ନାଳ ଖୋଳି ୩ ଶହ ଏକର ଜମିକୁ ଜଳସେଚନ

କୋକସରା,୧୦।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ ପଞ୍ଚାୟତରେ ଅନାବୃଷ୍ଟି ଯୋଗୁ ଚଳିତ ବର୍ଷ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି।

ବ୍ଲକକୁ ମରୁଡ଼ି ଘୋଷଣା ସହ ଚାଷ କ୍ଷୟକ୍ଷତି ଆକଳନ କରି ଇନ୍‌ପୁଟ ସବସିଡ଼ି, କୃଷି ଋଣ ଛାଡ଼ ଓ ଶସ୍ୟ ବୀମା ପ୍ରଦାନ ପାଇଁ ସଚେତନ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କିଛି ପଞ୍ଚାୟତରେ ଚାଷୀ ବୁଣା, ରୁଆ ଧାନରେ ଗୋରୁ ଛାଡି ସାରିଲେଣି। ଏଭଳି ସ୍ଥିତିରେ ଚାଷୀମାନେ ଯେଉଁଠି ଜଳଉତ୍ସ ଅଛି ସେଠୁ ପମ୍ପରେ ପାଣି ଉଠାଇ ଚାଷ ଜମିକୁ ଜଳସେଚିତ କରିବାକୁ ଅହରହ ଚେଷ୍ଟା ଜାରି ରଖିଛନ୍ତି। କିଛି ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ଦେବତା ଓ ଗ୍ରାମ ଦେବଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି।

ବ୍ଲକର ମହିମା ଓ ଟେମରା ପଞ୍ଚାୟତର ମହିମା, ନୂଆପଡା ଖୁର୍ସେଲଗୁଡା ଗ୍ରାମର ଚାଷୀଙ୍କ ପ୍ରାୟ ୩ଶହ ଏକର ଚାଷଜମି ଜଳସେଚନ ହୋଇପାରୁ ନ ଥିଲା। ଅଞ୍ଚଳର ଚାଷୀମାନେ ସ୍ଥାନୀୟ ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକଙ୍କ ଜରିଆରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ବେହେରା ନଦୀରୁ ନାଳ ଖୋଳାଇ ପାଇପ୍‌ ଯୋଗେ ଜଳସେଚନ କରିବାକୁ ଅନୁରୋଧ କରିଥିଲେ। ମରୁଡି ସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜେସିବି ମେଶିନ ଲଗାଇ ବେହେରା ନଦୀରୁ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ନାଳ ଖୋଳି ପାଇପ୍‌ ଲାଇନ ଯୋଗେ ପ୍ରାୟ ୩୦୦ ଏକର ଚାଷଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା କରିଛନ୍ତି। ଫଳରେ ଏହି ୩ ଶହ ଏକର ଜମିରେ ଧାନ ଅମଳ ହେବା ଆଶା ଦେଖାଦେଇଛି। ବ୍ଲକ ଉପାଧ୍ୟକ୍ଷଙ୍କ ଏହି ମହାନତାକୁ ଅଞ୍ଚଳର ଚାଷୀ ସୁଧୀର ସାହୁ, ହିମାଂଶୁ ନାଏକ, ଭୁବନେଶ୍ୱର ନାଏକ, ଜଗ କୋଲଥିଆ, ସଦାନନ୍ଦ ପାତ୍ର, ହିରାଧାର ପାତ୍ର, ତପନ ପାତ୍ର, ପବିତ୍ର ନାଏକ, ନିଳାମ୍ବର ନାଏକ, ଭଗବାନ ଧ. ମାଝି ଓ ଅନ୍ୟ ପ୍ରମୁଖ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri