Odisha Elections 2024

୭୨ ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ

ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ଗୋଟେ ବର୍ଷ ନୁହଁ କି ୨ ବର୍ଷ ନୁହଁ। ଦୀର୍ଘ ୭୨ ବର୍ଷର ପୌରପାଳିକାର ନିଜସ୍ବ କାର୍ଯ୍ୟାଳୟ ଗୃହ ନ ଥିବା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ। ପୌରପାଳିକା ସ୍ଥାପନରୁ ବର୍ତ୍ତମାନ ଯାଏଁ ରାଜୁଡା ଅମଳର ନିର୍ମିତ ଏକ କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ। ଯାହାକି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ। ଭବାନୀପାଟଣା ପୌରପାଳିକା ୧୯୫୧ରେ ସ୍ଥାପନ ହୋଇଥିବାବେଳେ ବର୍ତ୍ତମାନ ଯାଏଁ ୩୫ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ପଦବୀ ନିର୍ବାଚିତ ହୋଇଥିବା ଓ ଅଧିକାରୀ ଦାୟିତ୍ୱରେ ରହିଥିବା ସୂଚନା ଫଳକରୁ ଜଣାପଡିଛି। ରାଜ୍ୟର ପୁରାତନ ପୌରପାଳିକାରେ ଭବାନୀପାଟଣା ସହର ନାମ ମଧ୍ୟ ରହିଛି। ଭବାନୀପାଟଣା ପୌରପାଳିକାରେ ୨୦ଟି ୱାର୍ଡ ରହିଥିବାବେଳେ ସହରର ଜନସଂଖ୍ୟା ପାଖାପାଖି ଚଳିତବର୍ଷର ରିପୋର୍ଟ ଅନୁଯାୟୀ ୯୦ ହଜାରରୁ ଟପିଲାଣି। ଗତ ଦିନରେ ପୌରପାଳିକା ପକ୍ଷରୁ ସହରରେ ବିଭିନ୍ନ ଯୋଜନାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଲାଣି। ହେଲେ ଏହି ୭୨ ବର୍ଷର ପୌରପାଳିକାର ବର୍ତ୍ତମାନ ଯାଏଁ ନିଜସ୍ବ କୋଠା ନ ହୋଇପାରିବା ଦୁଃଖ ଓ ପରିତାପର ବିଷୟ। ଏହା ପ୍ରଶାସନିକ ଅବହେଳା ନା ପୌରପାଳିକାର ଅବହେଳା ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌରପାଳିକା ଆରମ୍ଭରୁ ବର୍ତ୍ତମାନ ଯାଏଁ ଯେଉଁ କୋଠାରେ ଏହି କାର୍ଯ୍ୟାଳୟ ଚାଲୁଛି ତାହା କଳାହାଣ୍ଡି ରାଜା ରାଜୁଡା ଶାସନ ସମୟର ହୋଇଥିବା ଜଣାପଡିଛି। ଏହି କୋଠାଟିକୁ ତକତ୍ାଳୀନ ରାଜା ନିର୍ମାଣ କରିଥିବାବବେଳେ ଏହି କୋଠାରେ ରାଜା ବିଲିଆଡ୍ସ ଖେଳ ଖେଳିବା ପାଇଁ ଓ ଲାଇବ୍ରେରୀ ରୁମ ପାଇଁ ନିର୍ମିତ ହୋଇଥିଲା ବୋଲି ସ୍ଥାନୀୟ ଲୋକଙ୍କଠୁ ଜଣାପଡିଛି। ଦେଶ ସ୍ବାଧୀନତା ଆଗରୁ ନିର୍ମିତ ହୋଇଥିବା ଏହି କୋଠାଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ପାରିପାର୍ଶ୍ୱିକ ଚିତ୍ରରୁ ଦେଖିବାକୁ ମିଳିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାବେଳେ ଓ ସିମେଣ୍ଟ ଚଟାଣଗୁଡିକ ମଧ୍ୟ ପଡିଯାଉଥିବା ଜଣାପଡିଛି। ଫଳରେ ଅଫିସ କାମରେ ବେଳେ ବେଳେ ବାଧା ମଧ୍ୟ ସୃଷ୍ଟି ହେଉଥିବା ନିଜର ରହିଛି। ସିମେଣ୍ଟ ଖଣ୍ଡ ପଡିଯାଇଥିବା ସ୍ଥାନରେ ଲୁହା ରଡଗୁଡିକ ଜଳ ଜଳ ହୋଇ ଦେଖାଯାଉଛି। ବିଭିନ୍ନ ସମୟରେ ଛାତରୁ ସିମେଣ୍ଟ ଖଣ୍ଡଗୁଡିକ ପଡୁଥିବାରୁ ତଳେ ବସୁଥିବା ଅଧିକାରୀ, କର୍ମଚାରୀଙ୍କ ପ୍ରତି ମଧ୍ୟ ବିପଦ ରହିଛି। କୋଠାର ଅବସ୍ଥା ଯେକୌଣିସି ଲୋକ ଦେଖିଲେ ମଧ୍ୟ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି କହିବ। ଏ ନେଇ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କୁ ପଚାରିବାରୁ ନୂତନ କାର୍ଯ୍ୟାଳୟ କୋଠା ପାଇଁ ସହରରେ ସ୍ଥାନ ଚିହ୍ନଟ ହୋଇସାରିଛି। ସେହିପରି ନୂତନ କୋଠା ପାଇଁ ପ୍ରସ୍ତାବ ଯାଇଥିବାବେଳେ ଖୁବଶୀଘ୍ର ଅନୁମୋଦନ ହୋଇ ଆସିଲେ କୋଠା କାମ ନିର୍ମାଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri