ଏଇ ଭାରତରେ

ଗୋଟିଏ କି ଦୁଇଟି ନୁହେଁ, ଜଙ୍ଗଲରେ ବଢୁଥିବା ୧୨୦ ପ୍ରକାର ବିରଳ ଅର୍ଚିଡ୍‌ର ଭଣ୍ଡାର ପାଲଟିଛି କେରଳର ଭି.ୟୁ. ସାବୁଙ୍କ ଘର। ଏହି ସବୁ ଅର୍ଚିଡ୍‌ ହେଉଛି ସୌନ୍ଦର୍ଯ୍ୟବର୍ଦ୍ଧକ। ଏଥିରୁ ୬୦ଟି ସେ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରୁ ସଂଗ୍ରହ କରିଛନ୍ତି। ଓ୍ବାଏନାଡା ସ୍ଥିତ ତାଙ୍କ ଘରକୁ ସଜାଇବା ଉଦ୍ଦେଶ୍ୟରେ ସେ ଏହିସବୁ ଅର୍ଚିଡ୍‌ ରଖିନାହାନ୍ତି ବରଂ ବିିଲୁପ୍ତ ଅବସ୍ଥାରୁ ଏଗୁଡ଼ିକୁ ସଂରକ୍ଷଣ କରି ରଖିବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଏଗୁଡ଼ିକ ମଧ୍ୟରେ ୩୬ଟି ଇଣ୍ଟର୍‌ନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର(ଆଇୟୁସିଏନ୍‌)ର ଅତି ସଙ୍କଟ ତାଲିକାରେ ଅଛି। ଅର୍ଚିଡ୍‌ ସଂରକ୍ଷଣରେ ସମର୍ପିତ ସାବୁ ୨୦୧୬ରେ ହେଲ୍‌ଥ କେୟାର ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ ପରେ ଏକ ହସ୍ପିଟାଲରେ କାର୍ଯ୍ୟ କରିବା ସହ ଅର୍ଚିଡ୍‌ ଚାଷ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ ସେ ପଶ୍ଚିମଘାଟ ପର୍ବତମାଳରେ ଓ୍ବାଇଲ୍ଡ ଅର୍ଚିଡ୍‌ର ୨୦୦୦ ଚାରା ରୋପଣ କରିଛନ୍ତି। ଘରେ ବ୍ୟବସାୟ ଦୃଷ୍ଟିରୁ ୪ଟି ପଲିହାଉସରେ ୪,୦୦୦ ଅର୍ଚିଡ୍‌ ଗଛ ଲଗାଇଛନ୍ତି। ସାବୁଙ୍କ ଘରକୁ ୨୦ଟି ଅନୁଷ୍ଠାନର ପାଖାପାଖି ୫,୦୦୦ ପିଏଚ୍‌.ଡି. ଛାତ୍ରୀଛାତ୍ର ଓ ଉଦ୍ଭିଦବିଜ୍ଞାନୀ ବୁଲି ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri