Posted inଖେଳ

ଭାରତ ନିୟନ୍ତ୍ରଣରେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ

ମୁମ୍ବାଇ,୨୩ା୧୨: ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟକୁ ନିୟନ୍ତ୍ରଣରେ ରଖିଛି ଭାରତ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୨୩୩ ରନ୍‌ କରିବା ସହିତ ୪୬ ରନ୍‌ରେ ଆଗୁଆ ରହିଛି। ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଏହି ମ୍ୟାଚ୍‌ଟି ବର୍ତ୍ତମାନ ପାଖାପାଖି ଭାରତ ସପକ୍ଷରେ ରହିଛି।

ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୭ ଉଇକେଟରେ ୩୭୬ ରନରୁ ଖେଳ ଆରମ୍ଭ କରି ଭାରତ ୪୦୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଦୁଇ ଅପରାଜିତ ବ୍ୟାଟର ଦୀପ୍ତି ଶର୍ମା(୭୮) ଓ ପୂଜା ବସ୍ତ୍ରକାର (୪୭) ସଅଳ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୩୯୬ ରନ୍‌ରେ ପୂଜା ପ୍ୟାଭିଲିୟନ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ୮ ଜଣ ବୋଲର ନିୟୋଜିତ ହୋଇଥିବା ବେଳେ ଆଶ୍‌ଲେ ଗାର୍ଡନର ସର୍ବାଧିକ ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିମ୍‌ ଗାର୍ଥ ଓ ଆନାବେଲ ସଦରଲାଣ୍ଡ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୯ ରନ କରିଥିବା ବେଳେ ଭାରତ ୧୮୭ ରନ୍‌ରେ ଆଗୁଆ ରହିଥିଲା।

ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ଦୁଇ ଓପନର ବେଥ୍‌ ମୁନି(୪୯) ଓ ଫିବ୍‌ ଲିଚଫିଲ୍ଡ(୧୮) ପ୍ରଥମ ଉଇକେଟରେ ୪୯ ରନ୍‌ ଯୋଡିଥିଲେ। ମୁନି ରନ୍‌ଆଉଟ ହୋଇଥିବା ବେଳେ ଫିବ୍‌ଙ୍କୁ ବୋଲ୍ଡ କରିଥିଲେ ସ୍ନେହ ରାଣା। ତେବେ ଏଲିସ୍‌ ପେରୀ(୪୫) ଓ ଟାଲିଆ ମ୍ୟାକ୍‌ଗ୍ରା(୭୩) ତୃତୀୟ ଉଇକେଟରେ ୮୪ ରନ୍‌ ଯୋଡିଥିଲେ। ପେରୀ ୯୧ ବଲ୍‌ ଖେଳି ୫ ଚୌକା ସହାୟତାରେ ୪୫ ରନ୍‌ କରିଥିବା ବେଳେ ମ୍ୟାକ୍‌ଗ୍ରା ୧୭୭ ବଲ୍‌ ଖେଳି ୧୦ ଚୌକା ମାରିଥିଲେ। ପେରୀଙ୍କୁ ଆଉଟ କରି ରାଣା ଭାରତକୁ ଦ୍ୱିତୀୟ ସଫଳତା ପ୍ରଦାନ କରିଥିଲେ। ଅଧିନାୟିକା ଏଲିସା ହିଲୀ(୩୨) ଓ ଟାଲିଆ ମ୍ୟାକ୍‌ଗ୍ରା ଚତୁର୍ଥ ଉଇକେଟରେ ୬୬ ରନ୍‌ ଯୋଡିଥିଲେ। ତେବେ ପାର୍ଟ ଟାଇମର ତଥା ଭାରତୀୟ ଅଧିନାୟିକା ହରମନପ୍ରୀତ୍‌ କୌର ଉଭୟଙ୍କୁ ମାତ୍ର ୧୫ ରନ୍‌ ବ୍ୟବଧାନରେ ଆଉଟ କରିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଆନାବେଲ୍‌ ସଦରଲାଣ୍ଡ(୧୨) ଓ ଆସ୍‌ଲେ ଗାର୍ଡନର(୭) ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ହରମନପ୍ରୀତ୍‌ କୌର ଓ ସ୍ନେହ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri