ଲିପୋପ୍ରୋଟିନ୍‌(ଏ) ଚିକିତ୍ସା ପାଇଁ ପ୍ରଥମ ଔଷଧ

ଆମଷ୍ଟରଡାମ୍‌,୩୦ା୮: ଲିପୋପ୍ରୋଟିନ୍‌(ଏ) ହେଉଛି ଅଠାଳିଆ କୋଲେଷ୍ଟରଲର ମୁଖ୍ୟତଃ ଏକ ଆନୁବଂଶିକ ରୂପ। ଏହା ହୃଦ୍‌ରୋଗ ଓ ହୃଦ୍‌ଘାତଜନିତ ବିପଦ ବଢ଼ାଇଥାଏ। ବିଶ୍ୱରେ ପ୍ରଥମ ଥର ପାଇଁ ଲିପୋପ୍ରୋଟିନ୍‌(ଏ)ର ଚିକିତ୍ସା ଏକ ନୂଆ ଔଷଧରେ କରାଯାଇପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଉଚ୍ଚସ୍ତରର ଲିପୋପ୍ରୋଟିନ୍‌(ଏ) ହେଉଛି ଏଲ୍‌ଡିଏଲ୍‌ କୋଲେଷ୍ଟରଲ ସହ ସମାନ। ଏହାକୁ ବେଳେବେଳେ ବ୍ୟାଡ୍‌ କୋଲେଷ୍ଟରଲ କୁହାଯାଇଥାଏ। ଏହା ଅଧିକ ଅଠାଳିଆ ହୋଇଥିବାରୁ ଧମନୀରେ ରକ୍ତ ପ୍ରବାହକୁ ଅବରୋଧ ଆଶଙ୍କା ବଢ଼ାଇଥାଏ। ବିଶ୍ୱରେ ପ୍ରତି ୫ ଜଣରେ ଜଣକଠାରେ ଏହାର ପ୍ରଭାବ ପଡ଼ିଥାଏ, ଯାହାର ଏପର୍ଯ୍ୟନ୍ତ କୌଣସି ଅନୁମୋଦିତ ଚିକିତ୍ସା ଉପଲବ୍ଧ ନ ଥିଲା। ଅଷ୍ଟ୍ରେଲିଆର ମୋନାଶ୍‌ ୟୁନିଭର୍ସିଟିରେ ‘ମୁଭାଲାପ୍ଲିନ୍‌’ ନାମକ ଔଷଧର ପ୍ରଥମ ପରୀକ୍ଷା ମାନବ ଦେହରେ ସଫଳତାର ସହ କରାଯାଇଛି। ଲିପୋପ୍ରୋଟିନ୍‌(ଏ)ର ଚିକିତ୍ସା ପାଇଁ ଏହା ପ୍ରଥମ ଔଷଧ। ଏହା ଲିପୋପ୍ରୋଟିନ୍‌(ଏ)ର ସ୍ତରକୁ ସଫଳତାର ସହ ୬୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବ। ଉକ୍ତ ଔଷଧ ଶରୀରରେ ଲିପୋପ୍ରୋଟିନ୍‌(ଏ) ସୃଷ୍ଟିକୁ ରୋକିଥାଏ। ଉକ୍ତ ଗବେଷଣାକୁ ଆମଷ୍ଟରଡାମ୍‌ସ୍ଥିତ ୟୁରୋପିଆନ୍‌ ସୋସାଇଟି ଅଫ୍‌ କାର୍ଡିଓଲୋଜି କଂଗ୍ରେସରେ ଉପସ୍ଥାପନ କରାଯିବା ସହ ଜେଏଏମ୍‌ଏ (ଜର୍ନାଲ ଅଫ୍‌ ଆମେରିକାନ୍‌ ମେଡିକାଲ ଆସୋସିଏଶନ)ରେ ପ୍ରକାଶ ପାଇଛି। ଏହି ଔଷଧ କୋଲେଷ୍ଟେରଲ ଚିକିତ୍ସାରେ ନୂଆ ମୋଡ଼ ଦେବାକୁ ଯାଉଛି। ଏହା ଖାଇବା ଔଷଧ ହୋଇଥିବାରୁ ରୋଗୀଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହେବ ବୋଲି ଅଧ୍ୟୟନର ମୁଖ୍ୟ ତଥା ମୋନାଶ ୟୁନିଭର୍ସିଟିର ଭିକ୍ଟୋରିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ ଭିକ୍ଟୋରିଆନ୍‌ ହାର୍ଟ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଷ୍ଟିଫେନ୍‌ ନିକୋଲ୍ସ କହିଛନ୍ତି। ଏଲ୍‌ଡିଏଲ୍‌ କମାଇବା ପାଇଁ ସାଧାରଣ ଭାବେ ଉପଲବ୍ଧ ହେଉଥିବା ଔଷଧ ଲିପୋପ୍ରୋଟିନ୍‌(ଏ)କୁ ସମାନ ସ୍ତରକୁ ହ୍ରାସ କରିପାରି ନ ଥାଏ। ଆନୁବଂଶିକ ହୋଇଥିବାରୁ ପଥ୍ୟ, ବ୍ୟାୟାମ କିମ୍ବା ଜୀବନ ଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିହୁଏ ନାହିଁ। ୬୦ ବର୍ଷ ପୂର୍ବରୁ ଲିପୋପ୍ରୋଟିନ୍‌(ଏ) ଠାବ ହୋଇଥିଲେ ମଧ୍ୟ ଏହାକୁ କମାଇବା ନିମନ୍ତେ ଔଷଧ ଏପର୍ଯ୍ୟନ୍ତ ଉପଲବ୍ଧ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri