Posted inଜାତୀୟ

ବିଶ୍ୱର ପ୍ରଥମ ଗ୍ରାଣ୍ଡମାଷ୍ଟର ଭଉଣୀ ଭାଇ ବୈଶାଳୀ-ପ୍ରଜ୍ଞାନନ୍ଦ

ଚେନ୍ନାଇ, ୩।୧୨: ବିଶ୍ୱ ଚେସ୍‌ରେ ଭାରତର ପ୍ରାଧାନ୍ୟ କ୍ରମେ ବଢ଼ିବାରେ ଲାଗିଛି। ଦେଶର ପ୍ରତିଭାସମ୍ପନ୍ନ ଗ୍ରାଣ୍ଡମାଷ୍ଟରମାନେ ବିଶ୍ୱର ଯେକୌଣସି ଖେଳାଳିଙ୍କୁ ଟକ୍କର ଦେବାରେ ସକ୍ଷମ ହେଉଛନ୍ତି। ଏବେ ଭାରତୀୟ ଖେଳାଳିମାନେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି ଗୋଟିଏ ପରିବାରର ଭଉଣୀ ଭାଇ, ଯାହାକି ବିଶ୍ୱରେ ପ୍ରଥମ। ପୂର୍ବରୁ ଆର୍‌. ପ୍ରଜ୍ଞାନନ୍ଦ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିସାରିଥିଲେ। ଏବେ ତାଙ୍କ ବଡ଼ ଭଉଣୀ ଆର୍‌. ବୈଶାଳୀ ଗ୍ରାଣ୍ଡମାଷ୍ଟର ଟାଇଟଲ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୋଟିଏ ପରିବାରର ଭଉଣୀ ଭାଇ ଗ୍ରାଣ୍ଡମାଷ୍ଟର ଜିତିବା ଏହା ବିଶ୍ୱରେ ପ୍ରଥମ ଦୃଷ୍ଟାନ୍ତ। ସ୍ପେନ୍‌ରେ ଅନୁଷ୍ଠିତ ଆଇଭିଇଏଲ୍‌ ଲୋବ୍ରେଗାଟ ଓପନ ଚେସ୍‌ରେ ଚମତ୍କାର ଆରମ୍ଭ କରି ବୈଶାଳୀ ଗ୍ରାଣ୍ଡମାଷ୍ଟର ଟାଇଟଲ ଜିତିବାର ସମସ୍ତ ଔପଚାରିକତା ପୂରଣ କରିଛନ୍ତି। ଶୁକ୍ରବାର ସେ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ଆବଶ୍ୟକ ମ୍ୟାଜିକ୍‌ ୨୫୦୦ ରେଟିଂ ପଏଣ୍ଟ ପୂରଣ କରିବା ସହ ଏହି ସଫଳତା ପାଇଛନ୍ତି। ଚେନ୍ନାଇଭିତ୍ତିକ ୨୨ ବର୍ଷୀୟା ବୈଶାଳୀ ସ୍ପେନ୍‌ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ତୁର୍କୀ ଫିଡେମାଷ୍ଟର ତାମେର ତାରିକ ସେଲବେସଙ୍କୁ ହରାଇବା ସହ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ପଥ ପରିଷ୍କାର କରିଥିଲେ। ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ ପାଇଁ ଖେଳାଳିଙ୍କୁ ୩ଟି ଗ୍ରାଣ୍ଡମାଷ୍ଟର ନର୍ମ ସହ ୨୫୦୦ ଇଲୋ ରେଟିଂ ସ୍ପର୍ଶ କରିବା ଆବଶ୍ୟକ ହୋଇଥାଏ। ବୈଶାଳୀ ଗତ ଅକ୍ଟୋବରରେ ଅନୁଷ୍ଠିତ କାତାର ମାଷ୍ଟର୍ସ ଟୁର୍ନାମେଣ୍ଟରେ ତୃତୀୟ ଜିଏମ୍‌ ନର୍ମ ପୂରଣ କରିଥିଲେ। ଟାଇଟଲ ପାଇଁ ତାଙ୍କୁ କେବଳ ୨୫୦୦ ରେଟିଂ ସ୍ପର୍ଶ କରିବା ଆବଶ୍ୟକ ହେଉଥିଲା, ଯାହାକି ସେ ସ୍ପେନ୍‌ ଟୁର୍ନାମେଣ୍ଟରେ ହାସଲ କରିଛନ୍ତି।
ଭାରତର ତୃତୀୟ ମହିଳା ଖେଳାଳିଭାବେ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ପାଇଛନ୍ତି ବୈଶାଳୀ। ତାଙ୍କ ପୂର୍ବରୁ କୋନେରୁ ହମ୍ପି ଓ ଡି. ହାରିକା ଏହି ଟାଇଟଲ ହାସଲର କୃତିତ୍ୱ ଅର୍ଜନ କରିଛନ୍ତି। ବୈଶାଳୀ ଭାରତର ୮୪ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। କେବଳ ଗ୍ରାଣ୍ଡମାଷ୍ଟର ଟାଇଟଲ ନୁହେଁ, ବିଶ୍ୱର ପ୍ରଥମ ଭଉଣୀ ଭାଇ ଭାବେ ସମ୍ମାନଜନକ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ର କ୍ୱାଲିଫାଇଂ ଇଭେଣ୍ଟରୂପେ ପରିଚିତ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ୨୦୨୪ ଏପ୍ରିଲରେ ଟରଣ୍ଟୋରେ ଅନୁଷ୍ଠିତ ହେବ। ବୈଶାଳୀଙ୍କ ସାନଭାଇ ପ୍ରଜ୍ଞାନନ୍ଦ ୨୦୧୮ରେ ମାତ୍ର ୧୨ ବର୍ଷ ବୟସରରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିଲେ। ଚେସ୍‌ ଲିଜେଣ୍ଡ ବିଶ୍ୱନାଥନ ଆନନ୍ଦ ସୋସିଆଲ୍‌ ନେଟ୍‌ଓ୍ବର୍କିଂ ପ୍ଲାଟ୍‌ଫର୍ମ ‘ଏକ୍ସ’ ମାଧ୍ୟମରେ ବୈଶାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ତାଙ୍କ ବାପା ରମେଶବାବୁଙ୍କଠାରୁ ଚେସ୍‌ ଶିଖିବା ଆରମ୍ଭ କରିଥିଲେ। ରମେଶବାବୁ ନିଜେ ମଧ୍ୟ ଜଣେ ଚେସ୍‌ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri