ଭାଜପା ଆଶାୟୀଙ୍କ ମଧ୍ୟରେ ଲଢ଼େଇ

ଯାଜପୁର/କାଏମା(ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି),୧୫ା୧ : ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। ଏବେ ବିଜେଡିରୁ ପ୍ରଣବ କୁମାର ବଳବନ୍ତରାୟ ବିଧାୟକ ଅଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ଏଠାରୁ ଅଦ୍ୟାବଧି ଖାତା ଖୋଲିପାରି ନାହିଁ। ତେଣୁ ଆଗାମୀ ନିର୍ବାଚନରେ ଶାସକ ଦଳକୁ କଡ଼ା ଜବାବ ଦେବା ଲାଗି ଦଳ ପ୍ରାର୍ଥୀ ଖୋଜୁଛି। ଏଭଳି ସ୍ଥଳେ ଭାଜପା ଆଶାୟୀଙ୍କ ମଧ୍ୟରେ ଲଢ଼େଇ ଚାଲୁଥିବା ଘଟଣା ବାହାରକୁ ଆସିବାରେ ଲାଗିଛି।
ଦୌଡ଼ରେ ଧର୍ମଶାଳା ଭାଜପାରେ ଚାଲିଛି ଛକାପଞ୍ଝା। ୨୦୧୯ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ପହି ପରବର୍ତ୍ତୀ ସମୟରେ ଭାଜପାରେ ଯୋଗ ଦେଇଥିଲେ। ସେ ଏବେ ଭାଜପାର ସାଙ୍ଗଠନିକ ବୈଠକ କରୁଥିବାବେଳେ ସାମାଜିକ କର୍ମୀରୁ ଭାଜପା ନେତା ହୋଇଥିବା ହିମାଂଶୁ ଶେଖର ସାହୁ ପଦଯାତ୍ରାରେ ମାତିଛନ୍ତି। ଭାଜପା କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଉଭୟେ ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି। ଏମିତିରେ ଭାଜପା କର୍ମୀ ଓ ନେତା କୁଆଡ଼େ ଯିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। କୌତୂହଳର ବିଷୟ, ବରିଷ୍ଠ ଭାଜପା ନେତା ସର୍ବେଶ୍ୱର ବେହୁରା ଉଭୟ ନେତାଙ୍କ କାର୍ଯ୍ୟକ୍ରମରେ ପାଳିି କରି ଯୋଗ ଦେଉଥିବା ଦେଖିବାକୁ ମିଳିଛି। ନିକଟରେ ହିମାଂଶୁ ଶତାଧିକ କର୍ମୀଙ୍କୁ ନେଇ ପଦଯାତ୍ରା କରିଥିବା ବେଳେ ଭାଜପା ନେତ୍ରୀ ସ୍ମୃତିରେଖା ପାଟପୁର ଗ୍ରାମରେ କେତେକ କର୍ମୀଙ୍କୁ ନେଇ ବୈଠକ କରିଥିଲେ। ଉଭୟ ନେତା ସମାନ୍ତରାଳ ଭାବେ କାର୍ଯ୍ୟକ୍ରମ କରୁଥିବାର ଦେଖି ବିଜେଡି ନେତାମାନେ ଖୁସ୍‌। ୧୫ ନମ୍ବର ଜୋନର ମଙ୍ଗଳପୁର, ଦେଓଦା ଏବଂ ଉତ୍ତରପ୍ରତାପ ପଞ୍ଚାୟତରେ ହିମାଂଶୁଙ୍କ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏହା ମଙ୍ଗଳପୁର ପଞ୍ଚାୟତରୁ ଆରମ୍ଭ ହୋଇ ଦେଓଦା ମଧ୍ୟ ଦେଇ ଉତ୍ତରପ୍ରତାପ ପଞ୍ଚାୟତର ନରସିଂହପୁର ପଡ଼ିଆଠାରେ ପହଞ୍ଚିଥିଲା। କିନ୍ତୁ ଏହି ପଦଯାତ୍ରାରେ ପୂର୍ବରୁ ଜିଲା ପରିଷଦ ଉପନିର୍ବାଚନ ଲଢ଼ିଥିବା ଭାଜପା ପ୍ରାର୍ଥୀ ମହେଶ୍ୱର ତରାଇ ଓ ତାଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳି ନ ଥିଲା। ମହେଶ୍ୱର ଏହି ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଭାବେ ୬,୪୪୦ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ତାଙ୍କୁ ପଦଯାତ୍ରା ବିଷୟରେ କୌଣସି ସୂଚନା ମିଳି ନ ଥିବା ସେ କହିଛନ୍ତି । ସେହିପରି ୧୫ନମ୍ବର ଜୋନର ମଣ୍ଡଳ ସଭାପତି କୁଳମଣି ମଳିକ, ମଙ୍ଗଳପୁର ପଞ୍ଚାୟତର ଭାଜପା କର୍ମୀ ପୀତାମ୍ବର ମଲ୍ଲିକ ଓ ତାଙ୍କ କର୍ମୀମାନେ ଉପସ୍ଥିତ ଥିଲେ। ଏହା ବର୍ତ୍ତମାନ ଭାଜପାର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟରେ କବାଟବନ୍ଧ ମଣ୍ଡଳ ଏଣ୍ଡଳବା ଗ୍ରାମପଞ୍ଚାୟତର ପାଟପୁର ଗ୍ରାମରେ ଥିବା ଶିବ ମନ୍ଦିର ନିକଟରେ ସ୍ମୃତିରେଖାଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।
କବାଟବନ୍ଧ ମଣ୍ଡଳର ମଣ୍ଡଳ ସଭାପତି ହେମନ୍ତ ଆଚାର୍ଯ୍ୟଙ୍କ ସମେତ ଏକାଧିକ କର୍ମୀ ଏଥିରେ ଯୋଗଦେଇଥିଲେ।
ଭାଜପାକୁ ଏକାଠି କରିବାକୁ ହିମାଂଶୁ ନୂଆ ରଣନୀତି ପ୍ରସ୍ତୁତ କରି ମିଶ୍ରଣ ପର୍ବ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ହେଲେ ଦଳର ସଙ୍ଗଠନ ଦାୟିତ୍ୱ ସ୍ମୃତିରେଖାଙ୍କ ହାତରେ ରହିଛି। ଯଦି ଦେଖିବା ଏଇ କିଛିଦିନ ମଧ୍ୟରେ ଭାଜପା ପକ୍ଷରୁ ଦୁଇ ଥର ମିଶ୍ରଣ ପର୍ବ ହୋଇଥିଲେ ମଧ୍ୟ ସ୍ମୃତିରେଖାଙ୍କୁ ସେହି ମଞ୍ଚରେ ଦେଖିବାକୁ ମିଳି ନ ଥିଲା। ଅନ୍ୟପକ୍ଷରେ ଭାଜପାର ଆଉ ଜଣେ ଟାଣୁଆ ନେତା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଦଳ ମଧ୍ୟରେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳୁଛି ।
ସେଥିପାଇଁ ଭାଜପା କର୍ମୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କିଛି ଦିନ ତଳେ ହିମାଂଶୁ ଯେବେ ଭୁବନେଶ୍ୱର ଯାଇ ଦଳରେ ସାମିଲ ହୋଇଥିଲେ, ଉକ୍ତ ଦିନ ସର୍ବେଶ୍ୱର ଓ ସ୍ମୃତିିରେଖା ଗୋଟିଏ ମଞ୍ଚରେ ରହି ରସୁଲପୁର ବ୍ଲକ ଘେରାଉ କରିଥିଲେ। ବର୍ତ୍ତମାନ କିନ୍ତୁ ହିମାଂଶୁଙ୍କ ମଞ୍ଚରେ ସର୍ବେଶ୍ୱର ଅତିଥି ଭାବେ ଭାଷଣ ଦେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ହୋଇଥିବା ଧର୍ମଶାଳା ଭାଜପାର ଏହି ତିନି ପ୍ରମୁଖ ନେତାଙ୍କୁ ଗୋଟିଏ ମଞ୍ଚରେ ରସୁଲପୁର ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। କିନ୍ତୁ ସେଠାରେ ଭାଜପାର ବ୍ୟାନର ଚିରିବା ପରି ଘଟଣା ଦଳର କନ୍ଦଳକୁ ପଦାରେ ପକାଇଥିଲା। ସେବେଠାରୁ ଆଉ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳୁନି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri