Posted inUncategorized

ମା’ପଞ୍ଚୁବରାହୀଙ୍କ ପୂଜକ କେବଳ ଦଳିତ ମହିଳା

କେନ୍ଦ୍ରାପଡ଼ା,୧୦ା୧୦(ଜଗନ୍ନାଥ ଧଳ): ମନ୍ଦିରର ଟ୍ରଷ୍ଟି ଭାବେ ମହିଳାଙ୍କୁ ଦେଖିବାକୁ ମିଳୁଛି। ମହିଳା ପୂଜକ ମନ୍ଦିରରେ ପୂଜା କରିବା ସାଧାରଣରେ ଦେଖିବାକୁ ମିଳେନାହିଁ। ତେବେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପ୍ରସିଦ୍ଧ ପଞ୍ଚୁବରାହୀରେ କେବଳ ଦଳିତ ମହିଳାଙ୍କୁ ପୂଜକ ଭାବେ ସ୍ବୀକୃତି ମିଳିଥାଏ, ଯାହା ରାଜ୍ୟର ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ। ପ୍ରାୟ ୫୦୦ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। କଳା ମୁଗୁନି ପଥରରେ ନିର୍ମିତ ୫ ଦେବୀଙ୍କର ଏହି ପୂଜକଙ୍କୁ ପାଉଣା ଆକାରରେ ସରକାରୀ ପ୍ରୋତ୍ସାହନ ଏବେ ବି ମିଳିନାହିଁ। ସ୍ଥାନୀୟ ଅଞ୍ଚଳର ଶସ୍ୟ, ଫଳମୂଳ ଓ କେତେକ କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସାମାନ୍ୟ ଅର୍ଥ ପାଉଣା ଭାବେ ଗ୍ରହଣ କରାଯାଉଛି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରଶ୍ମିତା ସାହାଣୀ କହିଛନ୍ତି, ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ଅଥବା ସୁଖ ଦୁଃଖ ସମୟରେ ଶ୍ରଦ୍ଧାଳୁଙ୍କ ମନକାମନା ପୂର୍ଣ୍ଣ କରିବାରେ ସିଦ୍ଧହସ୍ତା। ପୂଜକ ଭାବେ ଜଣେ ପୁରୁଷଙ୍କୁ ଗୋଟିଏ ଥର ଦାୟିତ୍ୱ ମିଳିଥିଲା। ତେବେ ଏହି ପୁରୁଷ ପୂଜକ ମା’ଙ୍କ ଅଙ୍ଗସୌଷ୍ଟବ ପ୍ରତି ଆକର୍ଷିତ ପରେ ପୁନର୍ବାର ମହିଳା ପୂଜକଙ୍କୁ ପୂଜା ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏବେ ୪ ଜଣ ଦଳିତ ମହିଳାଙ୍କୁ ପୂଜା ଦାୟିତ୍ୱ ଅର୍ପଣ କରାଯାଇଛି। ସେମାନେ ହେଉଛନ୍ତି ସୁଜାତା ଦଳେଇ, ବନଲତା ଦଳେଇ, ରାଣୀ ଦଳେଇ ଓ ସାବିତ୍ରୀ ଦଳେଇ। ଏଠାରେ କେବଳ ବିବାହିତା ମହିଳା ପୂଜକ ଭାବେ ସ୍ବୀକୃତି ପାଇଥାନ୍ତିି। ନିଗମାନନ୍ଦ ରାଉତ କହିଛନ୍ତି, ଗ୍ରାମରେ ଏହି ଦଳିତ ମହିଳା ପୂଜକଙ୍କ ସ୍ବତନ୍ତ୍ର ସମ୍ମାନ ଅଛି। ତାଙ୍କ ପାଦ ତଳେ ଜୁହାର ହେବା ପରମ୍ପରା ଅଛି। ତେବେ ପୁରୁଷ ଭାବେ ମନ୍ଦିର ମଧ୍ୟକୁ ଯାଇ ମା’ ପଞ୍ଚୁବରାହୀଙ୍କୁ ଛୁଇଁବାର ଅଧିକାର ନାହିଁ। ପୂଜକ ପରମ୍ପରା ସମ୍ପର୍କରେ ପୂଜକ ସବିତା ଦଳେଇ କହିଛନ୍ତି, ଶାଶୁ ସୀତା ଦଳେଇ ଏଠାରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅବର୍ତ୍ତମାନରେ ଏବେ ପୂଜା କାର୍ଯ୍ୟ ଚଳାଇ ଆସୁଛି। ମଙ୍ଗଳବାର ମା’ଙ୍କ ପୂଜାରେ ଶ୍ରଦ୍ଧାଳୁଙ୍କୁ ସାମିଲ କରାଯାଏ ନାହିଁ। ପୁରୁଷ ଶ୍ରଦ୍ଧାଳୁ ମା’ଙ୍କ ପ୍ରତିମୂର୍ତ୍ତିଙ୍କୁ ମନ୍ଦିରର କାନ୍ଥ ମଧ୍ୟରେ ଥିବା ଗଳା ବାଟରେ ଦେଖିବାକୁ ପଡ଼େ। ଦଳିତ ମହିଳା ଭାବେ କୌଣସି ଶ୍ରଦ୍ଧାଳୁ ହତାଦର କରି ନ ଥିବା ସେ ସନ୍ତୋଷର ସହ ମତ ରଖିଛନ୍ତି। ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, ରାଜ୍ୟରେ ଏହି ମନ୍ଦିର ଏକ ବ୍ୟତିକ୍ରମ। ଦଳିତ ମହିଳା ଏଠାରେ ପୂଜାରୀ ଭାବେ କାର୍ଯ୍ୟ କରନ୍ତି। ତେବେ ଦେଶର ଅଳ୍ପ କେତୋଟି ସ୍ଥାନରେ ମହିଳା ପୂଜକ ଦେଖିବାକୁ ମିଳେ। ନିକଟରେ ତାମିଲନାଡୁର ଶ୍ରୀବୈଷ୍ଣବ ମନ୍ଦିରରେ କ୍ରିଷ୍ଣାବେଣୀ, ଏସ୍‌. ରାମୟା ଓ ଏନ୍‌. ରଞ୍ଜିଥାଙ୍କୁ ପୂଜକ ଭାବେ ଗ୍ରହଣ କରାଯାଇଛି। ସେହିପରି କେରଳର ଥିରୁଭାନ୍ତପୁରମର ଅଟ୍ଟୁକାଲ ମନ୍ଦିର, ଚକୁଲାଠୁକାବୁ ମନ୍ଦିର, ତାମିଲନାଡୁର ଭଗବତୀ ମା’ଙ୍କ ମନ୍ଦିର, ବିହାରର ମାତା ମନ୍ଦିର ଆଦିରେ ପୁରୁଷଙ୍କ ପ୍ରବେଶ ନିଷେଧ ଅଛି। ସ୍ଥାନୀୟ ଗଁାର ସୁଦର୍ଶନ ରାଉତ କହିଛନ୍ତି, ସାତଭାୟା ପଞ୍ଚାୟତର ବରାହୀପୁରଠାରେ ମା’ଙ୍କ ମନ୍ଦିର ଥିଲା। ଏଠାରେ ତଟକ୍ଷୟ ପାଇଁ ଦେବୀଙ୍କୁ ସ୍ଥାନାନ୍ତର ଆବଶ୍ୟକ ପଡ଼ିଲା। ସେଠାରୁ ଏହି ପଞ୍ଚାୟତର ୧୨ କି.ମି. ଦୂର ବଗପାଟିଆକୁ ସ୍ଥାନ୍ତାନ୍ତର ବେଳେ ମା’ଙ୍କୁ ସାମୟିକ ଭାବେ ପୁରୁଷମାନେ ଛୁଇଁ ଆଣିବା ପାଇଁ ଅନୁମତି ମିଳିଥିଲା। ବଗପାଟିଆରେ ଏବେ ମା’ଙ୍କ ମନ୍ଦିର ପ୍ରତିଷ୍ଠା ସହ ସେହି ଅଞ୍ଚଳର ୫୭୧ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନ ଓ ଘର ମିଳିଛି। ଏବେ ଏହି ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ହେଉଥିବା ଉନ୍ନୟନ ଯୋଜନା କାର୍ଯ୍ୟକାରୀକୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଉଦ୍ୟମ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri