Posted inଖେଳ

ଗୁଜୁରାଟ ରାସ୍ତାରେ ପିଲାମାନଙ୍କ ସହିତ କ୍ରିକେଟ୍ ଖେଳିଲେ ଡେଭିଡ ବେକହମ୍, ଫଟୋ ଭାଇରାଲ୍

ନୂଆଦିଲ୍ଲୀ, ୧୫।୧୧ : ଇଂଲଣ୍ଡର ପୂର୍ବତନ ଫୁଟବଲର୍ ଡେଭିଡ୍ ବେକହମ୍ ବର୍ତମାନ ଭାରତରେ ଅଛନ୍ତି ଏବଂ ନିକଟରେ ଗୁଜରାଟରେ ପିଲାମାନଙ୍କ ସହିତ ଗଲି କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ୪୮ ବର୍ଷୀୟ ବେକହମ୍ ତିନି ଦିନ ଧରି ଭାରତରେ ଅଛନ୍ତି ଏବଂ ଖବର ମୁତାବକ, ସେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ମୁମ୍ବାଇର ଓ୍ବାଙ୍ଖ୍‌ଡ଼େ ଷ୍ଟାଡିୟମରୁ ଦିନିକିଆ ବିଶ୍ୱକପ ୨୦୨୩ ସେମିଫାଇନାଲକୁ ଦେଖିବେ।

ବେକହମ୍ ୟୁନିସେଫ୍ ଆମ୍ବାସଡର ଭାବରେ ଭାରତକୁ ଆସିଛନ୍ତି। ମହିଳା ଓ ବାଳିକାଙ୍କୁ ସଶକ୍ତ କରିବା ଏବଂ କ୍ରିକେଟ୍ ମାଧ୍ୟମରେ ଅନ୍ତର୍ଭୁକ୍ତତା ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ୟୁନିସେଫ୍ ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏକ ସହଭାଗୀତା କରିଛି। ତେବେ ବେକହମ୍ ପିଲାମାନଙ୍କ ସହିତ ଖେଳୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଛି।

ଚଳିତ ବିଶ୍ୱକପରେ ଭାରତ ସମସ୍ତ ୯ ମୁକାବିଲାରେ ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଧର୍ମଶାଳାରେ ବିରାଟ କୋହଲିଙ୍କ ୯୫ ରନ୍ ବଳରେ ଭାରତ ବ୍ୟୁଜିଲାଣ୍ଡକୁ ମଧ୍ୟ ୪ ଉଇକେଟରେ ମାତ୍ ଦେଇଥିଲା। ଏହା ପୂର୍ବରୁ ବୋଲିଂରେ ମହମ୍ମଦ ଶାମି ୫ ଉଇକେଟ ନେଇଥିଲେ ଏବଂ ନ୍ୟୁଜିଲାଣ୍ଡ ଟିମ୍ ୨୭୩ ରନରେ ଅଟକି ଯାଇଥିଲା। ମ୍ୟାଚକୁ ଭାରତ ଦୁଇ ଓଭର ଥାଇ ଜିତି ନେଇଥିଲା।

୨୦୧୯ ଦିନିକିଆ ବିଶ୍ଵକପରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ସେମିଫାଇନାଲରେ ପରାଜିତ ହୋଇଥିଲା ବେଳେ ପୁଣିଥରେ ୨୦୨୩ରେ ସେମିଫାଇନାଲରେ ପୁଣି ଭେଟିବ। ତେବେ ଚଳିତ ଥର ଲଗାତାର ତୃତୀୟ ବିଶ୍ୱକପରେ ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଲକ୍ଷ୍ୟ ରଖିଥିବା ବେଳେ ମଞ୍ଚେଷ୍ଟର ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri