ ଥିବା ଭକ୍ତମାନେ ହରିବୋଲ, ହୁଳହୁଳି ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଥିଲେ। ନାମ, ସଂକୀର୍ତ୍ତନରେ ଫାଟି ପଡୁଥିଲା ବଡ଼ଦେଉଳ ଚତୁଃପାଶର୍‌ବ। ପ୍ରାୟ ୧ କିଲୋମିଟର ଚାଲିଚାଲି ପରିକ୍ରମା ପ୍ରଦକ୍ଷିଣ କରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ନ ଥିଲା କ୍ଳାନ୍ତିର ଛାପ। ଅତ୍ୟନ୍ତ ଆନନ୍ଦିତ ମନରେ ସେ ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିଥିଲେ। ପରିଣତ ବୟସରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଦମ୍ୟ ଇଚ୍ଛାଶକ୍ତିକୁ ଦେଖି ସମବେତ ଶ୍ରଦ୍ଧାଳୁ ତାଜୁବ୍‌ ହୋଇଯାଉଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣି କାର୍ତ୍ତିକ ପାଣ୍ଡିଆନ। ଭୋର୍‌ ଚାରିଟାରେ ପୁରୀରେ ୪ ବର୍ଷରେ ୪୦୦ରୁ ଊଦ୍ଧର୍‌ବ ପ୍ରକଳ୍ପ ସମୀକ୍ଷା କରିଛନ୍ତି।
ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରୀକ୍ଷେତ୍ରକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ଓ ଆଶୀର୍ବାଦ ଅଜାଡ଼ି ଦେଉଛନ୍ତି। ସେହିପରି ପ୍ରକଳ୍ପର ଶ୍ରେୟ ‘୫-ଟି’ ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ପ୍ରଦାନ କରିଛନ୍ତି। ୨୦୧୯ରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ୨୦୧୭ରୁ ବାସ୍ତବରେ ଏହାର ପରିକଳ୍ପନା ହୋଇଥିଲା। ଏକଦା ପୁରୀ ଗସ୍ତରୁ ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ ସହ ଶ୍ରୀକ୍ଷେତ୍ରର ବିକାଶ ନିମନ୍ତେ ଆଲୋଚନା କରିଥିଲେ ଏବଂ ସେହିଠାରୁ ହିଁ ହୋଇଥିଲା ପରିକ୍ରମାର ପରିକଳ୍ପନା। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ନିମନ୍ତେ ପାଣ୍ଡିଆନ ଦିନରାତି ଏକ କରିଦେଇଥିଲେ। ପରିକ୍ରମା ପରିକଳ୍ପନାଠାରୁ ଆରମ୍ଭକରି ଏହାର ନକ୍ସା ପ୍ରସ୍ତୁତି, ଏଥିପାଇଁ ଅର୍ଥ ବରାଦ, କାର୍ଯ୍ୟାନ୍ବୟନ ପ୍ରତ୍ୟେକ କ୍ଷେତ୍ରରେ ପାଣ୍ଡିଆନ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। ୨୦୧୯ରୁ ପରିକ୍ରମା ପ୍ରକଳ୍ପ ଶୁଭ ଦିଆଯିବାଠାରୁ ଲୋକାର୍ପଣ ପର୍ଯ୍ୟନ୍ତ ଗତ ୪ ବର୍ଷରେ ଅନୂ୍ୟନ ୪୦୦ରୁ ଊଦ୍ଧର୍‌ବ ଥର ସେ ପୁରୀରେ ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଭୋର୍‌ ୪ଟାରେ ପୁରୀରେ ପହଞ୍ଚି କିପରି ପ୍ରକଳ୍ପ କାର୍ଯ୍ୟ ଚାଲିଛି ତାହା ବୁଲି ଦେଖିଛନ୍ତି। ସବୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ତାଙ୍କ ପାଇଁ ଥିଲା ପ୍ରାଥମିକତା। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ଓ ମହାପ୍ରଭୁଙ୍କ କାର୍ଯ୍ୟ କରିବା ତାଙ୍କ ପାଇଁ ଯେମିତି ଏକ ନିଶା ପାଲଟି ଯାଇଥିଲା। ଅତୀତରେ ମାଲକାନଗିରି ଓ ଗଞ୍ଜାମରେ ଜନଶୁଣାଣି କରି ସାରେ ଭୁବନେଶ୍ୱର ଲେଉଟିଥିବା ପାଣ୍ଡିଆନ ରାତି ଅଧରେ ପୁରୀରେ ପହଞ୍ଚି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଅନୁରୂପ ଭାବରେ ନିକଟ ଅତୀତରେ କଳାହାଣ୍ଡି, ସମ୍ବଲପୁରରେ ବିଭିନ୍ନ କାମ ସାରି ସାରେ ପୁରୀରେ ଯାଇ ପରିକ୍ରମା କାର୍ଯ୍ୟାନ୍ବୟନ ସମୀକ୍ଷା କରିଥିବା ଦେଖିବାକୁ ମିଳିଛି। ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ଦୃୃଢ଼ ମନୋବଳ ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସହାୟକ ହୋଇଛି। ପାଣ୍ଡିଆନଙ୍କ ଶ୍ରୀସେତୁ, ଶ୍ରୀଦାଣ୍ଡ ଓ ପରିକ୍ରମା ପରିକଳ୍ପନା ଶ୍ରୀକ୍ଷେତ୍ରକୁ ଦେଇଛି ନୂଆ ରୂୂପ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri