ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର ଭିଡିଓ ଶୁଟିଂ କରି ସେମାନଙ୍କୁ ବ୍ଲାକମେଲିଂ କରିବା ଭଳି ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ପରେ ଦାବି ମୁତାବକ ଟଙ୍କା ନ ପାଇବାରୁ ଭିଡିଓ ରେକର୍ଡିଂ କରିଥିବା ୩ ଦୁର୍ବୃତ୍ତ ଏହାକୁ ଭାଇରାଲ କରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭୋଗରାଇ ଅଞ୍ଚଳରେ ଯୁକ୍ତ ୨ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଯୁକ୍ତ ୩ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ସହ ଗତ ୧ତାରିଖରେ ତାଳସାରୀ ବେଳାଭୂମି ସୁବର୍ଣ୍ଣପୁର ଦ୍ୱୀପକୁ ବୁଲି ଯାଇଥିଲେ। ସେଠାରେ ବସି ଗପସପ ହେଉଥିବା ବେଳେ ୩ଜଣ ଦୁର୍ବୃତ୍ତ ସେମାନଙ୍କୁ ପ୍ରେମୀଯୁଗଳ ମନେକରି ଅସଦାଚରଣ କରିବା ସହ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଛାତ୍ରଙ୍କୁ ମାରଧର ଓ ଛାତ୍ରୀଜଣଙ୍କୁ ଅସଦାଚରଣ କରି ଦୁହିଁଙ୍କୁ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିନୟ କରିବାକୁ ବାଧ୍ୟ କରିଥିଲେ। ସେଠାରେ ପୁରୁଷ ବନ୍ଧୁ ଓ ତାଙ୍କ ବାନ୍ଧବୀ ଉପାୟଶୂନ୍ୟ ହୋଇପଡିଥିଲେ। ପରେ ଦୁର୍ବୃତ୍ତମାନେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ଏପରିକି ୨୦ହଜାର ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଏଭଳି ସ୍ଥିତିରେ କଲେଜ ଛାତ୍ରଜଣକ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ପାଖକୁ ଫୋନ କରି ତାଙ୍କଠାରୁ ୧୫ଶହ ଟଙ୍କା ଆଣି ସେମାନଙ୍କୁ ଦେଇଥିଲେ। ସପ୍ତାହକ ମଧ୍ୟରେ ବାକି ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଚେତାବନୀ ଦେଇ ୩ ଦୁର୍ବୃତ୍ତ ଏହି ଛାତ୍ରୀଛାତ୍ରଙ୍କୁ ଛାଡିଥିଲେ। ଏହି ପରିପ୍ରେକ୍ଷୀରେ ଟଙ୍କା ନ ପାଇବାରୁ ୩ ଦୁର୍ବୃତ୍ତ ଗତ ୯ତାରିଖରେ ଭିଡିଓ ଭାଇରାଲ କରିଦେବାରୁ ଉଭୟ ଛାତ୍ରୀଛାତ୍ର ମାନସିକ ଭାରସାମ୍ୟ ହରାଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଛାତ୍ରଜଣକ ଶନିବାର ତାଳସାରୀ ମେରାଇନ ଥାନାକୁ ଯାଇ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଥାନାଧିକାରୀ ତୁଶାଲ ମାଝି ଏକ ମାମଲା (ନଂ. ୨୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ତଲାସି ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ, ତାଳସାରୀ ବେଳାଭୂମିରେ ସମ୍ପ୍ରତି ଅପରାଧୀଙ୍କ ଆତଯାତ ବୃଦ୍ଧି ପାଇବାରେ ଲାଗିଛି। ଗତମାସ ୯ ତାରିଖ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଏକ ଗେଷ୍ଟ ହାଉସ୍‌ରେ ୨ ବଙ୍ଗୀୟ ଯୁବତୀଙ୍କୁ ଗଣବଳାତ୍କାର, ୧୭ ତାରିଖରେ ଜଣେ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ ପୁଣି ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଘଟଣା ନେଇ ଅଞ୍ଚଳବାସୀ ପ୍ରତିବାଦର ସ୍ବର ଉଠାଇଛନ୍ତି। ଅବିଳମ୍ବେ ଅଭିଯୁକ୍ତଙ୍କୁ ଧରି ଧରି ପୋଲିସ କାର୍ଯ୍ୟାନୁଷ୍ଠାନ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri