ଗଞ୍ଜାମ ଷ୍ଟେସନରେ ଟ୍ରେନ ରହଣି ପ୍ରସଙ୍ଗ: ବରିଷ୍ଠ ନାଗରିକଙ୍କ ଧାରଣା ଜାରି

ଗଞ୍ଜାମ,୫।୧୦(ବିଦ୍ୟାଧର ସାହୁ ) ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମୁଖରେ ଧାରଣା ଜାରି ରହିଛି। ରେଳ ବିଭାଗର ଡିସିଏମ ଧାରଣା ସ୍ଥଳକୁ ଆସି ଆଲୋଚନା କରିଥିଲେ ସୁଦ୍ଧା ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଧାରଣା ଆରମ୍ଭ ଦିନଠାରୁ ଆସିଥିବା ଡିସିଏମ ଜିସି ନାୟକ, ଆରପିଏଫ ଏଏସସି ସତୀଶ ଚନ୍ଦ୍ର ସାହେ ପରିଷ୍ଠ ନାଗରିକଙ୍କ ସହ ଆଲୋଚନା କରୁଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ। ଦୁଇ ଏକ୍ସପ୍ରେସ ଟ୍ରେନ ରହଣି ନେଇ ରେଳ ବିଭାଗ ନୋଟିସ କରୁ ବୋଲି ବରିଷ୍ଠ ନାଗରିକ ମଞ୍ଚ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ତଥା ପୁରୀ ତିରୁପତି ଏବଂ ହୀରାଖଣ୍ଡ ଏକ୍ସପ୍ରେସ ରହଣି ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବରିଷ୍ଠ ପୌରାଞ୍ଚଳ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ଗୁରୁବାର ଗଞ୍ଜାମ ଗ୍ରସ୍ତରେ ଆସୁଥିବା ରେଳ ରାଷ୍ଟ୍ରମନ୍ତ୍ରୀ ଦରସହାନ ଜର୍ଦାସଙ୍କୁ ବରିଷ୍ଠ ନାଗରିକ ପରିଷଦ ଭେଟି ଦାବି ପତ୍ର ପ୍ରଦାନ କରିବେ ବୋଲି ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବହୁବାର ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା l ସେଥିପାଇଁ ଧାରଣା ଦେବାକୁ ବାଧ୍ୟ ହେଲୁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଭାଜପା ନେତା ମାନେ ଧାରଣାକୁ ସମର୍ଥନ କରିଛନ୍ତି। ସିପିଆଇଏମ ନେତା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ, ହରେକୃଷ୍ଣରେ ଭାଜପା ନେତା ପ୍ରଶାନ୍ତ କର, ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ଭାଜପା ଯୁବନେତା କୃଷ୍ଣ ନାୟକ, ବରିଷ୍ଠ ନାଗରିକ ପତିତପାବନ ମହାପାତ୍ର ବ୍ରଜସୁନ୍ଦର ପାଢ଼ୀ ପ୍ରମୁଖ ବୁଧବାର ଧାରଣାରେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri