ଭୁବନେଶ୍ୱର,୧୯।୯: ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ନୂତନ ପ୍ରକଳ୍ପ ‘ମହାଦେବ ଗ୍ରୀନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉକ୍ତ ପ୍ରକଳ୍ପ ଭୁବନେଶ୍ୱର-କଟକ ମଧ୍ୟଭାଗ ତ୍ରିଶୂଳିଆ ଆବାସିକ ଅଞ୍ଚଳରେ ନିର୍ମିତ ହେଉଥିବା ଏହି ନୂତନ ପ୍ରକଳ୍ପ ୨.୮ ଏକର ପରିବ୍ୟାପ୍ତ ଜମିରେ ଅତ୍ୟାଧୁନିକ ସୁବିଧା, ଡିଜାଇନ ଓ ପ୍ରାକୃତିକ ଶାନ୍ତିର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଶ୍ରଣ ପ୍ରଦାନ କରୁଛି। ସେହିଭଳି ଉକ୍ତ ପ୍ରକଳ୍ପରେ ୨୫୭ ଟି ୨ବିଏଚ୍କେ, ୩ବିଏଚ୍କେ, ୩.୫ବିଏଚ୍କେ ଏବଂ ୪.୫ବିଏଚ୍କେ ଫ୍ଲାଟ୍ ରହିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୬୦.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏପରିକି ଚଳିତ ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ୨୦୨୭ ଜୁନ୍ରେ ଆଶାୟୀ ଗ୍ରାହକଙ୍କୁ ସେମାନଙ୍କର ଡେଲିଭରି କରିବାର ଯୋଜନା ରହିଥିବା କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏ ସମ୍ପର୍କରେ ମହାଦେବ ଗୃହ ନିର୍ମାଣର ନିର୍ଦ୍ଦେଶକ ସୁନୀଲ କୁମାର ସରଳିଆ କହିଛନ୍ତି, ତ୍ରିଶୂଳିଆ ଟ୍ବିନ୍ ସିଟିର ପରବର୍ତ୍ତୀ ଆବାସିକ କେନ୍ଦ୍ର ଭାବେ ଉଭା ହୋଇଛି। ଆମେ ଏହି ପରିବର୍ତ୍ତନର ଅଂଶ ହେବାକୁ ଉତ୍ସାହିତ ରହିଛୁ। ବିଶେଷ କରି ଉକ୍ତ ଆପାର୍ଟମେଣ୍ଟର ସୌନ୍ଦର୍ଯ୍ୟ ଏବଂ ପରିବେଶ ବେଶ୍ ନିଆରା ଏବଂ ଅନ୍ୟ ଗୃହ ନିର୍ମାଣ ସଂସ୍ଥାର ପରିବେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଉକ୍ତ ପ୍ରକଳ୍ପରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣ, ଇଣ୍ଟରକମ୍ ସୁବିଧା, ପର୍ଯ୍ୟଟକ ଓ ଆମ୍ବୁଲାନ୍ସ ପାର୍କିଂ, ବର୍ଷା ଜଳ ସଂରକ୍ଷଣ ଏବଂ କମନ୍ ଏରିଆ ପାଇଁ ଶତପ୍ରତିଶତ ପାୱାର ବ୍ୟାକ୍ଅପ୍ ଭଳି ସୁବିଧା ସୁଯୋଗ ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ସେପ୍ଟେମ୍ବର ୧୯ରୁ ମହାଦେବ ଗ୍ରୀନ୍ସ ପାଇଁ ବୁକିଂ ଆରମ୍ଭ ହେଉଥିବା ବେଳେ ପ୍ରକଳ୍ପର ସମସ୍ତ ସୂଚନା ଉଭୟ କାର୍ଯ୍ୟାଳୟ ଓ ପ୍ରକଳ୍ପ ସ୍ଥଳରେ ମଧ୍ୟ ଆଶାୟୀ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ।
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
Archives


