Posted inଫୁରସତ

ଘରଚଟିଆ ସୁରକ୍ଷାରେ ଦମ୍ପତି

ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ବିଦୁତ୍‌ ବିଭାଗ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ବିରଳ ପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ବପ୍ନ ଦେଖନ୍ତି। ନିଜ ପକେଟ୍‌ ମନିରେ ଘରଚଟିଆଙ୍କ ପାଇଁ ତିଆରି କରନ୍ତି ପ୍ଲାଏଉଡ୍‌ର ଘର। ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ଧର୍ମପତ୍ନୀ ସହଯୋଗ କରନ୍ତି। ପ୍ରାୟ ୭ ବର୍ଷ ଧରି ଉଭୟେ ବିଭିନ୍ନ ଗାଁକୁ ଯାଇ ଘରଚଟିଆ ଉପକାରିତା ଓ ତା’ର ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ବୁଝାଇଥାନ୍ତି। ଦିନକୁ ଦିନ ଅନେକ ପ୍ରଜାତିର ବହୁ ବିରଳ ପକ୍ଷୀ ଲୋପ ପାଇଯାଉଛନ୍ତି। ଯାହା ବ୍ୟଥିତ କରିଛି ଯୁବ ଇଞ୍ଜିନିୟର ଆଦିତ୍ୟ ଦାଶଙ୍କୁ। ଆଦିତ୍ୟଙ୍କ ଘର ନୟାଗଡ଼ ଜିଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଡ଼ା ଗାଁରେ। ସେ କୁହନ୍ତି, ‘ପ୍ରତିଦିନ ଖବର କାଗଜ ପୃଷ୍ଠା ଲେଉଟାଇଲା ବେଳେ ନଜରରେ ଆସେ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ବଂଶ କମିଯାଉଛି। ଯେମିତିକି ଘରଚଟିଆ। ଦିନେ ଗାଁଦାଣ୍ଡରେ ଏମାନେ ଡେଇଁ ଡେଇଁ ଦାନା ଅଣ୍ଡାଳୁଥିବାର ଦୃଶ୍ୟ ଏବେ ବିରଳ। ଏଥିଯୋଗୁ ଘରଚଟିଆ ସୁରକ୍ଷା ପାଇଁ ଆଗେଇ ଆସିଥିଲି। ପ୍ରଥମେ ଏମାନଙ୍କ ସୁରକ୍ଷା ପାଇଁ କେତୋଟି ଛୋଟଛୋଟ ମାଠିଆ ଓ କାର୍ଟୋନକୁ ସଂଗ୍ରହ କରିଥିଲି। ତା’ ପରେ ନାଗମୁଣ୍ଡଳୀ ଗ୍ରାମରେ ଏହି ମାଠିଆ ଏବଂ କାର୍ଟୋନଗୁଡ଼ିକୁ ଲଗାଇଥିଲି। ଏଥିରେ ଘରଚଟିଆ ବସାକରି ରହିବା ଅଭ୍ୟାସ କରିଥିଲେ। କିଛିଦିନ ପରେ ଦେଖିଲି ଏଥିରେ ଘରଚଟିଆ ବସା ବାନ୍ଧି ରହୁଛନ୍ତି। ଏହା ଦେଖି ବହୁତ ଖୁସିଲାଗିଲା। ପରୀକ୍ଷାମୂଳକ ଭାବେ କେତେଜଣଙ୍କ ଘରେ ପ୍ଲାଏଉଡରେ ଘରଚଟିଆ ବସା ତିଆରି କରି ବାନ୍ଧିଥିଲୁ। ଏଥିରେ ଘରଚଟିଆ ବସାକରି ରହିବା ଅଭ୍ୟାସ କରିଥିଲେ। ମୋ ସହିତ ମୋ ପତ୍ନୀ ସଂଘମିତ୍ରା ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ପକ୍ଷୀ ସୁରକ୍ଷା ବିଷୟରେ ବୁଝାଉଥିଲେ। ୨୦୧୭ ମସିହାରୁ ଏହି ଘରଚଟିଆ ସୁରକ୍ଷା ଅଭିଯାନ ଚାଲୁରଖିଛୁ। ଘରଚଟିଆଙ୍କ ପାଇଁ ପ୍ଲାଏଉଡ୍‌ରେ ପ୍ରାୟ ଶତାଧିକ ବାକ୍ସ ତିଆରି କରି ନିକଟସ୍ଥ କୁଟୁଣୀ, ତଲାରିବନ୍ଧ, ଗୋଡ଼ିପଡ଼ା, ମୁକ୍ତାପୁର, ଢେଙ୍କେଣୀ ଆଦି ଗାଁରେ ଲଗାଇ ଘରଚଟିଆ ସୁରକ୍ଷା ଅଭିଯାନକୁ ଚାଲୁରଖିଛୁ। ଏଯାଏ ଓଡ଼ଗାଁ ବ୍ଲକ ଓ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରେ ପ୍ରାୟ ଶହେଟି ପ୍ଲାଏଉଡ୍‌ର ତିଆରି ଘରଚଟିଆ ଘରେ ଏହି ପକ୍ଷୀମାନେ ଅଣ୍ଡାଦେଇ ଛୁଆଫୁଟାଇ ବଂଶ ବିସ୍ତାର କରିସାରିଲେଣି। ମା’ ଘରଚଟିଆ ଯେତେବେଳେ ତା’ ବସାରେ ଛୁଆକୁ ଚଞ୍ଚୁରେ କିଛି ଖାଦ୍ୟ ଖୁଆଇଥାଏ। ଏହି ଦୃଶ୍ୟ ଦେଖିଲେ ମୋତେ ଆତ୍ମସନ୍ତୋଷ ମିଳିଥାଏ। ଘରଚଟିଆ ସୁରକ୍ଷା ଅଭିଯାନ ପାଇଁ ସେମାନଙ୍କ ଘର କରି ସଫଳତା ପାଇଲୁ। ସଂଘମିତ୍ରା କୁହନ୍ତି, ‘ଘରଚଟିଆଙ୍କୁ ଦେଖିଲେ ଖୁସି ଲାଗେ। ସେମାନେ ଆମ ପରିବାର ସଦସ୍ୟଙ୍କ ପରି । ଏମାନେ ଶସ୍ୟକ୍ଷେତ୍ରରୁ ପୋକ, କୀଟ, ଲେଡ଼ିପୋକ, ଉଇ ଆଦି ଅଦରକାରୀ କୀଟକୁ ଖାଇଥାନ୍ତି। ଏହି ପକ୍ଷୀ ଦେଖିବାକୁ ଯେତିକି ସୁନ୍ଦର ଏମାନଙ୍କ ବସା ମଧ୍ୟ ସେତିକି ସୁନ୍ଦର। ଏମାନଙ୍କ ସୁରକ୍ଷା ଲାଗି ଆଇବିସିଏନ୍‌ ତରଫରୁ ଗାଁଗଣ୍ଡାରେ ତାଳ ଓ ଖଜୁରି ଗଛର ସୁରକ୍ଷା ଲାଗି ଜନ ସଚେତନତା କରିଆସୁଛୁ। ନାସିକର ଘରଚଟିଆ ସୁରକ୍ଷାକର୍ମୀ ମହମ୍ମଦ ଦିଲ୍‌ଓ୍ବାର ହେଉଛନ୍ତି ଆମ ପ୍ରେରଣା। ସେହିପରି ବଳକା ସମୟରେ ବୃକ୍ଷରୋପଣ ବି କରିଥାଏ। ବିଭିନ୍ନ ବୃକ୍ଷଲତା ଓ ଜୀବଜନ୍ତୁଙ୍କର କିପରି ସୁରକ୍ଷା ହୋଇପାରିବ ସେଥିପାଇଁ ବିଭିନ୍ନ ଗାଁରେ ଜନସଚେତନତା କାର୍ଯ୍ୟ କରିଥାଏ। ଯେଉଁମାନେ ଏହି କାର୍ଯ୍ୟରେ ମୋତେ ସହଯୋଗ କରନ୍ତି ସେମାନଙ୍କୁ ସମ୍ମାନିତ କରିଥାଏ।
ସ୍କୁଲ କଲେଜ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପରିବେଶବିତ୍‌ ସମସ୍ତେ ଏହି ଅଭିଯାନରେ ସାମିଲ ହେଉଛନ୍ତି। ଘରଚଟିଆ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବାରୁ ସବୁଜ ଶ୍ରୀ ସମ୍ମାନ, ପ୍ରକୃତିବନ୍ଧୁ, ଅବିଲୋକ ପରିବେଶ ସମ୍ମାନ, ନେଚର ଫର ଏଭର ସୋସାଇଟି ଆଦି ଅନେକ ସଂସ୍ଥାରୁ ପୁରସ୍କୃତ ହୋଇଛି। ଏଥିପାଇଁ ମୋର ନିଆରା ପରିଚୟ ସୃଷ୍ଟି ହୋଇପାରିଛି।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri