ପ୍ରଥମରୁ କମ୍ପାନୀ ଆଳ, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କୃଷକଙ୍କ ପାଇଁ ରକ୍ଷା କବଚ କହି କେନ୍ଦ୍ର ସରକାର ୨୦୧୬ ଆର୍ଥିକ ବର୍ଷରୁ ସାରା ଦେଶରେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି। ହେଲେ ନାନା ଆଳ ଦେଖାଇ ବୀମା କମ୍ପାନୀ ଏହି ଯୋଜନାରୁ ଅନେକ ଚାଷୀଙ୍କୁ ବୀମା ସହାୟତା ଦେବାରୁ ବଞ୍ଚତ୍ତ କରୁଛି ବୋଲି କୃଷକ ସଙ୍ଗଠନ ଅଭିଯୋଗ କରିଛି। ଅନ୍ୟପଟେ ଏହି ଯୋଜନା କୃଷକଙ୍କ ସ୍ବାର୍ଥରେ ନ ଆସି କମ୍ପାନୀମାନେ ଏଥିରେ ଅଧିକ ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଆରମ୍ଭରୁ ବୀମା କମ୍ପାନୀ ସେଭଳ ଆଳ କରୁଥିବା ନେଇ କୃଷକ ସଙ୍ଗଠନ ଅଭିଯୋଗ କରିବା ପରେ ଶୁକ୍ରବାର ସେ ନେଇ ବରଗଡ଼ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।
ଜିଲାପାଳ ମୋନିଷା ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରିଲାଏନ୍ସ ବୀମା କମ୍ପାନୀ ଏବଂ କୃଷକ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକରେ ଚାଷୀ ପ୍ରତିନିଧିମାନେ ଅଭିଯୋଗ କରିଥିଲେ, ବରଗଡ଼ ଜିଲାରେ ରିଲାଏନ୍ସ ବୀମା କମ୍ପାନୀ ଟେଣ୍ଡର ପାଇଛି। ୧ଲକ୍ଷ ୬୯ହଜାର ୮୭୨ଜଣ ଚାଷୀ ୧ଲକ୍ଷ ୯୫ହଜାର ୨୫୦ ହେକ୍ଟର ଜମି ପାଇଁ ବୀମା କରିଛନ୍ତି। ସେଥିମଧ୍ୟରୁ ୨୩ହଜାର ଆବେଦନର କାଗଜପତ୍ର ଠିକ୍‌ ନ ଥିବା ଦର୍ଶାଇ ସେଗୁଡ଼ିକୁ ଫେରସ୍ତ କରି ଦିଆଯାଇଛି। ଗତଥର ଭଳି ଏଥର ମଧ୍ୟ ସ୍ବଳ୍ପ ବୃଷ୍ଟିପାତ ଦେଖି ବୀମା କମ୍ପାନୀ ସେଭଳି ପଦକ୍ଷେପ ନେଉଥିବା ଚାଷୀ ପ୍ରତିନିଧିମାନେ କହିଥିଲେ । ଜିଲାପାଳ ବାନାର୍ଜୀ ଏହି ପ୍ରସଙ୍ଗରେ ବୀମା କମ୍ପାନୀର ପ୍ରତିନିଧିମାନଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରି ନ ଥିଲେ। ଫଳରେ ଆସନ୍ତା ୧୦ଦିନ ମଧ୍ୟରେ ସେହି ଆବେଦନଗୁଡ଼ିକୁ ଗ୍ରହଣ କରିବା ପାଇଁ ଜିଲାପାଳ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଆବେଦନରେ କାଗଜପତ୍ର ଠିକ୍‌ ନ ଥିଲେ ଅତିରିକ୍ତ ଜିଲାପାଳଙ୍କ ସହିତ କଥାବାର୍ତ୍ତା ହୋଇ ତାର ସମାଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିପରି କ୍ଷତିପୂରଣ ଆକଳନ ଚଳିତବର୍ଷ କ୍ରପ୍‌ କଟିଂ ୭୦ ପ୍ରତିଶତ ଚାଷ ପ୍ରଣାଳୀ ସୁସ୍ଥତା, ୩୦ ପ୍ରତିଶତ ଗଣତିକୁ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି । ପୁରୁଣା ବ୍ୟବସ୍ଥା ତଥା କୃଷି, ରାଜସ୍ବ ଏବଂ ପରିସଂଖ୍ୟାନ ବିଭାଗ ଏହି ଆକଳନ କରିବାକୁ କୃଷକ ସଙ୍ଗଠନ ଦାବି ରଖିଛି। ଗତ ଖରିଫ ଋତୁରେ ପାଇକମାଳ ବ୍ଲକର ଭୁବନେଶ୍ୱରପୁର ପଞ୍ଚାୟତ ବୀମା କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳି ନ ଥିବା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ବରଗଡ଼ ଉପଜିଲାପାଳ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲାପାଳ ସଦାକର କୁମ୍ଭାର, ଏଲଡ଼ିଏମ ମହେଶ୍ୱର ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ ଅମିୟ ସାହୁ, ସୋନାଲିକା ସାହୁ, ତୃପ୍ତିକାନ୍ତ ସେଠୀ, ରିଲାଏନ୍ସ ବୀମା କମ୍ପାନୀର ସିଆରଏମ୍‌ ରାକେଶ ରଞ୍ଜନ, ଜିଲା ମ୍ୟାନେଜର ରାଜେଶ ମିଶ୍ର, ରାଜବୋରାସମ୍ବର କୃଷକ ସଙ୍ଗଠନର ଅଶୋକ ସାହୁ, ରୋହିତ ପ୍ରଧାନ, ପଞ୍ଚାନନ ସାହୁ, ଅରବିନ୍ଦ ପଣ୍ଡା, ଗଜପତି ସାହୁ, ଲିଙ୍ଗରାଜ ପ୍ରଧାନ, ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ପ୍ରଭାତ ସାହୁ, ବାରପାହାଡ଼ କୃଷକ ସଙ୍ଗଠନର ଇଶାନ୍ତ ଭୋଇ, ଥବିର ପ୍ରଧାନ, ନିରଞ୍ଜନ ପ୍ରଧାନ, ବିରେନ କର, ଅଜିତ ଶତପଥି, ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri