ବର୍ଷାଦିନେ ରାସ୍ତା କାମ, ନାଳ ଖୋଳା

ଖଇରା, ୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ସବ୍‌ମାଇନର କେନାଲରେ ରାସ୍ତା ନିର୍ମାଣ ଓ ନାଳ ଖୋଳା କାର୍ଯ୍ୟକୁ ଚାଷୀ ଓ ଗ୍ରାମବାସୀ ବିରୋଧ କରି ମଙ୍ଗଳବାର କାର୍ଯ୍ୟ ବନ୍ଦ କରିଛନ୍ତି ା ବର୍ଷା ସମୟରେ ଏଭଳି ନିର୍ମାଣ କାର୍ଯ୍ୟ କରି ଅର୍ଥ ହଡପ ଉଦ୍ୟମ ହୋଇଥିବା ଚାଷୀମାନେ ଦର୍ଶାଇଥିଲେ। ଠିକାଦାର ଚଳାଇଥିବା ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ରଟିଣା ଓ ବଗଦିଆ ଗ୍ରାମର ଚାଷୀ ବନ୍ଦ କରି ବିଦ୍ୟାଧରପୁର ଡିଭିଜନର ନିର୍ବାହୀଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏଭଳି ସ୍ଥିତିରେ ବର୍ତ୍ତମାନ କାମ ବନ୍ଦ ରହିବ ଏବଂ ବର୍ଷାଋତୁ ପରେ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା।
ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ରଟିଣା ସବ୍‌ମାଇନର କେନାଲ ପାର୍ଶ୍ୱରେ ଦେଢ କି.ମି. ରାସ୍ତାକୁ କଂକ୍ରିଟ କରିବା ଏବଂ କେନାଲ କଡ ନାଳ ପରିଷ୍କାର କରିବାକୁ ପୂର୍ବରୁ ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଗ୍ରୀଷ୍ମଋତୁରେ ଏହି କାମ ବେପରୁଆ ଢଙ୍ଗରେ ଆରମ୍ଭ କରି ଅଧାରୁ ଛାଡି ଦିଆଯାଇଥିଲା। ବର୍ଷାଋତୁ ପୂର୍ବରୁ କାମ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏବେ ବର୍ଷାଦିନ ଆରମ୍ଭ ହେବା ପରେ ତରବରିଆ ଭାବେ ବାକି କଂକ୍ରିଟ କାମ କରାଯିବା ସହ କେନାଲ ଓ ଚାଷଜମି ମଧ୍ୟରେ ଥିବା ନୟନଯୋରି ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଭଳି କାର୍ଯ୍ୟ ପଛରେ ଅସଦ୍‌ ଉପାୟ ଅବଲମ୍ବନର ଫନ୍ଦି ରହିଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଅନ୍ୟପକ୍ଷେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଭାର ଓ ଗୃହପାଳିତ ପ୍ରାଣୀଙ୍କୁ ନେଇ ନାଳ ଭିତର ଦେଇ ଜମିକୁ ଯିବା ଚାଷୀଙ୍କ ପକ୍ଷେ କାଠିକର ପାଠ ହୋଇ ପଡିଥିଲା ା ଅଣ୍ଟାଏ ପାଣିରେ ପଶି ଜମିକୁ ଯିବା ସମ୍ଭବ ନ ହେବାରୁ ସ୍ଥାନୀୟ ଅଞ୍ଚଳର ଚାଷୀ ଜମିକୁ ଯିବା ପାଇଁ ଗୋଟିଏ କି ଦୁଇଟି ସ୍ଥାନରେ ସୋଠ ପକାଇ ଏହାକୁ ଯାତାୟାତ ଉପଯୋଗୀ କରିବାକୁ ଦାବି କରିଥିଲେ। ଏଭଳି ଦାବିକୁ କେହି କାନକୁ ନ ନେବାରୁ ଚାଷୀମାନେ କ୍ଷୁବ୍ଧ ହୋଇ ପଡିଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରଟିଣା ଗ୍ରାମର ଶଙ୍କର୍ଷଣ ବାରିକ, ପକାଠିଆ ବାରିକ, ବାଇଧର ସାହୁ, କମଳ ସାହୁ ବଗଦିଆ ଗ୍ରାମର ରବୀନ୍ଦ୍ର କୁମାର ପଣ୍ଡା, ରନତ୍ାକର ପଣ୍ଡା, ସୁରେନ୍ଦ୍ର କୁମାର ପଣ୍ଡା, ସୁଦର୍ଶନ ପଣ୍ଡା, ଗୋବିନ୍ଦ ବାରିକ, ଲକ୍ଷ୍ମୀଧର ବାରିକ, ବାବୁଲି ଦାସ, ଶମ୍ଭୁନାଥ ନାୟକ, ଉମାକାନ୍ତ ଦାସ ପ୍ରମୁଖ ଆସି ପ୍ରତିବାଦ କରିଥିଲେ ା ସୋଠ ପଡି ଜମିକୁ ରାସ୍ତା ନ ହେବା ପର୍ଯ୍ୟନ୍ତ ନାଳ ଖୋଳା କାର୍ଯ୍ୟ ସେମାନେ କରାଇ ନ ଦେବାକୁ ଚେତାବନୀ ଦେଇଥିଲେ ା ଏ ସମ୍ପର୍କରେ ଆନ୍ଦୋଳନକାରୀ ଚାଷୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବା ପରେ ବର୍ଷା ସମୟରେ ସୋଠ ପକାଇବା ସମ୍ଭବ ନୁହେଁ, ଏଣୁ ବର୍ଷାଋତୁ ପରେ ଯାହାକିଛି କରାଯିବ ବୋଲି କହି ସେଠାରେ କାର୍ଯ୍ୟ ବନ୍ଦ ରଖିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ/ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri