ନୂଆଦିଲ୍ଲୀ,୧୯।୯: ଇ-କମର୍ସ ପ୍ଲାଟଫର୍ମ ‘ଆମାଜନ’ ଏବେ କ୍ୟାଶ ଅନ୍ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନୋଟ୍କୁ ଗ୍ରହଣ କରିବ ନାହିଁ। କମ୍ପାନୀ ସେପ୍ଟେମ୍ବର ୧୯ରୁ କ୍ୟାଶ ଅନ୍ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନ ନେବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଆର୍ବିଆଇ ସେପ୍ଟେମ୍ବର ୩୦ ଯାଏ ଏହି ନୋଟ୍କୁ ଜମା ନଚେତ ବଦଳାଇବାକୁ ଘୋଷଣା କରିଥିଲା। ଆର୍ବିଆଇର ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଆମାଜନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗ୍ରାହକଙ୍କୁ ସୂଚନା ଦେବାକୁ ଯାଇ କମ୍ପାନୀ ନିଜର ଓ୍ବେବ୍ସାଇଟ୍ରେ ଏକ ଏଫ୍ଏକ୍ୟୁ ଜାରି କରି ନୂଆ ନିୟମ ବିଷୟରେ ଜଣାଇଛି।


