ପରିବେଶକୁ ଅଣଦେଖା: ୩ ବର୍ଷରେ ୯ ଏନ୍‌ଜିଟି ମାମଲା

କେନ୍ଦ୍ରାପଡା, ୨୬ା୯ (ଜଗନ୍ନାଥ ଧଳ): ପରିବେଶ ସୁରକ୍ଷା ସାମ୍ପ୍ରତିକ ସମୟରେ ଏକ ଆହ୍ବାନ ହୋଇଛି। ଜାତିସଂଘଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଏ ନେଇ ବିବିଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା କେନ୍ଦ୍ରାପଡ଼ା ଜିଲା ଏ ନେଇ ସଚେତନ ହୋଇନାହିଁ। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ବର୍ଦ୍ଧିତ ମାମଲା ସଂଖ୍ୟାରୁ ଏହାର ସୂଚନା ମିଳିଛି। ଲଘୁ ଖଣିଜ ସମ୍ପଦ ଉଠାଣ ଓ ଜୈବ ବିବିଧତା ନଷ୍ଟକୁ ନେଇ ୩ ବର୍ଷ ମଧ୍ୟରେ ୯ଟି ଏନ୍‌ଜିଟି ମାମଲା ରୁଜୁ ହୋଇଛି। ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ନଷ୍ଟହେବା ଆଶଙ୍କାରେ ହୋଇଥିବା ଏନ୍‌ଜିଟି ମାମଲା ଏବେ ଶୁଣାଣି ଅପେକ୍ଷାରେ ଅଛି। ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ପାନୀୟ ଜଳ ପ୍ରକଳ୍ପ ଜଙ୍ଗଲ ଜମିରେ ଅଛି। ଏ ନେଇ ଏନ୍‌ଜିଟିର ନିର୍ଦ୍ଦେଶକ୍ରମେ ଜମି ବଦଳ ସହ ଗଛ କ୍ଷତିଭରଣା ବାବଦ ୮୪,୫୬,୩୭୦ ଟଙ୍କା ଗ୍ରାମ୍ୟ ଜଳ ଯୋଗାଣ ବିଭାଗରୁ ଜଙ୍ଗଲ ବିଭାଗକୁ ଦିଆ ଯାଇଥିବା ସୂଚନା ମିଳିଛି। ସେହିପରି ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ମହାନଦୀ ଓ ବ୍ରାହ୍ମଣୀ ତଟର ଲଘୁ ଖଣିଜ ସମ୍ପଦ ବିନିଯୋଗ ବିରୋଧରେ ହୋଇଥିବା ଏନ୍‌ଜିଟି ମାମଲାରେ ଜିଲା ପ୍ରଶାସନର ବିଫଳତା ପଦାକୁ ଆସିଛି। ନଦୀ ତଟାଞ୍ଚଳକୁ ସାଟେଲାଇଟ ସର୍ଭିଲାନ୍ସ ଓ ଆବଶ୍ୟକ ସିସିଟିଭିରେ ନଜର ରଖିବା ସହ ଅନ୍ୟ ପରାମର୍ଶ ଦିଆଯାଇଥିଲେ ମଧ୍ୟ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହି ମାମଲାରେ ଲୁଟ ଖଣିଜ ସମ୍ପଦର ଭରଣା ବାବଦ ୨,୫୫,୧୧,୬୩୨ ଟଙ୍କା ଧାର୍ଯ୍ୟ ହୋଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ପରିବେଶ ସୁରକ୍ଷା ପ୍ରତି ଜିଲା ପ୍ରଶାସନ ସଚେତନ ନୁହନ୍ତି। ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି। ତଟକ୍ଷୟରୁ ରକ୍ଷା ପାଇଁ ହେନ୍ତାଳବଣ ରକ୍ଷା ଆବଶ୍ୟକ। ଶିଳ୍ପ ଓ ଚିଙ୍ଗୁଡ଼ି ଘେରିର ବର୍ଜ୍ୟ ରାସାୟନିକ ପଦାର୍ଥ ହେନ୍ତାଳବଣ ସହ ସାମୁଦ୍ରିକ ଅଞ୍ଚଳ ନଷ୍ଟ କରୁଛି। ଏ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁକରି ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭଦ୍ରକର ମେଗା ପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ନଦୀରୁ ପାଣି ଉଠାଗଲେ ଜାତୀୟ ଉଦ୍ୟାନର ଜୈବ ବିବିଧତା ନଷ୍ଟହେବ। ଏହା ଜାଣିବା ସତ୍ତ୍ୱେ ପ୍ରକଳ୍ପ ବନ୍ଦ କରାଯାଉନାହିଁ। ଏ ନେଇ ଜିଲାର ୪ ପରିବେଶବିତ ଓ ଶିକ୍ଷାବିତ ଏନ୍‌ଜିଟିରେ ମାମଲା କରିଛନ୍ତି। ବୁଦ୍ଧିଜୀବୀ ବିଭୂତି ଭୂଷଣ ରାଉତ କହିଛନ୍ତି, ଜିଲାର ଆଳି, ଡେରାବିଶ, ଗରଦପୁର, ରାଜକନିକା, ମାର୍ଶାଘାଇ, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ନଦୀର ୨୮ ସଇରାତରେ ବାଲି ଉଠାଣ ପାଇଁ ଜିଲା ପ୍ରଶାସନ ଟେଣ୍ଡର ମାଧ୍ୟ ଦେଇଛନ୍ତି। ସମୁଦାୟ ୧୫୭.୩୩୬ ହେକ୍ଟର ଆୟତନର ଏହି ସଇରାତ ପାଇଁ ରାଜସ୍ବ ଧାର୍ଯ୍ୟ କରାଯାଇଛି। ଏଥିସହ ନିର୍ଦ୍ଦିଷ୍ଟ ପରିମାଣରେ ବାଲି ଉଠାଣ ପାଇଁ ଅନୁମତି ଦିଆଯାଉଥିଲେ ମଧ୍ୟ ଲିଜ୍‌ଧାରୀ ଅଧିକ ପରିମାଣରେ ବାଲି ଉଠାଉଛନ୍ତି। ଏପରିକି କେତେକ ସ୍ଥାନରେ ସଇରାତ ନିଲାମ ହୋଇ ନ ଥିଲ ମଧ୍ୟ ବାଲି ଉଠାଣ ଚାଲିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକର ବ୍ରାହ୍ମଣୀ ନଦୀରୁ ବାଲି ଉଠାଣ, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରରେ ବାଲି ଉଠାଣକୁ ନେଇ ଏନ୍‌ଜିଟିରେ ମାମଲା ହୋଇଛି। ଅଶେଷ ଖଟୁଆ କହିଛନ୍ତି, ପାଟକୁରା ଥାନା ଅଞ୍ଚଳରେ ବେଆଇନ ବାଲି ଉଠାକୁ ନେଇ ଗ୍ୟାଙ୍ଗୱାର ହୋଇଛି। ପରିବେଶ ମଞ୍ଜୁରୀ ସମ୍ପର୍କିତ ମଞ୍ଜୁରୀ ନ ଥାଇ ଲଘୁ ଖଣିଜ ସମ୍ପତ୍ତି ଲୁଟ ହେଉଛି। ଜିଲା ପ୍ରଶାସନ ଏ ସମ୍ପର୍କରେ ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri