Odisha Elections 2024

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ

ଭୁବନେଶ୍ୱର,୨୬।୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ଏନେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ। ଆଗାମୀ ୧୭ ତାରିଖ ପରିକ୍ରମା ପ୍ରକଳ୍ପରେ ସେ ଉପସ୍ଥିତ ରହିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କୁ ମୁଠାଏ ଚାଉଳ ଗୁଆ ଦେଇଥିଲେ। ସେବାୟତମାନେ ପ୍ରଥମେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରିବା ପରେ ନବୀନ ନିବାସରେ ପହଞ୍ଚିଥିଲେ।

Image

ଏହି ଅବସରରେ ଦାସ ମହାପାତ୍ର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନୁରୋଧ କରିଛନ୍ତି, ସମସ୍ତେ ଗୋଟେ ଗୁଆ ପଠାନ୍ତୁ। ପରିକ୍ରମା ପ୍ରକଳ୍ପରେ ସାମିଲ ହୁଅନ୍ତୁ। ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସମେତ ପ୍ରମୁଖ ମନ୍ଦିର, ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯିବ।

Image

ପରମ୍ପରା ଅନୁଯାୟୀ, ପ୍ରଥମ ନିମନ୍ତ୍ରଣପତ୍ର ମହାପ୍ରଭୁଙ୍କୁ ଅର୍ପଣ କରାଯିବା ପରେ ଅନ୍ୟ ଦେବଦେବୀଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ମଙ୍ଗଳବାର ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ରାଜ୍ୟ ବାହାରକୁ ୧୭ଟି ଓ ରାଜ୍ୟ ଭିତରେ ୧୪ଟି ଦଳ ଯାତ୍ରା କରିବେ। ପ୍ରତ୍ୟେକ ଟିମ୍‌ରେ ଜଣେ ଲେଖାଏ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri