ଅପରାହ୍ନ ୩ଟାରୁ ଖୋଲିବ ପରିକ୍ରମା ମାର୍ଗ

ପୁରୀ,୧୨ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୭ ତାରିଖରେ ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ଣ୍ଣାହୁତି ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ହେବ। ୧୭ ତାରିଖ ଅପରାହ୍ନ ୩ଟା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ପରିକ୍ରମା ମାର୍ଗ ଖୋଲାଯିବ ବୋଲି ଗୁରୁବାର ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରକଳ୍ପର ଲୋକାର୍ପଣକୁ ନେଇ ପରିଚାଳନା କମିଟି ବୈଠକରେ ସାଂସ୍କୃତିକ ଓ ବିଭିନ୍ନ ସବ୍‌କମିଟିର ପୂର୍ବ ନିଷ୍ପତ୍ତିରେ ମୋହର ବାଜିଛି। ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ପ୍ରତିଷ୍ଠା ନେଇ ଆଲୋଚନା କରାଯାଇଛି। ବିଭିନ୍ନ କମିଟିରେ ହୋଇଥିବା ନିଷ୍ପତ୍ତିକୁ ପରିଚାଳନା କମିଟିରେ ମୋହର ବାଜିଛି। ନିଷ୍ପତ୍ତି ଅନୁଯାୟୀ, ୧୨ତାରିଖ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଗଜପତିଙ୍କ ଦ୍ୱାରା ବ୍ରାହ୍ମଣ ବରଣ ଓ ଗୁଆଟେକା ଅନୁଷ୍ଠିତ ହେବ। ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ। ୧୩ ତାରିଖରେ ଅଙ୍କୁର ପୂଜନ, ୧୪ ତାରିଖରେ ପୂଜନ ସହ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ। ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃପ୍ରଦିକ୍ଷଣ ପଥରେ ନାମ ସଂକୀର୍ତ୍ତନ, ବୈଷ୍ଣବ ଅଗ୍ନି ସଂସ୍କାର, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରଦକ୍ଷିଣ, ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ଇତ୍ୟାଦି ଅନୁଷ୍ଠିତ ହେବ। ୧୭ ତାରିଖ ସକାଳ ୭ଟା ୩୦ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧.୧୫ରୁ ୧.୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ। ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତିଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ପରେ ପୁଷ୍ପାଞ୍ଜଳି ଅର୍ପଣ କରାଯିବ। ଅପରାହ୍ନ ୨ଟାରୁ ୨.୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ, ଗଜପତି, ସାଧୁସନ୍ଥ ଓ ସାଂସ୍କୃତିକ ଦଳଗୁଡ଼ିକ ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିବେ। ପରେ ଉତ୍ତର ପାଶର୍‌ବ ମଠରେ ହୋଇଥିବା ସଭା ସ୍ଥାନରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜଣାଇବେ। ବିଭିନ୍ନ ପ୍ରକଳ୍ପର ଭିଡିଓ ଜାରି କରାଯିବ। ଅପରାହ୍ନ ୩ଟା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପରିକ୍ରମା ମାର୍ଗ ଉନ୍ମୁକ୍ତ ହେବ ଓ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ବୁଲି ନୂତନ ଅନୁଭୂତି ପାଇପାରିବେ। ଉକ୍ତ ଦିନ ସକାଳ ୮ଟାରୁ ବିଭିନ୍ନ ସାଂସ୍କୃତିକ ଦଳ ଓଡ଼ିଶୀ, ସମ୍ବଲପୁରୀ, ସାହିଯାତ, ମାହାରୀ, ଗୋଟିପୁଅ ସହ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ପରିବେଷଣ କରିବେ। ସନ୍ଧ୍ୟାରେ ଲାଇଟ ସାଉଣ୍ଡ କାର୍ଯ୍ୟକ୍ରମ ପରିବେଷଣ ହେବ। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଗୁରୁବାର ରାତିରେ ହସ୍ତାନ୍ତର କରାଯିବ। ଭିଆଇପି ଓ ନିମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳ ଓ ବସିବା ସ୍ଥାନକୁ ଆସିବେ। ବାଟରେ ଯୋଡ଼ି ଶଙ୍ଖ, ଲଉଡ଼ି ଖେଳ ପ୍ରଦର୍ଶନ କରାଯାଇ ଅତିଥିଙ୍କୁ ସ୍ବାଗତ କରାଯିବ। ଶ୍ରୀଜଗନ୍ନାଥ ବଲ୍ଲଭଠାରେ ମହାପ୍ରଭୁଙ୍କ ମହିମା ଓ ବେଶ ପ୍ରଦର୍ଶିତ ହେବ। ନିମନ୍ତ୍ରିତ ଅତିଥିଙ୍କ ରହଣି, ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ପ୍ରାୟ ୯୦୦ ଅତିଥିଙ୍କ ବସିବା ପାଇଁ ୩ଟି ଜୋନ୍‌ କରାଯାଇଛି। ପ୍ରତି ଜୋନରେ ୩୦୦ ଅତିଥି ବସିପାରିବେ। ଏଲ୍‌ଇଡି ମାଧ୍ୟମରେ ସମସ୍ତ କାର୍ଯ୍ୟର ସିଧା ପ୍ରସାରଣ କରାଯିବ। ସେହିପରି ଯେଉଁମାନଙ୍କୁ ଯଜ୍ଞସ୍ଥଳକୁ ଆସିବାକୁ ଅନୁମତି ରହିଛି, ସେମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ନେପାଳ ରାଜାଙ୍କ ସମେତ ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ଦୁଇଥର ନିମନ୍ତ୍ରଣ କରାଯାଇଛି। ଶଙ୍କରାଚାର୍ଯ୍ୟ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚେଷ୍ଟା କରିବି ବୋଲି ଜଗଦ୍‌ଗୁରୁ କହିଛନ୍ତି। ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ନେଇ କାୈଣସି କଟକଣା ନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri