ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ଜୀବନ ବଞ୍ଚାଇଲେ

ନନ୍ଦପୁର, ୩୧ା୮ (ଶଙ୍କର ପୂଜାରୀ)ଥମୁନି ଜନନୀ ଜନ୍ତ୍ରଣା। ରାସ୍ତାଘାଟ ନ ଥିବାରୁ ଗ୍ରାମବାସୀଙ୍କୁ ମିଳିପାରୁନି ମୌଳିକ ସୁବିଧା ସହ ଆବଶ୍ୟକ ସମୟରେ ଚିକିତ୍ସା ସେବା। ଜରୁରୀ ସମୟରେ ଭାରରେ ଓ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଏକ ଘଟଣା ନନ୍ଦପୁର ବ୍ଲକର ହାତୀବାରୀ ପଞ୍ଚାୟତର ଗିରିଲିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ୧୦୮ କର୍ମଚାରୀଙ୍କ ମାନବିକତା ପାଇଁ ବଞ୍ଚତ୍ୟାଇଛି ଜଣେ ଗର୍ଭବତୀଙ୍କ ଜୀବନ।

ଖବରରୁ ଜଣାପଡିଛି, ଗିରିଲିଗୁଡା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ସ୍ବାମୀ ଗିରି ପାଙ୍ଗୀ ତାଙ୍କ ସ୍ତ୍ରୀ କୌଶଲ୍ୟା ପ୍ରସବକାଳୀନ ଯନ୍ତ୍ରଣା ଭୋଗୁଥିବା ନେଇ ନନ୍ଦପୁର ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଏହି ସମୟରେ ନନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ଅନ୍ୟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଯାଇଥିବାରୁ ଲମତାପୁଟ ୧୦୮କୁ ଗିରିଲିଗୁଡା ଗ୍ରାମକୁ ଯାଇ ଗର୍ଭବତୀଙ୍କୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅନୁସାରେ ଲମତାପୁଟ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ ଗିରିଲିଗୁଡାରେ ପହଁଞ୍ଚତ୍ଥିଲେ। ତେବେ ଗ୍ରାମକୁ ୧କି.ମି. ପର୍ଯ୍ୟନ୍ତ ଆଗକୁ ରାସ୍ତା ନ ଥିବାରୁ ସେଠାରେ ଗାଡ଼ି ରଖି ଗାଡ଼ିରେ ଥିବା ଷ୍ଟ୍ରେଚର ଧରି କର୍ମଚାରୀ ଚାଳକ ନାଗାର୍ଜୁନ ନାୟକ, ଫାର୍ମାସିଷ୍ଟ ଲୋକନାଥ ଖେମୁଣ୍ଡୁ ଓ ସହାୟକ ପ୍ରତୀକ ଦୋରା ଗ୍ରାମକୁ ଯାଇଥିଲେ। ସେଠାରୁ ସ୍ବାମୀ ଓ ପରିଜନଙ୍କ ସହାୟତାରେ ସେମାନେ ଖାଲଖମା ରାସ୍ତା ଓ ବିଲହୁଡ଼ା ଦେଇ ଗର୍ଭବତୀ କୌଶଲ୍ୟାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ସେଠାରୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଶିଶୁ କନ୍ୟାଟିଏ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା ଓ ଛୁଆ ସୁସ୍ଥ ଥିବା ଡାକ୍ତର ଦୁବରାଜ ମୁର୍ମୁ କହିଛନ୍ତି। ୧୦୮ର ୩ କର୍ମଚାରୀଙ୍କ ଏଭଳି ମାନବିକତା ପୂର୍ଣ୍ଣ କାର୍ଯ୍ୟପାଇଁ ସ୍ବାମୀ ଗିରି, ସ୍ତ୍ରୀ କୌଶଲ୍ୟା କୃତଜ୍ଞତା ଜଣାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମୁର୍ମୁଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଗିରିଲିଗୁଡା ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଗ୍ରାମକୁ କେବେ ରାସ୍ତା ନିର୍ମାଣ ହେବ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମ ସମ୍ମୁଖରେ ଥିବା ଜମି ରାସ୍ତା ନିର୍ମାଣରେ ବାଧକ ସାଜିଛି। ଗ୍ରାମବାସୀ ଉକ୍ତ ଜମି ଦେଇ ରାସ୍ତା ନିର୍ମାଣ କରିବାକୁ ଯଦି ଅନୁମତି ଦେବେ ତା’ହେଲେ ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କିଶାନ ଯୋଜନାରେ ଗଞ୍ଜାମର ୨.୬୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ହଜାର ଟଙ୍କା

ଛତ୍ରପୁର, ୧୮।୬(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ )- ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ପିଏମ୍‌...

ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଥା ବଡ଼ଗଡ଼ ଥାନା ଅଧୀନ ମଛାକୋଟ ପଞ୍ଚାୟତ ଘାଇ ଛକଠାରେ ଲକ୍ଷ୍ମୀ ବସ୍‌ ଧକ୍କାରେ କାର୍ତ୍ତିକ...

ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ

ବ୍ରହ୍ମପୁର,୧୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ରାୟଗଡ଼ା ଓ କୋରାପୁଟ ଜିଲାରେ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ୪ ଶିଶୁଙ୍କ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ...

ପୁଅ ଭଲ ପାଇ ଅନ୍ୟଜାତିରେ ବାହାହେଲା ବୋଲି…

ପୁରୁଷୋତ୍ତମପୁର,୧୮।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ସାମାଜିକ ବାସନ୍ଦ ଭଳି କୁସଂସ୍କାର ଏବେବି ଲାଗିରହିଛିା ପୁରୁଷୋତ୍ତମ ପୁର ଥାନା ଅଧୀନ ସାଗୁଣାପଲ୍ଲୀରେ ଗତ କିଛିମାସ ତଳେ ଏଭଳି...

ମୁଁ ସରପଞ୍ଚ ହେବାକୁ ଚାହୁଁଛି: କାହିଁକି ଏମିତି କହିଲେ ସିଦ୍ଧାନ୍ତ

ଭୁବନେଶ୍ୱର,୧୮।୬: ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଶପଥ ଗ୍ରହଣ...

ଗଞ୍ଜାମରେ ଚାଞ୍ଚଲ୍ୟ: ଶଳାଙ୍କୁ ପିଟି ମାରିଦେଲେ ଭିଣୋଇ

ଗୋପାଳପୁର,୧୮।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଭିଣୋଇ ଲୁହା ରଡ୍‌ରେ ଆକ୍ରମଣ କରି ଶଳାଙ୍କୁ ହତ୍ୟା କରିଥିବା...

୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୧୮।୬: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଏହି ଦିନକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ...

ଚଳିତବର୍ଷ ପଡ଼ୁଛି ବିରଳ ରଥଯାତ୍ରା:ଶୃଙ୍ଖଳିତ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ

ପୁରୀ,୧୮ା୬(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri