ଭିସୁଟ୍‌ରେ ଆନ୍ଦୋଳନ ମହଙ୍ଗା ପଡ଼ିଲା: ଅଧ୍ୟାପକ ବହିଷ୍କୃତ,୨ ନିଲମ୍ବିତ; ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର,୧୧।୮(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଆନ୍ଦୋଳନ ଚଳାଇଥିବା ଅଧ୍ୟାପକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟର ଚିଠି ନମ୍ବର ଏସଡିଟିଇ-ଟିଏଚଇ-(ଆଇଆଇ)-୦୦୨୮/୨୦୧୯-୩୮୩୭ ତାରିଖ ୯।୮।୨୦୧୯ ଅନୁଯାୟୀ ଅଧ୍ୟାପକ ସଂଘ ସଭାପତି ପୁଷ୍ପରାଜ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ସମ୍ପାଦକ ପ୍ରଦୀପ ଦାସ ଓ ଉପସଭାପତି ପାଣ୍ଡବ ପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଆନ୍ଦୋଳନରେ ସାମିଲ ଅନ୍ୟ ୧୫ ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି।

ବିଶ୍ୱ ବିଦ୍ୟାଳୟ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା, ଅଧ୍ୟାପକଙ୍କୁ ପ୍ରଭାବିତ କରି ଆନ୍ଦୋଳନ କରିବା, କୁଳପତିଙ୍କ ବିରୋଧରେ ନାରାବାଜି କରିବା, ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେବା ଯୋଗୁ ଶିକ୍ଷା ଅନୁଷ୍ଠାନର ଗରିମା ଉପରେ ତାର ପ୍ରଭାବ ପଡିଛି। ଆଡମିଶନ ସମୟରେ ଏଭଳି ଆନ୍ଦୋଳନ ଯୋଗୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶିକ୍ଷାଦାନ ଓ ଖାତା ଦେଖା କାର୍ଯ୍ୟରେ ବାଧା ଦେବା ଭଳି କାରଣକୁ ଭିତ୍ତି କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁଳାଧିପତିଙ୍କ ଏପରି କାର୍ଯ୍ୟାନୁଷ୍ଠାନ ପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଭିସୁଟ୍‌ ପରିସରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୭ ତାରିଖଠାରୁ ଅଧ୍ୟାପକ ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା। ବିଶେଷ କରି କୁଳପତି ଅଟଳ ଚୌଧୁରୀଙ୍କୁ ହଟାଇବାକୁ ସେମାନେ ଦାବି କରି ଆସୁଥିଲେ। ଏହା ସହ ଡିନ୍‌ ଏକାଡେମିକ୍ସଙ୍କୁ ତାଙ୍କ ପଦରୁ ନିବୃତ୍ତ କରିବା, ଡ. ଏସ.ପି. ପାଣିଗ୍ରାହୀ ଓ ଡ. ରାକେଶ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯିବା, ପିଏଆର ଫର୍ମାଟରେ କରିଥିବା ପରିବର୍ତ୍ତନକୁ ପ୍ରତ୍ୟାହାର କରିବା, ପିଏଚ୍‌ଡି ସମ୍ମାନ ପାଇଁ ୟୁଜିସି ନିୟମ ପାଳନ କରିବା, ସର୍ବନିମ୍ନ ସୁବିଧା ଯୋଗାଇ ଦେବା, ଫାକଲ୍ଟି କାଉନସେଲିଂ ବିନା କୌଣସି ନିଷ୍ପତ୍ତି ନ ନେବା, ଷ୍ଟାଚ୍ୟୁଟୋରୀ ବଡି ବୈଠକରେ ଅଡିଓ ଓ ଭିଡିଓ ରେକର୍ଡ କରିବା, ଏକାଡେମିକ୍ସ ପ୍ରସଙ୍ଗରେ ପୁରାତନ ଛାତ୍ର ସଂଘ ମୁଣ୍ଡ ନ ପୂରାଇବା ଭଳି ଦାବି ରହିଥିଲା। ଏହି ସବୁ ଦାବି ଉପରେ ପ୍ରଶାସନିକସ୍ତରରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରଥମେ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ। ହେଲେ ଅଧ୍ୟାପକ ସଂଘ ସମସ୍ତ ୧୦ ଦଫା ଦାବି ପୂରଣ ପାଇଁ ଜିଦ୍‌ ଧରିଥିଲା। କୁଳପତି ଅଟଳ ଚୌଧୁରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ସମସ୍ତ ଦାବି ପୂରଣ କରି ହେବ ନାହିଁ ବୋଲି ସେ କହିଥିଲେ। ଜୁଲାଇ ୨୪ ତାରିଖରେ ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ସି.ଆର. ମହାପାତ୍ର, ଦକ୍ଷତା ବିଭାଗ ଯୁଗ୍ମସଚିବ ଅଜୟ କୁମାର ନାଏକ ଭିସୁଟ୍‌ରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଥିଲେ। କୁଳପତି ଚୌଧୁରୀ ଓ ଆନ୍ଦୋଳନ କରୁଥିବା ଅଧ୍ୟାପକମାନଙ୍କଠାରୁ ପୃଥକ ପୃଥକ ଭାବେ ରିପୋର୍ଟ ନେଇଥିଲେ। ଶେଷରେ ଏହି ରିପୋର୍ଟକୁ ଆଧାର କରି କୁଳାଧିପତିଙ୍କ କାର୍ଯ୍ୟାଳୟ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏ ନେଇ ସଂଘର ସମ୍ପାଦକ ପ୍ରଦୀପ ଦାସ କହିଛନ୍ତି, ଏପରି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ, ଆମକୁ କୌଣସି କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇନାହିଁ। ଗଣତନ୍ତ୍ରରେ ସ୍ବର ଉତ୍ତୋଳନ କରିବା ସମସ୍ତଙ୍କର ଅଧିକାର ରହିଛି। ଆମେ ପ୍ରଥମରୁ ଶୃଙ୍ଖଳିତ ଭାବେ ଆନ୍ଦୋଳନ ଚଳାଇ ଆସିଥିଲୁ। ତଥାପି ଆମମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri