ଚିକିତ୍ସା ପାଇଁ ବାପାଙ୍କୁ ୩୫ କି.ମି. ଟ୍ରଲିରେ ବୋହିଲେ ଝିଅ

ଭଦ୍ରକ,୨୭ା୧୦(ସନାତନ ରାଉତ): ବାପାଙ୍କ ଯନ୍ତ୍ରଣା ସହିପାରିଲେନି। ସାହି ପଡ଼ୋଶୀ କେହି ସହଯୋଗର ହାତ ବଢ଼ାଇଲେନି। ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିଲାନି। ଶେଷରେ ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ବସାଇ ୩୫ କି.ମି. ବୋହି ଡାକ୍ତରଖାନା ନେଲେ ନାବାଳିକା ଝିଅ। ଡାକ୍ତରଖାନାରେ ଚିକିତ୍ସା ପରେ ପୁଣି ବାପାଙ୍କୁ ଟ୍ରଲିରେ ବସାଇ ଘରକୁ ଫେରୁଥିଲେ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ନଦୀଗାଁର ସୁଜାତା ସେଠୀ(୧୪)। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ କିଛି ଦୂରରେ ଗୁରୁବାର ମଧ୍ୟାହ୍ନରେ ଏଭଳି ଘଟଣା ଦେଖି କେତେଜଣ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ଅଟକାଇଥିଲେ। ଏହାପରେ ବାପ-ଝିଅଙ୍କଠାରୁ ସମ୍ପୂର୍ଣ୍ଣ ଘଟଣା ବୁଝିଥିଲେ।
ଘଟଣାରୁ ପ୍ରକାଶ ଯେ, ନଦୀଗଁା ନିବାସୀ ଶମ୍ଭୁନାଥ ସେଠୀ ଜଣେ ଟ୍ରଲି ଚାଳକ। ଗତ ୨୪ ତାରିଖରେ ଜମିଜମା ବିବାଦକୁ ନେଇ ତାଙ୍କର ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶମ୍ଭୁନାଥଙ୍କର ହାତ ଭାଙ୍ଗିଯାଇଥିଲା। କାହାରିଠାରୁ ସାହାଯ୍ୟ ନ ମିଳିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ନ ପାରି ଝିଅ ସୁଜାତା ସେହିଦିନ ଶମ୍ଭୁଙ୍କୁ ନିଜ ଟ୍ରଲିରେ ବସାଇ ପ୍ରଥମେ ଧାମନଗର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ କୁହାଯାଇଥିଲା। ସୁଜାତା ଶମ୍ଭୁଙ୍କୁ ଟ୍ରଲିରେ ନେଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଭଳି ୩୫ କି.ମି. ସେ ଟ୍ରଲି ଚଲାଇ ଆସିଥିଲେ। ୨ ଦିନ ଚିକିତ୍ସା କରାଯାଇ ୭ ଦିନ ପରେ ଭାଙ୍ଗିଥିବା ହାତର ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ପରାମର୍ଶ ଦେଇ ଗୁରୁବାର ତାଙ୍କୁ ଡିସ୍‌ଚାର୍ଜ କରିଥିଲେ। ଏଣୁ ସୁଜାତା ବାପାଙ୍କୁ ଧରି ଘରକୁ ଫେରୁଥିଲେ। ବାଟରେ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ପଚାରି ବୁଝୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପହଞ୍ଚତ୍ ଘଟଣା ବିଷୟରେ ଅବଗତ ହୋଇଥିଲେ। ବିଧାୟକ ମଲ୍ଲିକ ଘଟଣାର ଗୁରୁତ୍ୱକୁ ବୁଝି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଘଟଣାସ୍ଥଳକୁ ଡାକିଥିଲେ। ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର ସେଠାରେ ପହଞ୍ଚତ୍ ସମସ୍ତ ଘଟଣା ଅବଗତ ହେବା ପରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇ ବାପ ଝିଅଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ନେଇ ଅଧିକ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ସେମାନେ ଏବେ ହସ୍ପିଟାଲରେ ରହିବେ ଏବଂ ୭ ଦିନ ବଦଳରେ ଯେତେଶୀଘ୍ର ହୋଇପାରିବ ଶମ୍ଭୁଙ୍କ ଅସ୍ତ୍ରୋପଚାର କରାଯିବ ବୋଲି ଡା. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri