ନ୍ୟୁ ପଲ୍‌ସର ଏନ୍‌୧୫୦ର ଅନାବରଣ

ଭୁବନେଶ୍ୱର,୨୭।୯(ଅଭୟ ଦାଶ): ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନ ନିର୍ମିତା ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ପଲ୍‌ସର ଏନ୍‌୧୫୦କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହିତ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌ଏସ୍‌ବି ବଜାଜ ଲୁଇସ୍‌ ରୋଡ୍‌ ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ବଜାଜ ଅଟୋ ଲିମିଟେଡ୍‌ର ଆର୍‌ଏମ୍‌ (ସର୍ଭିସ୍‌) ମୟୂର ପ୍ରାନ୍‌ ବର୍ଗାହାଇନ୍‌, ଆର୍‌ଏମ୍‌ (ସେଲ୍‌ସ) କଲ୍ୟାଣ ରେଡ୍ଡୀ, ଏଏସ୍‌ଏମ୍‌ ସନ୍ତୋଷ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ବି ବଜାଜର ଏମ୍‌ଡି ମନ୍‌ସୁର ବକ୍ସଙ୍କ ସମେତ ଶୋ’ରୁମ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ବଜାଜ ଅଟୋର ପ୍ରେସିଡେଣ୍ଟ (ମୋଟରସାଇକେଲ୍ସ) ସାରଙ୍ଗ କାନାଡେ କହିଛନ୍ତି, ୨୦ବର୍ଷ ପୂର୍ବେ ଆମେ ପ୍ରଥମ ପଲ୍‌ସର ୧୫୦ସିସି ମୋଟରସାଇକେଲର ଶୁଭାରମ୍ଭ କରିଥିଲୁ। ବର୍ତ୍ତମାନ ଏନ୍‌୧୫୦ ମଡେଲ ନୂଆ ଅବତାରରେ ଗ୍ରାହକଙ୍କ ପାଇଁ ବଜାରରେ ଉପଲବ୍ଧ। ବିଶେଷକରି ଏହାର ଷ୍ଟାଇଲିଂ, ସେଗ୍‌ମେଣ୍ଟ-ଲିଡିଂ ଫିଚର, ଆକର୍ଷଣୀୟ ଅନ୍‌-ରୋଡ୍‌ ପ୍ରଦର୍ଶନ ଏହାକୁ ପଲ୍‌ସର ପରିବାରରେ ଏକ ଚମତ୍କାର ମୂଲ୍ୟ ଯୋଗରେ ପରିଣତ କରୁଛି। ପଲ୍‌ସର ଏନ୍‌୧୫୦ରେ ୪ ଷ୍ଟ୍ରୋକ୍‌-ସିଙ୍ଗଲ୍‌ ସିଲିଣ୍ଡର-ଏଫ୍‌ଆଇ, ୧୪୯.୬୮ସିସିର ଇଞ୍ଜିନ କ୍ଷମତା, ଟ୍ୟୁବୁଲାର ଫ୍ରେମ୍‌ ଷ୍ଟ୍ରକ୍ଚର, ଡିଜିଟାଲ ଏଲ୍‌ସିଡି ସ୍ପିଡୋମିଟର୍‌, ଟ୍ୟୁବ୍‌ଲେସ୍‌ ଟାୟାର, ମୋନୋସକ୍‌- ଟ୍ବିନ୍‌ ସକ୍‌ ଆବ୍‌ଜରବର ଆଦି ରହିଛି। ଅପରପକ୍ଷରେ ନୂଆ ପଲ୍‌ସର ଏନ୍‌୧୫୦ରେ ୧୪.୫ ପିଏସ୍‌ ପିକ୍‌ ପାୱାର ସହିତ ୧୩.୫ ଏନ୍‌ଏମ୍‌ ଟର୍କ ଏବଂ ସୁପରିୟର ବ୍ରେକିଂ ଓ ଟ୍ରାକ୍ସନ ପାଇଁ ସିଙ୍ଗଲ୍‌ ଚ୍ୟାନେଲ ଏବିଏସ୍‌ ରହିଛି। ସେହିପରି ଏଥିରେ ମୋନୋସକ୍‌ ରିୟର ସସ୍‌ପେନ୍ସନ ଓ ଏକ ସ୍ପୋର୍ଟି ଅଣ୍ଡରବେଲି ଏଗ୍‌ଜଷ୍ଟ ରହିଛି। ଏହି ବାଇଜ୍‌ ୩ଟି ଆକର୍ଷଣୀୟ ରଙ୍ଗ ରେସିଙ୍ଗ୍‌ ରେଡ୍‌, ଇବୋନି ବ୍ଲାକ୍‌ ଓ ମେଟାଲିକ୍‌ ପର୍ଲ ହ୍ବାଇଟ୍‌ରେ ଉପଲବ୍ଧ ହେଉଥିବାବେଳେ ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧,୧୮,୭୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri