ମହିଳାଙ୍କୁ ତିନି ତଲାକ୍‌ : ୪ ମାସର ଶିଶୁକନ୍ୟାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଭୋଗରାଇ,୧୨ା୮(ଡି.ଏନ୍‌.ଏ.): ମୁସଲିମ୍‌ ଆଇନରେ ତିନି ଥର ତଲାକ୍‌ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ନିକଟରେ ଆଇନରେ ପରିଣତ ହୋଇଛି। ଏଥିରେ ତିନିତଲାକ କହୁଥିବା ବ୍ୟକ୍ତିଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ମଧ୍ୟ କେତେକ ଲୋକ ଏବେ ବି ପୂର୍ବଭଳି ସ୍ତ୍ରୀଙ୍କୁ ନିର୍ଯାତନା ଦେଇଆସୁଛନ୍ତି। ଏଭଳି ଏକ ଘଟଣା ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି। ଜଣେ ମୁସଲିମ୍‌ ମହିଳାଙ୍କୁ ତାଙ୍କ ସ୍ବାମୀ ୩ ଥର ଉଚ୍ଚାରଣ କରି ରବିବାର ତଲାକ୍‌ ଦେଇଛନ୍ତି। ଏନେଇ ମହିଳାଜଣକ ୪ ମାସର ଶିଶୁକନ୍ୟାକୁ ଧରି ନ୍ୟାୟ ପାଇଁ ଭୋଗରାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୁନାଧରବସାଣ ଗ୍ରାମର ଏହି ମହିଳା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବାପଘରୁ ୫୦ହଜାର ଟଙ୍କା ଆଣିବା ସକାଶେ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ବହୁଦିନରୁ ଦାବି କରି ଆସୁଥିଲେ। ତାଙ୍କ ବାପା ଗରିବ ହୋଇଥିବାରୁ ଦାବି ମୁତାବକ ଟଙ୍କା ଦେଇ ପାରି ନ ଥିଲେ। ଏଥିଲାଗି ସ୍ବାମୀ ଓ ଶାଶୁ ଘର ଲୋକେ ତାଙ୍କୁ ବିଭିନ୍ନ ସମୟରେ ମାରଧର କରି ନିର୍ଯାତନା ଦେଉଥିଲେ। ବାପଘରୁ ଟଙ୍କା ନ ଆଣିଲେ ତାଙ୍କୁ ତଲାକ୍‌ ଦେବେ ବୋଲି ତାଙ୍କ ସ୍ବାମୀ ମଧ୍ୟ ଧମକ ଦେଇଥିଲେ। ରବିବାର ପୂର୍ବାହ୍ନରେ ତାଙ୍କ ସ୍ବାମୀ ଗଁାରେ ଥିବା ମସ୍‌ଜିଦ୍‌ ନିକଟକୁ ଡାକି ନେଇ ତିନି ଥର ତଲାକ ଉଚ୍ଚାରଣ କରିଥିଲେ। ସେ ନେହୁରା ହୋଇଥିଲେ ମଧ୍ୟ ତାଙ୍କ କଥା ଶୁଣି ନ ଥିଲେ। ପରେ ଘରୁ ତଡି ଦେବାରୁ ସେ ନିରୁପାୟ ହୋଇ ୪ ମାସର ଶିଶୁକନ୍ୟାକୁ ଧରି ଘରୁ ଚାଲିଆସିଛନ୍ତି। ଏ ସମ୍ପର୍କରେ ଥାନା ଆଇଆଇସି ନରେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳାଙ୍କଠାରୁ ଲିଖିତ ଅଭିଯୋଗ ରଖାଯାଇଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି। ଶନିବାର ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମୁସଲିମ ବସ୍ତିର ଜଣେ ମହିଳାଙ୍କୁ ଯୌତୁକ ଦାବିରେ ତାଙ୍କ ସ୍ବାମୀ ଫୋନ୍‌ରେ ତିନି ତଲାକ ଦେବାକୁ ଧମକ ଦେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୨୬୧/୨୦୧୯) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri