Odisha Elections 2024
Posted inଖେଳ

ପ୍ରଥମ ଥର ୧୦୦ ପଦକ ଛୁଇଁବ ଭାରତ

ହାଙ୍ଗଝୋ, ୭।୧୦ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଭାରତ ଐତିହାସିକ ସଫଳତା ହାସଲ କରିବାକୁ ଯାଉଛି। ପ୍ରଥମଥର ପାଇଁ ଭାରତ ପଦକ ସଂଖ୍ୟାରେ ଶତକ ସ୍ପର୍ଶ କରିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଭାରତୀୟ ରେସଲରମାନେ ୩ ପଦକ ଜିତିଥିବାବେଳେ ସିପକ୍‌ଟାକ୍ରରୁ ପ୍ରଥମଥର ପାଇଁ ବ୍ରୋଞ୍ଜ ପଦକ ଆସିଛି। ଭାରତୀୟ ପୁରୁଷ ହକି ଦଳ ପ୍ରତୀକ୍ଷାର ଅବସାନ ଘଟାଇ ସ୍ବର୍ଣ୍ଣିମ ସଫଳତା ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତ ୨୨ ସ୍ବର୍ଣ୍ଣ, ୩୪ ରୌପ୍ୟ ଓ ୩୯ ବ୍ରୋଞ୍ଜ ସହିତ ୯୫ଟି ପଦକ ହାସଲ କରିସାରିଛି। ଏହା ବ୍ୟତୀତ କବାଡ଼ିରେ ୨ଟି, ଆର୍ଚେରୀରେ ୩ଟି, ହକି, ବ୍ୟାଡ୍‌ମିଣ୍ଟନ ଓ କ୍ରିକେଟରୁ ଗୋଟିଏ ଲେଖାଏ ଏହିପରି ଆଉ ୬ଟି ପଦକ ପାଇବା ନିଶ୍ଚିତ ହୋଇଛି। ତେଣୁ ଶନିବାର ଭାରତ ଗେମ୍ସ ଇତିହାସରେ ପ୍ରଥମଥର ପାଇଁ ପଦକରେ ଶତକ ପୂରଣ କରିବାକୁ ଯାଉଛି। ପ୍ରତିଯୋଗିତାର ଅନ୍ତିମ ଦିବସରେ ୪ ରେସଲର ପ୍ରତିଦ୍ୱନ୍ଦ୍ୱିତା କରିବେ। ତେଣୁ ପଦକ ସଂଖ୍ୟା ବଢ଼ିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରତିଯୋଗିତାର ଗତ ସଂସ୍କରଣରେ ଭାରତ ୭୦ଟି ପଦକ ପାଇଥିଲା। ଏହା ମଧ୍ୟରେ ୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ ଓ ୩୧ ବ୍ରୋଞ୍ଜ ସାମିଲ ଥିଲା। ଏହା ଏସିଆନ ଗେମ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଥର ଏହାକୁ ଅନେକ ପଛରେ ପକାଇ ସାରିଛନ୍ତି ଭାରତୀୟ ପ୍ରତିଯୋଗୀ। ଚଳିତ ସଂସ୍କରଣରେ କେବଳ ଶୁଟରମାନେ ୨୨ଟି ଓ ଆଥଲେଟିକ୍ସ ଫିଲ୍ଡରୁ ୨୯ ପଦକ ଆସିଛି। ଏମାନେ ୫୧ ପଦକ ହାସଲ କରିବାରୁ ଭାରତ ଗତ ବୁଧବାର ଶ୍ରେଷ୍ଠ ସଫଳତାର ମ୍ୟାଜିକ ସଂଖ୍ୟାକୁ ଅତିକ୍ରମ କରି ଯାଇଥିଲା। ଭାରତୀୟ ପ୍ରତିନିଧି ଦଳ ଏଥର ଅନେକ ଇଭେଣ୍ଟରେ ଆଶ୍ଚର୍ଯ୍ୟ କଲାଭଳି ପ୍ରଦର୍ଶନ କରିଥିଲେ। ସୁତୀର୍ଥା ମୁଖାର୍ଜୀ ଓ ଅହିକା ମୁଖାର୍ଜୀ ମହିଳା ଟେବୁଲ ଟେନିସ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଏମାନେ ଶକ୍ତିଶାଳୀ ଚାଇନାକୁ ସେମିଫାଇନାଲରେ ଚକ୍‌ମା ଦେଇଥିଲେ। ସେହିପରି ପାରୁଲ ଚୌଧାରୀ ଅତି ଚମତ୍କାର ପ୍ରଦର୍ଶନ କରି ମହିଳା ୫୦୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ସଂଘର୍ଷପୂର୍ଣ୍ଣ ରେସ୍‌ରେ ସେ ଜାପାନର ରିରିକା ହିରୋନାକାଙ୍କୁ ପଛରେ ପକାଇ ଦେଇଥିଲେ। ଓଡ଼ିଶାର କିଶୋର କୁମାର ଜେନା ୮୬.୭୭ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି କିଛି ସମୟ ପାଇଁ ସୁପରଷ୍ଟାର ନୀରଜ ଚୋପ୍ରାଙ୍କ ଆଗରେ ରହିଥିଲେ। ଏହା ଚଳିତ ପ୍ରତିଯୋଗିତାର ଅନ୍ୟତମ ଅବିସ୍ମରଣୀୟ ଘଟଣା ଥିଲା। ଶେଷରେ ନୀରଜ ସ୍ବର୍ଣ୍ଣ ଓ କିଶୋର ରୌପ୍ୟ ପଦକ ଜିତିଥିଲେ। ପୁରୁଷ ଡବଲ୍ସ ୧୦୦୦ ମିଟର କାନୋଇଂରେ ଅର୍ଜୁନ ସିଂ ଓ ସୁନୀଲ ସିଂ ସାଲାମଙ୍କ ଐତିହାସିକ ବ୍ରୋଞ୍ଜ, ମିକ୍ସଡ ୩୫ କିମି ରେସ୍‌ ଓ୍ବାକ୍‌ରେ ମଞ୍ଜୁ ରାଣୀଙ୍କ ତୃତୀୟ ସ୍ଥାନ ହାସଲ ଅନ୍ୟ ଗୋଟିଏ ଗୋଟିଏ ଉଦାହରଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

କୋହଲିଙ୍କ ପାଇଁ ଏମିତି କହିଦେଲେ ବିଶ୍ୱର ସବୁଠୁ ଦ୍ରୁତତମ ଧାବକ

ନୂଆଦିଲ୍ଲୀ,୧୬।୫: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବ। ଏଥି ସହିତ ବିଶ୍ୱ ପ୍ରସିଦ୍ଧ...

ଚାହିଁଲେ ବି ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍‌ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍‌ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌...

ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍‌, କଲେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍‌ ଆସନ୍ତା ୨୦ରେ ନୂଆ ଚାଟ୍‌ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri