ହାଓଡା-ସମ୍ବଲପୁର ଏକ୍ସପ୍ରେସ୍‌ରେ ଭାଙ୍ଗ ଚାଲାଣ: ଧରାପଡ଼ିବା ଭୟରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୧୧।୮-ଯାତ୍ରୀବାହୀ ଟ୍ରେନ୍‌ରେ ଅବାଧରେ ହେଉଛି ନିଶାଦ୍ରବ୍ୟ ଚାଲାଣ। ବେପାରୀମାନେ ଯୋଜନାବଦ୍ଧ ଭାବେ ଚଳାଇଛନ୍ତି ଏଭଳି ବେଆଇନ କାରବାର। ଷ୍ଟେଶନ ଏବଂ ଟ୍ରେନ୍‌ରେ ହୁଗୁଳା ଯାଞ୍ଚ ବ୍ୟବସ୍ଥାର ଫାଇଦା ନେଉଛନ୍ତି ସେମାନେ। ତାହାର ସଦ୍ୟତମ ଉଦାହରଣ ଢେଙ୍କାନାଳ ଜିଲାରେ ରବିବାର ଦେଖିବାକୁ ମିଳିଛି। ହାଓଡା-ସମ୍ବଲପୁର ଏକ୍ସପ୍ରେସ୍‌ରେ ନିଆଯାଉଥିବା ଭାଙ୍ଗବସ୍ତାକୁ ଧରାପଡ଼ିବା ଭୟରେ ଚାଲାଣକାରୀ ବାହାରକୁ ଫିଙ୍ଗି ଦେଇଛନ୍ତି। ଫଳରେ ଉକ୍ତ ବସ୍ତା ବାଜି ଟ୍ରେନ୍‌ ଟ୍ରାକ୍‌୍‌ରେ କାର୍ଯ୍ୟରତ ୩ଜଣ ଗ୍ୟାଙ୍ଗ୍‌ମ୍ୟାନ୍‌ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଦୀନେଶ କୁମାର ସାହୁ, ଜୟପ୍ରକାଶ ପାଣିଗ୍ରାହୀ, ରାକେଶ କୁମାର ପାଲ। ଘଟଣାସ୍ଥଳରେ ଉପସ୍ଥିତ ବିରଞ୍ଚତ୍ ନାରାୟଣ ମହାପାତ୍ର ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଲଓ୍ବେ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଖୋଳତାଡ଼ କରିଛି। ଜବତ ୪ ବସ୍ତାରୁ ୧ କୁଇଣ୍ଟାଲ ୬୦ କେଜି ଭାଙ୍ଗ ଜବତ କରାଯାଇଛି।
ସୂଚନାଯୋଗ୍ୟ, ଭୋର ୪ଟାରେ ହାଓଡା-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌ କଟକ ରୁଟ୍‌ରେ ଆସି ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ ପାର୍‌ କରିଥିଲା। ଢେଙ୍କାନାଳ ରେଳଷ୍ଟେଶନ ପୂର୍ବରୁ କିଲୋମିଟର ନଂ.୪୩୯/୧୬ ନିକଟରେ ସମ୍ପୃକ୍ତ ୪ଜଣ ଗ୍ୟାଙ୍ଗମ୍ୟାନ୍‌ ପାଟ୍ରୋଲିଂ କରୁଥିଲେ। ଟ୍ରେନ୍‌ ଆସୁଥିବା ଦେଖି ସେମାନେ ରେଳଧାରଣା ପାର୍ଶ୍ୱକୁ ଚାଲିଯାଇଥିଲେ। ତେବେ ଚଳନ୍ତା ଟ୍ରେନ୍‌ରୁ କେହି ଦୁର୍ବୃତ୍ତ ଭାଙ୍ଗ ଭର୍ତ୍ତି ହୋଇଥିବା ୪ଟି ବସ୍ତା ବାହାରକୁ ଫିଙ୍ଗିଦେଇଥିଲେ। ଉକ୍ତ ବସ୍ତାଗୁଡ଼ିକ ଗ୍ୟାଙ୍ଗ୍‌ମ୍ୟାନଙ୍କ ଉପରେ ବାଜିଥିଲା। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ସୂଚନା ପାଇ ଆରପିଏଫ୍‌ ଇନ୍ସପେକ୍ଟର ପ୍ରକାଶ କୁମାର ସାହୁ, ଏସ୍‌ଆଇ କ୍ଷୀରପ୍ରସାଦ ଭଞ୍ଜ ସଦଳବଳ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ଟ୍ରେନ୍‌ରେ ଭାଙ୍ଗ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଏ ନେଇ ତଦନ୍ତ ଚାଲିଛି। ଜବତ ଭାଙ୍ଗ ଅବକାରୀ ବିଭାଗ ଜିମାରେ ଦିଆଯିବ ବୋଲି ଆର୍‌ପିଏଫ୍‌ ସୂତ୍ରରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri