ଆଗଉନି କାମ, ଆନ୍ଦୋଳନ ଚେତାବନୀ

ଖୋର୍ଦ୍ଧା, ୧୦ା୧୨(ପ୍ରଭାତ ପାଣିଗ୍ରାହୀ)ବରୁଣେଇ ପାହାଡ଼ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ଲାଗି ରହିଥିବା ବିବାଦ ତୁଟିବା ପରେ ଗତ ଡିସେମ୍ବରରେ ଭୂମିପୂଜା ହୋଇଥିଲା। ଇତିମଧ୍ୟରେ ଶିଳାନ୍ୟାସକୁ ୪ ବର୍ଷ ବିତିଥିବା ବେଳେ ଭୂମିପୂଜାକୁ ବର୍ଷେ ବିତିଲାଣି। ଏଯାବତ୍‌ ପ୍ରସ୍ତାବିତ ଜାଗାରେ ଖଣ୍ଡେ ଇଟା ମଧ୍ୟ ପଡ଼ିନାହିଁ। ଏନେଇ ବିଭିନ୍ନ ପାଇକ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ନ ହେଲେ ଆଗାମୀ ଦିନରେ ପାଇକ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଶାସକ ଦଳ ଏବଂ ବିରୋଧୀ ଭାଜପାର ଶ୍ରେୟ ରାଜନୀତିରେ ସ୍ମାରକୀ ନିର୍ମାଣ କାର୍ଯ୍ୟ ବଳିପଡ଼ିଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଶାସକ ଦଳ ବିଧାୟକ ମୁହଁ ଖୋଲିବାକୁ ନାରାଜ। ସେହିପରି ଭାଜପା ନେତା ସରକାରଙ୍କ ଅବହେଳା, ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି।
କି, ୨୦୧୯ ଡିସେମ୍ବର ୮ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ। ରାଜ୍ୟ ସରକାର ଏଥିଲାଗି ୧୦ ଏକର ଜମି ଯୋଗାଇ ଦେଇଥିଲେ। ପ୍ରଥମେ ପ୍ରସ୍ତାବିତ ଜମି ଜବରଦଖଲମୁକ୍ତ ଏବଂ ପରେ ରାଜ୍ୟ ସରକାର ପ୍ରସ୍ତାବିତ ଜମିକୁ ଫ୍ରି ପ୍ରିମିୟମ୍‌ ଭାବେ ଯୋଗାଇଦେବା ଲାଗି ବିଭିନ୍ନ ସଙ୍ଗଠନ ଦାବି କରିଥିଲେ। ୨୦୨୨ ଜୁଲାଇରେ ରାଜ୍ୟ ସରକାର ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦଦେଶରେ ଏକର ୯.୬୮୫ ଡିସିମିଲ ସରକାରୀ ଜମିକୁ ପାଇକ ବିଦ୍ରୋହ ସ୍ମୃତି ଉଦ୍ଦେଶ୍ୟରେ ବିନା ପ୍ରିମିୟମ୍‌, କ୍ୟାପିଟାଲ ଭ୍ୟାଲୁ ଏବଂ ଇନ୍ସିଡେଂଟ୍ରାଲ ଚାର୍ଜରେ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କୁ କ୍ୟାବିନେଟ୍‌ର ଅନୁମୋଦନକ୍ରମେ ୩୧,୯୬୬୨୯୩୪ ଟଙ୍କା ରାଜସ୍ବ ଦେୟ ଛାଡ଼ କରିଛନ୍ତି। ଏନେଇ ବିଭିନ୍ନ ପାଇକ ସଙ୍ଗଠନ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଲିଯାଇଥିଲା। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ରହିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଖଣ୍ଡେ ଇଟା ବି ପଡ଼ିନାହିଁ। ସେପଟେ ପ୍ରସ୍ତାବିତ ଜମି ମୁକ୍ତ ଡମ୍ପିଂ ୟାର୍ଡ ପାଲଟିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ୨୦୨୨ ଡିସେମ୍ବର ୨୬ରେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ମାଣ ଦାୟିତ୍ୱରେ ଥିବା ଅଏଲ୍‌ ଇଣ୍ଡିଆ ଫାଉଣ୍ଡେଶନ ଅଧିକାରୀଙ୍କ ଉପସ୍ଥିତିରେ ଶିଳାନ୍ୟାସ ହୋଇଥିଲା। ଏହା ବିଭିନ୍ନ ପାଇକ ଅନୁଷ୍ଠାନ ଏବଂ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିଲା। ତେବେ ନିର୍ମାଣ କାର୍ଯ୍ୟ ଭୂମିପୂଜାରୁ ଅଟକିଛି। ଏହା ପରଠାରୁ କାର୍ଯ୍ୟ ତ୍ୱରାନ୍ବିତ ହୋଇନାହିଁ। ଅନ୍ୟପକ୍ଷେ ଏଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାଡ୍‌

ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): କନ୍ଧମାଳ ପ୍ରଶାସନ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ନାକା ଲାଗାଇ ଗାଡିମୋଟର ଯାଞ୍ଚ...

ଛାଡ଼ିଲେନି ଗାଡ଼ି: ଫେରିଗଲେ ପୋଲିଂ କର୍ମଚାରୀ

ଭବାନୀପାଟଣା,୧୨।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ରାସ୍ତା ଓ ପାନୀୟ ଜଳ ଦାବି ନେଇ...

ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ

ସମ୍ବଲପୁର,୧୨ା୫(ପ୍ରମୋଦ ବହିଦାର): କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ରବିବାର ସନ୍ଧ୍ୟାରେ ସମ୍ବଲପୁରରେ...

କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ...

ସ୍ତ୍ରୀଙ୍କୁ ହତ୍ୟା କରି ଜାଳି ଦେଇଥିବା ସ୍ବୀକାର କଲେ ସ୍ବାମୀ

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର)- ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେବା ମାମଲାରେ ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ସନ୍ତୋଷ ପାତ୍ରଙ୍କୁ ରବିବାର...

ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର: ଗିରଫ ହେଲେ ଦାଦାଶ୍ୱଶୁର

ବ୍ରହ୍ମପୁର,୧୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଦାଦାଶ୍ୱଶୁରଙ୍କୁ ଗିରଫ କରିଛି। ସେ ହେଲେ କଳାହାଣ୍ଡି ଜିଲା ରାମପୁର...

ମାଓବାଦୀ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ନୂଆପଡ଼ା,୧୨।୫(ମକାରୁ ବେମାଲ)- ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ...

ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ ମାଝି

ଭୁବନେଶ୍ୱର,୧୨ା୫: ବିଜେଡିରୁ ନିଲମ୍ବିତ ହୋଇଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦଳରୁ ନିଲମ୍ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri