ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା ଓ ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଗୁରୁବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଏହି ମାମଲାରେ ୨୩ ଜଣ ସାକ୍ଷୀଙ୍କ ବୟାନ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଅନୁଧ୍ଯାନ କରି ସଂପୃକ୍ତ ୭ ଅଭିଯୁକ୍ତ ଅଶୋକ କୁମାର ପ୍ରଧାନ, ଭୋଜରାଜ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଗଜରାଜ ପ୍ରଧାନ, ଭୀଷ୍ମଦେବ ପ୍ରଧାନ, ରଞ୍ଜିତ ଓରଫ ଦୁଷ୍ମନ୍ତ ଭୋଇ ଏବଂ ଭୀଷ୍ମଜିତ ଭୋଇଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଭାରତୀୟ ପିଙ୍ଗଳ କୋର୍ଟର ଦଫା ୩୦୨ ଅନୁଯାୟୀ ସମସ୍ତଙ୍କୁ ଆଜୀବନ ଜେଲ୍ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ଏବଂ ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ମାସ ଜେଲ୍ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଦଫା ୩୦୭ରେ ୧୦ ବର୍ଷ ଓ ଦଫା ୧୪୮ରେ ୨ ବର୍ଷର କାରାଦଣ୍ଡ ମଧ୍ୟ ଶୁଣାଯାଇଛି । ତେବେ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ବିଶ୍ୱାଳଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।
​

ସୂଚନାଯୋଗ୍ୟ ଯେ, ୧୬ ସେପ୍ଟେମ୍ବର ୨୦୨୧ ରାତି ପ୍ରାୟ ୮ଟା ସମୟରେ ପ୍ରଧାନପାଲି ଗୁଲାମାଲ ଅଞ୍ଚଳରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିଲା। ମୃତ ପ୍ରକାଶ ପ୍ରଧାନ ଓ ତାଙ୍କ ବନ୍ଧୁ ଅଜୟ ବାରିକ ବିଶ୍ୱକର୍ମା ପୂଜା ପାଇଁ ପୂଜା ସାମଗ୍ରୀ କିଣିବାକୁ ବଜାରକୁ ଯାଇ ଫେରୁଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଲୁହା ପାଇପ୍, ଭୁଜାଲି ଓ କୁରାଢ଼ି ସାହାଯ୍ୟରେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପ୍ରକାଶ ପ୍ରଧାନଙ୍କର ମୃତ୍ୟୁ ହୋଇଥିବା ବେଳେ ଧନଞ୍ଜୟ ବେହେରା ଓ ଅଜୟ ବାରିକ ଗୁରୁତର ଆହତ ହୋଇଥିଲେ। କତରବଗା ଥାନା ଏକ ମାମଲା ରୁଜୁକରି ତଦନ୍ତ ପୋଲିସ ଆରମ୍ଭ କରିଥିଲା। ପୋଲିସ ଏହି ମାମଲାରେ ତଦନ୍ତ ସାରି ପୋଲିସ ଚାର୍ଜସିଟ୍ ଦାଖଲ କରିବା ପରେ କୋର୍ଟରେ ଏହାର ଶୁଣାଣି ଆରମ୍ଭ ହୋଇ ଗୁରୁବାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସୁଭାଷ ଚନ୍ଦ୍ର ମହାନ୍ତ ଅଦାଲତରେ ଏହି ମାମଲାକୁ ପରିଚାଳନା କରୁଥିଲେ। ଦୀର୍ଘ ଦିନର ବିଚାର ପରେ ଆଜି ମିଳିଥିବା ଏହି ନ୍ୟାୟ ପ୍ରକାଶଙ୍କ ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?