ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର

ଅବିଭକ୍ତ କୋରାପୁଟ ଜିଲାର ରାୟଗଡ଼ା ସହରରେ ୧୯୩୩, ନଭେମ୍ବର ୧୭ତାରିଖରେ ମାତା ଶଶିରେଖା ଦେବୀ ଓ ପିତା ଗୋପୀନାଥ ବକ୍ସିପାତ୍ରଙ୍କ ପରିବାରରେ ଓଡ଼ିଶାର ଅଦ୍ୱିତୀୟ ନେତା ଉଦାର ହୃଦୟ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ଆବିର୍ଭାବ। ରାୟଗଡ଼ାର ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲରେ ତାଙ୍କର ଶିକ୍ଷାଗ୍ରହଣ। ତତ୍‌ପରେ ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜରେ ଉଚ୍ଚଶିକ୍ଷା ଗ୍ରହଣବେଳେ ହରିଶବାବୁ ଥିଲେ ଛାତ୍ରସଂସଦର ସଭାପତି। କଟକରେ ସ୍ନାତକୋତ୍ତର ଅଧ୍ୟୟନ ବେଳେ ସେ ଓଡ଼ିଆ ଭାଷା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ବେଶ୍‌ ପରିଚିତ ହୋଇଥିଲେ। ତାଙ୍କର ନେତୃତ୍ୱ ବଳରେ ସେ ହୋଇଥିଲେ ରେଭେନ୍ସା କଲେଜର ଛାତ୍ରସଂଘର ସଭାପତି। ତାଙ୍କ ନେତୃତ୍ୱରେ୧୯୫୬ର ଐତିହାସିକ ସୀମା ଆନ୍ଦୋଳନ ସକ୍ରିୟ ହୋଇଉଠିଥିଲା। ତା’ ପରବର୍ଷ ସେ ବ୍ରହ୍ମପୁର ଠାରେ ଅଖିଳଭାରତ ଛାତ୍ରସଂଘର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୧ରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ହୋଇଥିଲେ। ଏଥିରୁ ମନେହୁଏ ଯେ ଜନ୍ମରୁ ସେ ନେତା। ସାମ୍ୟବାଦୀ ଚିନ୍ତନ ତାଙ୍କୁ ବହୁ ପରିଚିତି ଦେଇଥିଲା।
ଜୟପୁର ସହରରେ ଓକିଲାତି କରି ହରିଶ୍‌ବାବୁ ବହୁ ଲୋକହିତକର କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ଚାଷୀ ଆନ୍ଦୋଳନକୁ କାର୍ଯ୍ୟକ୍ଷମ କରାଇବାକୁ ଯାଇ ସେ ‘ରୟତସଭା’ ପ୍ରତିଷ୍ଠା କରିଥିଲେ। ଲୋକ ସଚେତନତା ପାଇଁ ସେ ‘ଲୋକନୀତି’ ପାକ୍ଷିକ ପତ୍ରିକା(୧୯୬୫)ରେ ପ୍ରତିଷ୍ଠା କରି ଚଳାଇ ରଖିଥିଲେ। ହରିଶ୍‌ବାବୁ ୧୯୭୦-୧୯୯୦ମଧ୍ୟରେ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୫-୭୭ରେ ସେ ଜାତୀୟ ଜରୁରିକାଳୀନ ପରିସ୍ଥିତିରେ ମିସା ଆଇନରେ ୧୯ ମାସ କାରାରୁଦ୍ଧ ଥିଲେ। ୧୯୭୭-୧୯୮୦ବେଳେ ସେ ମନ୍ତ୍ରୀ ହୋଇଥିଲେ। ଅନ୍ୟାୟ ବିରୋଧରେ ଲଢ଼ିବା, ଲୋକକଲ୍ୟାଣ ପାଇଁ ଗଢ଼ିବା ଥିବା ହରିଶ୍‌ବାବୁଙ୍କ ଚିନ୍ତନର ମାନଚିତ୍ର। ସେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିବାବେଳେ ଆଗ୍ରହ ପ୍ରକାଶ କରିବାକୁ ମୁଁ ଇକୋ ଟୁରିଜମ୍‌ ବିକାଶ ନେଇ ନୋଟ୍‌ ଦେଇଥିଲି। ପରବର୍ତ୍ତୀ କାଳରେ ତାହା କାର୍ଯ୍ୟକାରୀ ହୋଇଥିଲା।
କର୍ମଯୋଗୀ ହରିଶ୍‌ବାବୁଙ୍କ ମନ୍ତ୍ରିତ୍ୱବେଳେ ନାଲ୍‌କୋ, କୋଣାର୍କ ଝୋଟକଳ, ଓଡ଼ିଶା ସ୍ପିନିଂମିଲ୍‌, କୋଣାର୍କ ଘଣ୍ଟା କାରଖାନା, ଚିଲିକା ବିକାଶ କର୍ତ୍ତୃପକ୍ଷ, ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ, ଗୋପାଳପୁର ବନ୍ଦରର କାର୍ଯ୍ୟ ହୋଇଥିଲା। ହରିଶ୍‌ବାବୁ ମୃଦୁଭାଷୀ ନେତା ଥିଲେ। ଦେଶ-ଜାତି-ଭାଷା-ସଂସ୍କୃତି-ସଂଗଠନ ପ୍ରତି ତାଙ୍କର ଆନ୍ତରିକତା ଅକଳନୀୟ। କବି ରବି ସିଂ ସ୍ବୀକାର କରିଛନ୍ତି ଯେ ୧୯୫୫ ଗୋଆ ମୁକ୍ତି ଆନ୍ଦୋଳନରେ ଯୋଗଦେବାକୁ ସେ (ରବି ସିଂ) ଯାଉଥିବାବେଳେ ହରିଶ୍‌ବାବୁ ତାଙ୍କ ପାଖକୁ ଉତ୍ସାହଜନକ ଚିଠି ସହ ୫ଶହ ଟଙ୍କା ପଠାଇଥିଲେ। ମୁକ୍ତି ସଂଗ୍ରାମୀଙ୍କ ପାଇଁ ତାହା ଥିଲା ପାଥେୟର ପ୍ରତୀକ। ସେ ଉତ୍କଳ ସମ୍ମିଳନୀ ଜରିଆରେ ଭାଷା-ଭୂମିର ସୁରକ୍ଷା ପାଇଁ ତାଙ୍କର ସମୟ-ସାମର୍ଥ୍ୟ ସହଯୋଗ କରିଥିଲେ। ୧୯୯୪ ବେଳକୁ ସେ ହୋଇଥିଲେ ଉତ୍କଳ ସମ୍ମିଳନୀର ସଭାପତି। ସାମ୍ୟବାଦୀ ହରିଶ୍‌ବାବୁ ଏଇ ପରିପ୍ରେକ୍ଷୀରେ ରୁଷିଆ, ଚାଇନା, ପୂର୍ବ-ୟୁରୋପର କିଛି ଅଂଶ ପର୍ଯ୍ୟଟନ କରିଥିଲେ।
ଚାଷୀ, ମୂଲିଆ, ଖଟିଖିଆଙ୍କ ପାଇଁ ହରିଶ୍‌ବାବୁ ବହୁବାର ଆନ୍ଦୋଳନ ଓ ପଦଯାତ୍ରା କରିଥିଲେ। ସେ ଥିଲେ ଏକାଧାରରେ ପ୍ରଗତିଶୀଳ ଶିଳ୍ପମନ୍ତ୍ରୀ ଓ ଦକ୍ଷଶ୍ରମିକ ନେତା। ମନେପଡ଼େ ସେ ଥିଲେ ଡଙ୍କେଲ ବିରୋଧୀ ଆନ୍ଦୋଳନର ମୁଖ୍ୟ ସୂତ୍ରଧର। ହରିଶ୍‌ବାବୁଙ୍କର ଦେହାନ୍ତ ହୁଏ ୨୦୦୦ ଅକ୍ଟୋବର ୨୭ ରେ। ତାଙ୍କର ପୁତ୍ରକନ୍ୟାମାନେ ସମସ୍ତେ କଲ୍ୟାଣକାମରେ ଉତ୍ସର୍ଗୀକୃତ। ସବୁ ଭିତରେ ମୁଁ ଦେଖୁଛି ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ବିପ୍ଳବର ଆର୍ଷବାଣୀ। ତାଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧା ସମ୍ମାନ।

  • ଡ. ବିମଳେନ୍ଦୁ ମହାନ୍ତି

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri