Posted inଖେଳ

ଭାରତ-ଆଫଗାନିସ୍ତାନ ଫାଇନାଲ

ହାଙ୍ଗ୍‌ଝୋ, ୭ା୧୦ (ପି.ଟି.): ବାଂଲାଦେଶକୁ ୯ ଉଇକେଟରେ ହରାଇ ଭାରତ ଏସିଆନ ଗେମ୍ସ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯିବାକୁଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ଦଳ ଆଫଗାନିସ୍ତାନକୁ ଭେଟିବ। ଆଫଗାନିସ୍ତାନ ଅନ୍ୟ ସେମିଫାଇନାଲରେ ୪ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟାଇଟଲ ଫେଭରାଇଟ୍‌ ଭାରତର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ଟସ୍‌ ଜିତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ବାଂଲାଦେଶକୁ ୯୬/୯ ସ୍କୋରରେ ସୀମିତ କରିଦେଇଥିଲେ। ସହଜ ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୯.୨ ଓଭରରେ ହାସଲ କରିନେଇଥିଲା। ପ୍ରତିଭାସମ୍ପନ୍ନ ବ୍ୟାଟର ଯଶସ୍ବୀ ଜୟସ୍ବାଲ ପ୍ରଥମ ଓଭରରେ କୌଣସି ରନ ନ କରି ଆଉଟ ହୋଇଯାଇଥିଲେ। ଏହି ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଅଧିନାୟକ ଗାଏକ୍ୱାଡ (୨୬ ବଲ୍‌ରୁ ୪୦*ରନ; ୪x୪, ୩x୬) ଏବଂ ତିଳକ ବର୍ମା (୨୬ବଲ୍‌ରୁ ୫୫* ରନ; ୨x୪, ୬x୬) ୬୪ ବଲ୍‌ବାକି ଥାଇ ଭାରତକୁ ବିଜୟୀ କରାଇଥିଲେ। ଉଦୀୟମାନ ଅଲରାଉଣ୍ଡର ବର୍ମା ୨୫ ବଲ୍‌ରୁ ତାଙ୍କ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଇନିଂସରେ ପରଭେଜ ହୋସେନ ଇମନ ୨୩, ଜାକର ଅଲି ୨୪* ଏବଂ ରକିବୁଲ ହସନ ୧୪ ରନ କରିପାରିଥିଲେ। ଭାରତର ସବୁଠାରୁ ସଫଳ ବୋଲର ଭାବେ ସାଇ କିଶୋର ତାଙ୍କ ୪ ଓଭର ବୋଲିଂରେ ମାତ୍ର ୧୨ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଓ୍ବାଶିଂଟନ ସୁନ୍ଦର ତାଙ୍କ ଫୁଲ୍‌ କୋଟା ଓଭରରେ ୧୫ ରନ ଦେଇ ୨ ଉଇକେଟ ନେଇଥିବା ବେଳେ ଅର୍ଶଦୀପ ସିଂ, ତିଳକ ବର୍ମା, ରବି ବିଷ୍ନୋଇ ଓ ଶାହବାଜ ଅହମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୨୦ ଓଭରରେ ୯୬/୯ (ଜାକର ଅଲି-୨୪*, ପରଭେଜ ହୋସେନ ଇମନ-୨୩; ସାଇ କିଶୋର-୩/୧୨, ଓ୍ବାଶିଂଟନ ସୁନ୍ଦର-୨/୧୫)। ଭାରତ ୯.୨ ଓଭରରେ ୯୭/୧ (ତିଳକ ବର୍ମା-୫୫*, ଋତୁରାଜ ଗାଏକ୍ୱାଡ-୪୦*)।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ

ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା...

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି, ପୁଲିହାରୀ-ଡ୍ରାଏ ଫ୍ରୁଟସରେ ମା’ ଗୋଦାଦେବୀ…

ରାୟଗଡ଼ା,୧୧/୧(ଆଶିଷ ରଞ୍ଜନ ପଣ୍ଡା)- ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ବ୍ଲକର ଜେକେପୁର ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ସ୍ଥାନୀୟ ମନ୍ଦିର ପ୍ରଭୁ ଭେଙ୍କେଟେଶ୍ବରଙ୍କ ସ୍ତ୍ରୀ ଗୋଦାଦେବୀଙ୍କ ଚିତ୍ର...

ରାୟଗଡ଼ାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା, ଦାୟିତ୍ୱରେ ରହିବେ ୨ ଇନସ୍ପେକ୍ଟର

ରାୟଗଡ଼ା,୧୧।୧(ଆଶିଷ ରଞ୍ଜନ ପଣ୍ଡା)- ବର୍ତ୍ତମାନର ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ପୂର୍ବକ ରାୟଗଡ଼ା ଜିଲା...

ପଞ୍ଚାୟତ ନିର୍ବାଚନ ଅଣ୍ଟା ଭିଡ଼ା, ଗୁରୁମନ୍ତ୍ର ଦେଲେ ବିଧାୟକ

କୁନ୍ଦୁରା,(ସନ୍ତୋଷ ପ୍ରହରାଜ)୧୧/୧: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁଷାଙ୍ଗଗୁଡା କୋଲାବ ସେତୁ ନିକଟରେ କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀଙ୍କ ନେତୃତ୍ୱରେ ଆଠ ପଞ୍ଚାୟତର କର୍ମୀଙ୍କୁ...

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ହତ୍ୟା ଉଦ୍ୟମ ଅଭିଯୋଗ, ୨୬ ଅଭିଯୁକ୍ତ…

ଦିଗପହଣ୍ଡି,୧୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କରପଡା ପଞ୍ଚାୟତ ଜଙ୍ଘମା ଗ୍ରାମ ନିକଟ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା...

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ସହାୟତା ରାଶି ଘୋଷଣା କଲେ….

ଛତ୍ରପୁର,(ଦିଲ୍ଲୀପ ସାମଲ)୧୧/୧: ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ ଗାଙ୍ଗପୁର- ୨ ଗ୍ରାମର ସାଗର ନାହାକ (୨୮)...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୧ା୧: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ୫ ଜାନୁଆରୀ ୨୦୨୬ରେ ସାର୍‌ ଗଙ୍ଗାରାମ...

ଧାନ କିଣାବିକାରେ ଅବ୍ୟବସ୍ଥା: ଚାଷୀ ପ୍ରତିନିଧି ଅଟକ, ରାଜନେତାଙ୍କୁ ଘାରିଲାଣି ଭୟ

ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଅବ୍ୟବସ୍ଥା ଅଭିଯୋଗରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଚାଷୀମାନେ କେବଳ ରାଜରାସ୍ତାକୁ ଓହ୍ଲାଉଛନ୍ତି, ତାହା ନୁହେଁ। ଶାସକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri