Posted inଜାତୀୟ

ତାମିଲନାଡ଼ୁରେ ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି ୩ ମହିଳା

ହାଇଦ୍ରାବାଦ,୧୫।୯: ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମହିଳାମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌ ରାମ୍ୟା ଏବଂ ଏନ୍‌ ରଣଜିତା। ଆଗାମୀ ଦିନରେ ସେମାନେ ଦୀର୍ଘଦିନ ଧରି ଚାଲିଆସୁଥିବା ପୁରୁଷ ପରମ୍ପରାକୁ ଭାଙ୍ଗି ରାଜ୍ୟର ମନ୍ଦିରଗୁଡ଼ିକରେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ।

ତାମିଲନାଡ଼ୁ ମନ୍ତ୍ରୀ ଶେଖର ବାବୁ ମଙ୍ଗଳବାର ଶ୍ରୀରଙ୍ଗନାଥର ମନ୍ଦିର ଦ୍ୱାରା ପରିଚାଳିତ ଆର୍ଚାକର ଟ୍ରେନିଂ ସ୍କୁଲରେ ପ୍ରଶିକ୍ଷଣ ଶେଷ କରିଥିବା ପୁରୁଷଙ୍କ ସହ ୩ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମସ୍ତେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ୍‌ ଏଣ୍ଡୋମେଣ୍ଟସ୍‌ ବିଭାଗ ଦ୍ୱାରା ପରିଚାଳିତ ମନ୍ଦିରରେ କାମ କରିବେ।

କହିରଖୁଛୁ, ୨୦୨୧ରେ ଡିଏମ୍‌କେ ସରକାର କ୍ଷମତାକୁ ଆସିବା ପରେ ସମସ୍ତ ଜାତିର ଲୋକଙ୍କୁ ପୁରୋହିତ ତାଲିମ ପ୍ରଦାନ ପାଇଁ ପଦକ୍ଷେପ ନେଇ ଘୋଷଣା କରିଥିଲେ। ଏହାପରେ ଉକ୍ତ ମହିଳାମାନେ ପୁରୋହିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ସମୟରେ ମହିଳାମାନେ ସମସ୍ତ କ୍ଷେତ୍ରରେ ଉପସ୍ଥିତ ଥିବା ବେଳେ ଏଭଳି ପ୍ରୟାସ ଉଦାହରଣ ପାଲଟିବ ବୋଲି ସେମାନେ ଭାବିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri