Posted inଖେଳ

କର ବା ମର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୭୨ ରନ୍‌ ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

ଚେନ୍ନାଇ,୯।୧୧: ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୭୨ ରନ୍‌ର ଟାର୍ଗେଟ୍‌ ଦେଇଛି ଶ୍ରୀଲଙ୍କା। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳର ଆରମ୍ଭ ବହୁତ ଖରାପ ଥିଲା। ପ୍ରଥମ ଉଇକେଟ ତିନି ରନ ସ୍କୋରରେ ପଡିଥିଲା। ନିସଙ୍କା ତାଙ୍କ ଆକାଉଣ୍ଟ ମଧ୍ୟ ଖୋଲିପାରି ନ ଥିଲେ। ଏହା ପରେ କୁଶାଲ ପେରେରା ଦ୍ରୁତ ଗତିରେ ରନ ସ୍କୋର କରିଥିଲେ, କିନ୍ତୁ ଉଇକେଟ ଅନ୍ୟ ପଟେ ଚାଲିଥିଲା। କ୍ୟାପଟେନ କୁଶାଲ ମେଣ୍ଡିସ ୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଗୋଟିଏ ରନ ସ୍କୋର କରିବା ପରେ ସମରୱିକ୍ରମା ଏବଂ ଚାରିଥ ଆସାଲଙ୍କା ୮ ରନ ସ୍କୋର କର ପାଭିଲିୟନକୁ ଫେରିଥିଲେ। ପାୱାରପ୍ଲେ ର ଶେଷ ଓଭରରେ କୁସାଲ ପେରେରା ମଧ୍ୟ ବ୍ୟକ୍ତିଗତ ସ୍କୋର ୫୧ ରନ୍‌ରେ ଆଉଟ ହୋଇଥିଲେ। ପାୱାରପ୍ଲେ ପରେ ଶ୍ରୀଲଙ୍କାର ସ୍କୋର ୭୪/୫ଥିଲା।
ଏହା ପରେ ରନ ଗତି ହ୍ରାସ ପାଇଲା, କିନ୍ତୁ ଉଇକେଟ ଆଉ ପଡି ନ ଥିଲା। ୧୬ ରନ ସ୍କୋର କରିବା ପରେ ଆଞ୍ଜେଲୋ ମାଥ୍ୟୁସ ଆଉଟ ହୋଇଥିଲେ ଏବଂ ଧନଞ୍ଜୟ ଡି ସିଲଭା ୧୯ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଚାମିକା କରୁଣାତ୍ନେ ମଧ୍ୟ ୬ ରନ ଦୁଷ୍ମାନଥା ଚାମିରା ଗୋଟିଏ ରନ ସ୍କୋର କରିଥିଲେ। ଶେଷ ଉଇକେଟ ପାଇଁ ମହିଷ ଟିକସିନା ଦିଲଶାନ ମଦୁଶଙ୍କାଙ୍କ ସହ ୪୩ ରନର ଭାଗିଦାରୀ କରିଥିଲେ। ନ୍ୟୁଜିଲାଣ୍ଡ ପାଇଁ ଟ୍ରେଣ୍ଟ ବୋଲ୍ଟ ୩ଟି ଉଇକେଟ ନେଇଥିଲେ। ଲକି ଫର୍ଗୁସନ, ମିଚେଲ ସାଣ୍ଟନର୍‌, ରାଚିନ ରବିନ୍ଦ୍ର ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ସେମିଫାଇନାଲ ଖେଲିବାକୁ ହେଲେ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ। କେବଳ ବିଜୟ ନୁହେଁ ନ୍ୟୁଜିଲାଣ୍ଡକୁ ଭଲ ରନ୍‌ ରେଟ୍‌ରେ ଏହି ମ୍ୟାଚ୍‌ ଜିତିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs NZ: ବଢିଲା ଟିମ୍‌ ଇଣ୍ଡିଆର ସମସ୍ୟା, ପନ୍ତଙ୍କ ପରେ ଏହି ଖେଳାଳି ହେଲେ…

ନୂଆଦିଲ୍ଲୀ,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଥିଲା। ଅଭ୍ୟାସ ସମୟରେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ...

ଭଗବାନ ମୋତେ….ବଡ଼ ଖୁଲାସା କଲେ କୋହଲି

ଅହମ୍ମଦାବାଦ୍‌,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ବିଜୟ ହାସଲ କରିଛି। ବିରାଟ କୋହଲି ୯୧ ବଲରୁ ୯୩ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତକୁ...

ଏହି ବ୍ୟକ୍ତିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଅନ୍ତି କୋହଲି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୧୨।୧: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ତାଙ୍କୁ ୭୧ତମ ଥର...

ବିରାଟଙ୍କୁ ଭଲ ଲାଗିଲାନି ଦର୍ଶକଙ୍କ ଏପରି ବ୍ୟବହାର, ଧୋନୀଙ୍କ ସହ ମଧ୍ୟ ହୋଇଥିଲା

ଭଦୋଦରା,୧୧।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ଇନିଂସ ଖେଳି ମଧ୍ୟ ଖୁସି ନାହାନ୍ତି ବିରାଟ କୋହଲି। ପଡ଼ିଆରେ ଦର୍ଶକଙ୍କ ଆଚରଣକୁ ନେଇ...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ: ଶତକରୁ ବଞ୍ଚିତ ହୋଇ ମଧ୍ୟ ସଚିନଙ୍କୁ ପଛରେ ପକାଇଲେ

ଭଦୋଦରା,୧୧।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ଭଦୋଦରାଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ...

India vs New Zealand 1st ODI: ଭାରତ ଆଗରେ ୩୦୧ ରନ୍‌ର ଟାର୍ଗେଟ୍

ନୂଆଦିଲ୍ଲୀ,୧୧।୧: ଭଦୋଦରାର କୋଟାମ୍ବି ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଆଗରେ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍ ଜିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri