Posted inଖେଳ

ଏସିଆନ୍‌ ଗେମ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୩ା୧୦(ସରୋଜ ଜେନା): ଚାଇନାର ହାଙ୍ଗ୍‌ଝୋରେ ଶେଷ ହୋଇଥିବା ୧୯ତମ ଏସିଆନ ଗେମ୍ସ ଓ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍‌ ଖେଳାଳିମାନଙ୍କୁ ରବିବାର କିଟ୍‌ ଓ କିସ୍‌ରେ ସମ୍ବର୍ଦ୍ଧନା ଦିଆଯାଇଛି। ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ଓଡ଼ିଶା ମହିଳା ଫୁଟବଲ ଦଳର କୋଚ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅଲିମ୍ପିଆନ ଦୂତୀ ଚାନ୍ଦ, ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ, ଓଡ଼ିଶା ରଗ୍‌ବୀ ଆସୋସିଏଶନ ସମ୍ପାଦକ ଉପେନ୍ଦ୍ର ମହାନ୍ତି, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୁଳପତି ପ୍ରଫେସର ଶରଣଜିତ ସିଂହ, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଉପସ୍ଥିତ ରହି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିଥିବା ଶଟପୁଟର ତାଜିନ୍ଦରପାଲ ସିଂହ ଓ ଭାରତୀୟ ହକି ଦଳର ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୫ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ରୌପ୍ୟ ପଦକ ଜିତିଥିବା ଜାଭେଲିନ ଥ୍ରୋୟର କିଶୋର କୁମାର ଜେନା ଏବଂ ଡେକାଥଲନରେ ତେଜସ୍ବିନ ଶଙ୍କରଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ବ୍ରୋଞ୍ଜ ବିଜେତା ଖେଳାଳି ରେସ୍‌ ଓ୍ବାକର ପ୍ରିୟଙ୍କା ଗୋସ୍ବାମୀ ଏବଂ ଅମ୍ଳାନ ବୋର୍ଗୋହେନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପ୍ରତି ଅଚ୍ୟୁତ ସାମନ୍ତଙ୍କ ଅହେତୁକ ଭଲ ପାଇବା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନ ଥାଏ ବୋଲି ପ୍ରକାଶ କରିବା ସହ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ସମସ୍ତ ଆଥଲେଟ୍‌।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି। ରାଜ୍ୟ ସରକାରଙ୍କୁ ଅନୁସରଣ କରି ଆମେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ଶିକ୍ଷା ସହ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେଇ ଆସୁଛୁ ବୋଲି କହିଥିଲେ ଅଚ୍ୟୁତ ସାମନ୍ତ। ବର୍ତ୍ତମାନ ସୁଦ୍ଧା କିଟ୍‌ ଓ କିସ୍‌ ୧୫ ଜଣ ଅଲିମ୍ପିଆନ ସୃଷ୍ଟି କରିବା ସହ ୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri