ହାଙ୍ଗ୍ଝୋ, ୭ା୧୦ (ପି.ଟି.): ସିଲେକ୍ସନ ଟ୍ରାଏଲ୍ ବିନା ଏସିଆନ ଗେମ୍ସରେ ଭାଗ ନେଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଏସିଆନ ଗେମ୍ସରୁ ବିନା ପଦକରେ ଲଜ୍ଜାଜନକ ବିଦାୟ ନେବାକୁ ପଡ଼ିଛି। ଅନ୍ୟପକ୍ଷରେ ପ୍ରତିଭାସମ୍ପନ୍ନ ଅମନ ଶେରାଓ୍ବତଙ୍କ ସମେତ ଅନ୍ୟ ୩ ଭାରତୀୟ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛନ୍ତି। ଚଳିତବର୍ଷ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନରେ ବହୁ ସମୟ ବ୍ୟୟ କରିଥିବା ବଜରଙ୍ଗ ଦୁଇଟି ବିଜୟ ସହ ଭଲ ଆରମ୍ଭ କରିଥିଲେ। ମାତ୍ର ଇରାନର ରହମନ ଆମୋଜାଦଖାଲିଲି ଓ ଜାପାନର କାଇକି ୟାମାଗୁଚିଙ୍କଠାରୁ ପରାଜିତ ହୋଇଯାଇଥିଲେ। ସୂଚନାଯୋଗ୍ୟ, ବିଶାଳ କାଲିରମନ ଏସିଆନ ଗେମ୍ସ ଟ୍ରାଏଲ୍ସ ଜିତିଥିଲେ। ଭୂପିନ୍ଦର ସିଂ ବାଜଓ୍ବାଙ୍କ ନେତୃତ୍ୱରେ ଭାରତୀୟ ଅଲିମ୍ପିକ ଆାସୋସିଶନ (ଆଇଓଏ) ଆଡହକ୍ କମିଟି କିନ୍ତୁ ବଜରଙ୍ଗଙ୍କୁ ସିଧାସଳଖ ଏଣ୍ଟ୍ରି ଦେଇଥିଲେ। ତାଙ୍କର ଏହି ନିଷ୍ପତ୍ତି କୁସ୍ତି ମହଲରେ ସମାଲୋଚିତ ହୋଇଥିଲା। ବାଜଓ୍ବାଙ୍କ ନେତୃତ୍ୱାଧୀନ ପ୍ୟାନେଲର ନିଷ୍ପତ୍ତି ଭୁଲ ଥିଲା ବୋଲି ପ୍ରମାଣିତ ହୋଇଥିଲା। ବିକ୍ଷୋଭରେ ସାମିଲଥିବା ଅନ୍ୟ ଜଣାଶୁଣା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ମଧ୍ୟ ଟ୍ରାଏଲ୍ସରୁ ଛାଡ଼ ମିଳିଥିଲା। ମାତ୍ର ସେ ଆଘାତପ୍ରାପ୍ତ ହେବାରୁ ତାଙ୍କ ସ୍ଥାନରେ ଭାଗ ନେଇଥିବା ଅନ୍ତିମ ପଙ୍ଗାଲ ବ୍ରୋଞ୍ଜ ଜତିବାରେ ସଫଳ ହୋଇଛନ୍ତି।
ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ
ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା...
ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି, ପୁଲିହାରୀ-ଡ୍ରାଏ ଫ୍ରୁଟସରେ ମା’ ଗୋଦାଦେବୀ…
ରାୟଗଡ଼ା,୧୧/୧(ଆଶିଷ ରଞ୍ଜନ ପଣ୍ଡା)- ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ବ୍ଲକର ଜେକେପୁର ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ସ୍ଥାନୀୟ ମନ୍ଦିର ପ୍ରଭୁ ଭେଙ୍କେଟେଶ୍ବରଙ୍କ ସ୍ତ୍ରୀ ଗୋଦାଦେବୀଙ୍କ ଚିତ୍ର...
ରାୟଗଡ଼ାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା, ଦାୟିତ୍ୱରେ ରହିବେ ୨ ଇନସ୍ପେକ୍ଟର
ରାୟଗଡ଼ା,୧୧।୧(ଆଶିଷ ରଞ୍ଜନ ପଣ୍ଡା)- ବର୍ତ୍ତମାନର ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ପୂର୍ବକ ରାୟଗଡ଼ା ଜିଲା...
ପଞ୍ଚାୟତ ନିର୍ବାଚନ ଅଣ୍ଟା ଭିଡ଼ା, ଗୁରୁମନ୍ତ୍ର ଦେଲେ ବିଧାୟକ
କୁନ୍ଦୁରା,(ସନ୍ତୋଷ ପ୍ରହରାଜ)୧୧/୧: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁଷାଙ୍ଗଗୁଡା କୋଲାବ ସେତୁ ନିକଟରେ କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀଙ୍କ ନେତୃତ୍ୱରେ ଆଠ ପଞ୍ଚାୟତର କର୍ମୀଙ୍କୁ...
ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ହତ୍ୟା ଉଦ୍ୟମ ଅଭିଯୋଗ, ୨୬ ଅଭିଯୁକ୍ତ…
ଦିଗପହଣ୍ଡି,୧୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କରପଡା ପଞ୍ଚାୟତ ଜଙ୍ଘମା ଗ୍ରାମ ନିକଟ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା...
ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ସହାୟତା ରାଶି ଘୋଷଣା କଲେ….
ଛତ୍ରପୁର,(ଦିଲ୍ଲୀପ ସାମଲ)୧୧/୧: ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ ଗାଙ୍ଗପୁର- ୨ ଗ୍ରାମର ସାଗର ନାହାକ (୨୮)...
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୧ା୧: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ୫ ଜାନୁଆରୀ ୨୦୨୬ରେ ସାର୍ ଗଙ୍ଗାରାମ...
ଧାନ କିଣାବିକାରେ ଅବ୍ୟବସ୍ଥା: ଚାଷୀ ପ୍ରତିନିଧି ଅଟକ, ରାଜନେତାଙ୍କୁ ଘାରିଲାଣି ଭୟ
ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଅବ୍ୟବସ୍ଥା ଅଭିଯୋଗରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଚାଷୀମାନେ କେବଳ ରାଜରାସ୍ତାକୁ ଓହ୍ଲାଉଛନ୍ତି, ତାହା ନୁହେଁ। ଶାସକ ଦଳର...
Archives


