ଗଣତନ୍ତ୍ର ଏବେ ରଣତନ୍ତ୍ର ପାଲଟିଛି

ଢେଙ୍କାନାଳ,୭ା୧୦ (ରତନ ନାୟାର): ଗଣତନ୍ତ୍ର ଏବେ ରଣତନ୍ତ୍ର, ଜଣତନ୍ତ୍ର ଓ ଭୋଗତନ୍ତ୍ରରେ ପରିଣତ ହେଲାଣି। ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ”ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି“ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଣଜିତ ପ୍ରଧାନ ଏହା କହିଛନ୍ତି। ଗଣମାଧ୍ୟମ ଓ ଯୁବପିଢି ଚାହିଁଲେ ସମାଜରେ ଦେଖାଦେଇଥିବା ଏହି ନୈତିକ ଅଧୋପତନରେ ସୁଧାର ଆଣିପାରିବେ। ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ ଏକ ତ୍ରିଭୁଜ ଭଳି। ପରସ୍ପର ପରିପୂରକ ରହିଥିବାରୁ ସବୁ ଦିଗରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଅଧ୍ୟକ୍ଷ କହିଛନ୍ତି, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଅବଦାନ ଯୋଗୁ ଆଜି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ବ୍ୟାପକ ହୋଇପାରିଛି। ପଞ୍ଜାବ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନରେ ନାନକ ଭବନକୁ ଏଠାରେ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ରହିଥିବାରୁ ସେ ଚିରସ୍ମରଣୀୟା। ସମ୍ମାନିତ ଅତିଥି ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ଡ. ଦେବାଶିଷ ମହାନ୍ତି କହିଛନ୍ତି, ଗଣତନ୍ତ୍ରକୁ କେବଳ ଗଣମାଧ୍ୟମ ଓ ଯୁବପିଢି ହିଁ ବଞ୍ଚାଇ ପାରିବେ। ଧରିତ୍ରୀ ପକ୍ଷରୁ ହେଉଥିବା ଏହି ଉଦ୍ୟମକୁ ସେ ପ୍ରଶଂସା କରିବା ସହିତ ଶୁଭକାମନା କରିଥିଲେ।
ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, ଧରିତ୍ରୀ ନିଷ୍ପେଷିତ ଓ ପଛୁଆ ଲୋକଙ୍କ ସ୍ବର ଭାବେ ରହିଆସିଛି। ଏପରିକି ଯେତେବେଳେ ନ୍ୟାୟପାଳିକାର ଦୋଷ ଦୁର୍ବଳତା ବିଷୟରେ କେହି କିଛି କହିବାକୁ ସାହସ କରୁ ନ ଥିଲେ, ସେତେବେଳେ ଧରିତ୍ରୀ ଏହାର ବିଫଳତାକୁ ଦର୍ଶାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ବ୍ୟବସ୍ଥା ଗଣମାଧ୍ୟମକୁ ମଧ୍ୟ ଛାଡୁନାହିଁ। ପ୍ରଶ୍ନ ପଚାରିବାର ଅଧିକାର ହେଉଛି ମଣିଷର ଜନ୍ମଗତ ଅଧିକାର। ତାହାକୁ ପୂରଣ କରେ ଗଣମାଧ୍ୟମ ଏବଂ ସୁଯୋଗ ସୃଷ୍ଟି କରେ ଗଣତନ୍ତ୍ର। ଏହାକୁ ବୁଝିବା ହେଉଛି ଯୁବପିଢିଙ୍କ କାମ। ଧରିତ୍ରୀର ୫୦ ବର୍ଷ ପାଳନ ପରିପ୍ରେକ୍ଷୀରେ ରାଜ୍ୟର ପ୍ରତ୍ୟେକ ଜିଲାରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ ପିଲାମାନଙ୍କ ମନ ଭିତରେ କ’ଣ ରହିଛି, ତାହା ପ୍ରକାଶ କରିବାର ସୁଯୋଗ ସୃଷ୍ଟି କରାଯାଇଛି। ଆଜିର ଅର୍ଥନୀତି, ରାଜନୀତି ଓ ସାମାଜିକ ସ୍ଥିତି, ଦେଶ, ମାଟି ବିଷୟରେ ଯୁବପିଢି କ’ଣ ଭାବୁଛନ୍ତି ସେମାନେ କହିବା ଦରକାର ବୋଲି ସତପଥୀ କହିଛନ୍ତି ା
ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ମଞ୍ଜୁଳିକା ନାୟକ ଓ ଇଂଲିଶ ବିଭାଗ ଅଧ୍ୟାପକ ଆଦିତ୍ୟ ମେହେର ବିଚାରକ ଭାବେ ରହିଥିଲେ। ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଛାତ୍ରୀଛାତ୍ର ଯୋଗ ଦେଇଥିବା ବେଳେ ପ୍ରତିଯୋଗିତାରେ ୧୮ ଜଣ ଭାଗ ନେଇଥିଲେ। ଯୁକ୍ତ୨ ରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଏହି ବିଷୟବସ୍ତୁ ନେଇ ଉତ୍ସାହ ଦେଖା ଦେଇଥିଲା। ଏଥିରେ ୪ଜଣ ବିଦ୍ୟାର୍ଥୀ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ସ୍ଥାନରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଦ୍ୱିତୀୟବର୍ଷ ଛାତ୍ର ବିକାଶ ପ୍ରଧାନ, ଦ୍ୱିତୀୟରେ ଯୁକ୍ତ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ର ଦେବଦତ୍ତ ପୁହାଣ ଏବଂ ତୃତୀୟରେ ଯୁଗ୍ମ ଭାବେ ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ ପ୍ରୀତିଛନ୍ଦା ପୃଷ୍ଟି ଓ ଯୁକ୍ତ୩ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସ୍ବୟଂ ସତ୍ୟଶ୍ରୀ ନାୟକ ରହିଛନ୍ତି। ଏମାନଙ୍କୁ ଧରିତ୍ରୀର ଜିଲାସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଧରିତ୍ରୀର ଢେଙ୍କାନାଳ ଜିଲା ପ୍ରତିନିଧି ରତନ ନାୟାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଭୁବନ ବ୍ଲକ ପ୍ରତିନିଧି ବିପିନ ବିହାରୀ ସେଠୀ, ଧରିତ୍ରୀ ଜିଲା କାର୍ଯ୍ୟାଳୟର କର୍ମଚାରୀ ପ୍ରଳୟ ଦାସ, ଫଟୋ ଖବରଦାତା ମାନସ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri