ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ ମଧ୍ୟକୁ ଆସିଥାଏ। ଏହା ଉପରେ ପାଣି ଚାଲେ। ଲୋକଙ୍କ ସହ ଛାତ୍ରୀଛାତ୍ର ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶାସନ ଜାଣିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଇ ନାହିଁ। ସରକାର ପିଲାମାନଙ୍କ ଭବିଷ୍ୟତ ଲାଗି ବିଭିନ୍ନ ପ୍ରକାର ଯୋଜନା କରୁଥିଲେ ମଧ୍ୟ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସବୁ ଯୋଜନା ଫେଲ ମାରିଛି। ଛାତ୍ରାବାସ ଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ଏପର୍ଯ୍ୟନ୍ତ କାମରେ ଆସୁନାହିଁ। ପିଲାମାନେ ବିପଦର ସହିତ ଏହି ନାଳକୁ ପାରି ହୋଇ ସ୍କୁଲକୁ ଯାଇଥାନ୍ତି। ଏଥିରେ ତାଙ୍କର ଜୀବନ ପ୍ରତି ମଧ୍ୟ ବିପଦ ରହିଛି।
ବୁଧବାର ରାତିରୁ ଲଗାଣ ବର୍ଷ ଯୋଗୁ ପିଟାନାଳି ନାଳ ଉପରେ ପାଣି ଯୋଗୁଁ ଛାତ୍ରୀଛାତ୍ର ବିଦ୍ୟାଳୟରୁ ଆସିବା ଓ ବିଦ୍ୟାଳୟକୁ ଯିବା ବାଧାପ୍ରାପ୍ତ ହୋଇଛି । ବୁଧବାର ଅପରାହ୍ନ ୪ଟାରେ ଉକ୍ତ ନାଳ ଉପରେ ୩ଫୁଟ ପାଣି ଚାଲିବା ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲରୁ ଫେରିବା କଷ୍ଟକର ହୋଇପଡିଥିଲା । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ରଶି ସାହାଯ୍ୟରେ ନାଳ ପାର କରିଥିଲେ । ତେବେ ପିଟାନାଳି ଗ୍ରାମରୁ ଶହେ ମିଟର ଦୂରରେ ରହିଛି ଆଦର୍ଶ ବିଦ୍ୟାଳୟ । ମଝିରେ ନାଳ ଉପରେ ଏକ ତଳୁଆ ପୋଲ କରାଯାଇଛି । ବର୍ଷା ହେଲେ ପୋଲ ଉପରେ ୩ଫୁଟ ପାଣି ସହିତ ଏହା ଖରସ୍ରୋତା ଯୋଗୁଁ ଛାତ୍ରଛାତ୍ରୀଙ୍କ ଯାତାୟାତରେ ଗୁରୁତର ବାଧା ଉପୁଜିଛି। ୬ଷ୍ଠ ଶ୍ରେଣୀ ଠାରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ୩୨୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ଏଥି ପାଇଁ ଛାତ୍ରମାନଙ୍କ ପଇଁ ଶହେ ୧୦ଶଯ୍ୟା ବିଶଷ୍ଟ ହଷ୍ଟେଲ ଗୃହ ନିର୍ମାଣ ହୋଇଥିଲେ ହେଁ ବିଦ୍ୟୁତ ସଂଯୋଗ ଓ ପାନୀୟଜଳ ଯୋଗାଣ ପାଇଁ ଅଦ୍ୟାବଧି ଛାତ୍ରାବାସ ଖୋଲାଯାଇ ପାରିନାହିଁ। ଏଥିପାଇଁ ଛାତ୍ରୀଛାତ୍ରମାନେ ତେଲକୋଇ ଅଞ୍ଚଳର ବିଭିନ୍ନ ଗ୍ରାମରେ ଘରଭଡା ନେଇ ଦୈନିକ ଭଡା ଗାଡିରେ ସ୍କୁଲକୁ ଆସିଥାନ୍ତି । ଏବେ ପିଟାନାଳି ନାଳ ସ୍କୁଲକୁ ଯିବା ଲାଗି ପ୍ରତିବନ୍ଧକ ହୋଇଛି। ଏସମ୍ପର୍କରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ପାର୍ଥସୁନ୍ଦର ମହାକୁଡ଼ଙ୍କୁ ପଚାରିବାରୁ ପିଟାନାଳି ପୋଲ ଉଚ୍ଚ ନ ହେଲେ ଛାତ୍ରୀଛାତ୍ରଙ୍କ ଯାତାୟାତରେ ବାଧା ନିଶ୍ଚିତ ହେବ। ଛାତ୍ରାବାସ କରୁଥିବା ବିଭାଗୀୟ ଅବହେଳା ଯୋଗୁଁ ଛାତ୍ରାବାସ ଖୋଲାଯାଇ ପାରି ନାହିଁ । ଏନେଇ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri