Posted inଜାତୀୟ

ଜି-୨୦ ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କଲେ ଥରୁର: କହିଲେ, ଭାରତ ପାଇଁ ଗର୍ବର ମୂହୁର୍ତ୍ତ

ନୂଆଦିଲ୍ଲୀ,୧୦।୯: ଜି-୨୦ ଶିଖର ସମ୍ମିଳନୀରେ ଘୋଷଣାପତ୍ରକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିବାରୁ କଂଗ୍ରେସ ଏମ୍‌ପି ଶଶି ଥରୁର ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ସର୍ବସମ୍ମତି କ୍ରମେ ଘୋଷଣା  ଭାରତ ଏକ ବଡ଼ ବିଜୟ ହାସଲ କରିଛି। ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି ଥରୁର କହିଛନ୍ତି।
ୟୁକ୍ରେନ ପ୍ରସଙ୍ଗରେ ନୂଆଦିଲ୍ଲୀ ଘୋଷଣାନାମାରେ ସହମତି ପ୍ରକାଶ ପାଇଛି। ଶିଖର ସମ୍ମିଳନୀରୁ ମିଳିତ ବିବୃତ୍ତି ଦିଆଯିବ କି ନାହିଁ ତାହା ମଧ୍ୟ ଏକ ବିପଦ ଥିଲା, କିନ୍ତୁ ଏହା ପରେ ଭାରତୀୟ ଦଳ ପୁଣିଥରେ ଚାଇନା, ରୁଷିଆ ଏବଂ ପାଶ୍ଚାତ୍ୟ ଦେଶର ପ୍ରତିନିଧୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଏଥିରେ ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡୋନେସିଆରୁ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। ଏହି ପ୍ରୟାସ ମାଧ୍ୟମରେ ଚାଇନା ୟୁକ୍ରେନ ପ୍ରସଙ୍ଗରେ ପ୍ରସ୍ତୁତ ଆର୍ଟିକିଲରେ ରାଜି ହେବାରେ ସଫଳ ହୋଇଥିଲା। ପରେ ୟୁରୋପୀୟ ଦେଶଗୁଡିକ ମଧ୍ୟ ଏହି ଅନୁଚ୍ଛେଦରେ ଯାହା ଲେଖାଥିଲା ତାହା ସହ ସହମତ ହୋଇଥିଲେ।
ଜି -୨୦ର ଭାରତୀୟ ଶେରପା ଅମିତାଭ କାଣ୍ଟ ମଧ୍ୟ ଏକ ସାକ୍ଷାତକାରରେ ନିଶ୍ଚିତ କରିଛନ୍ତି ଯେ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଇଣ୍ଡୋନେସିଆ ଏକମତ ହେବାରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ନୂଆଦିଲ୍ଲୀ ଘୋଷଣାନାମା ସଦସ୍ୟ ଦେଶମାନଙ୍କ ସହ ୨୦୦ ଘଣ୍ଟା ଧରି ଆଲୋଚନା ହୋଇଛି। ରୁଷିଆ ଏବଂ ଚାଇନା ସହିତ ଦୀର୍ଘ ପୃଥକ ଆଲୋଚନା ହୋଇଥିଲା, ଯାହା ପରେ ଶୁକ୍ରବାର ରାତିରେ ଚୂଡ଼ାନ୍ତ ଡ୍ରାଫ୍ଟରେ ସହମତି ପ୍ରକାଶ ପାଇଲା।
କାଣ୍ଟଙ୍କ ଏହି ମନ୍ତବ୍ୟକୁ ଭିତ୍ତି କରି କଂଗ୍ରେସ ସାଂସଦ ଶଶି ଥରୁର ଭାରତୀୟ ଶେର୍ପା ଅମିତାଭ କାଣ୍ଟଙ୍କୁ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଲାଗୁଛି ଯେ ଯେତେବେଳେ ଆପଣ ଆଇଏଏସ୍‌ ପାଇଁ ଚୟନ କଲେ ଆଇଏଫ୍‌ଏସ୍‌ ଜଣେ ବିଶିଷ୍ଟ କୂଟନୀତିଜ୍ଞଙ୍କୁ ହରାଇଲା। ସେ ଏହାକୁ ଭାରତ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।
ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ନିଜ ଦେଶ ତରଫରୁ ଜଣେ ଶେରପା ନିଯୁକ୍ତ କରନ୍ତ। ସଦସ୍ୟ ଦେଶଗୁଡିକର ଶେର୍ପାସ ଜି-୨୦ ଶିଖର ସମ୍ମିଳନୀରେ ନିଜ ନିଜ ଦେଶକୁ ପ୍ରତିନିଧିତ୍ୱ କରନ୍ତି। ଏହି ସମ୍ମିଳନୀରେ ସେ କେବଳ ତାଙ୍କ ନେତାମାନଙ୍କୁ ସାହାଯ୍ୟ କରନ୍ତି ନାହିଁ ବରଂ ତାଙ୍କର କାର୍ଯ୍ୟ ହେଉଛି ସମସ୍ତ ସଦସ୍ୟ ଦେଶକୁ ତାଙ୍କ ଦେଶର ନୀତିଗତ ନିଷ୍ପତ୍ତି ବିଷୟରେ ଅବଗତ କରାଇବା। ଯଦି ସରଳ ଭାଷାରେ ବୁଝାଯାଏ, ଶେରପାଙ୍କ ପଦ ଏକ ରାଷ୍ଟ୍ରଦୂତଙ୍କ ସହିତ ସମାନ। ଭାରତ ଅମିତାଭ କାଣ୍ଟଙ୍କୁ ଏହାର ଶେରପା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri