Posted inଫୁରସତ

ଦର୍ଶକଙ୍କ ଭଲ ପାଇବା ଦେଇଛି ଆତ୍ମସନ୍ତୋଷ: ପ୍ରସନ୍ନ ପୃଷ୍ଟି

ସ୍କୁଲର ଛୁଟିଦିନମାନଙ୍କରେ ସେ ସାଙ୍ଗ ମେଳରେ ସିନେମା ଦେଖିବାକୁ ଯାଉଥିଲେ। ସେଦିନର ସିନେମା ଦେଖିବାର ନିଶା ଆଜି ତାଙ୍କୁ ଦେଇଛି ନିଆରା ପରିଚୟ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଲଗାତର ସେ ଦୂରଦର୍ଶନ ସହ ଜଡିିତ। ଏ ପର୍ଯ୍ୟନ୍ତ ସେ ପ୍ରାୟ ୨୦ଟି ଧାରାବାହିକ ପ୍ରଯୋଜନା କରିସାରିଛନ୍ତି। ଏହାସହ ରାଜ୍ୟ ସହ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲରେ ତାଙ୍କ ଦ୍ୱାରା ପ୍ରଯୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ସ୍ଥାନ ପାଇ ପୁରସ୍କୃତ ହୋଇଛି। ଏହାଛଡ଼ା ଏହି ବହୁମୁଖୀ ପ୍ରତିଭା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ହେଲେ ପ୍ରସନ୍ନ ପୃଷ୍ଟି । ଜନ୍ମ ୨୪ା୮ା୧୯୫୭ମସିହାରେ। ପିତା ବିନୋଦ ବିହାରୀ ପୃଷ୍ଟି । ମାତା ପଙ୍କଜିନୀ ଦେଈ। ଘର ନୟାଗଡ଼ ଜିଲାର ଜଗନ୍ନାଥ ପ୍ରସାଦରେ। ସେ କୁହନ୍ତି, ମୋର ପିଲାଦିନ ଭୁବନେଶ୍ୱରରେ କଟିଥିଲା। ମୋ ବାପା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ଏଷ୍ଟାବ୍ଲିଶମେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିବାରୁ ଭୁବନେଶ୍ୱରରେ ରହୁଥିଲୁ। ଏଥିପାଇଁ ୟୁନିଟ-୨ ସ୍କୁଲରେ ମୋର ପାଠପଢ଼ା ହୋଇଥିଲା।

ତେବେ ପାଠପଢା ଛଡ଼ା ସ୍କୁଲ ବୟସରୁ ସିନେମା ଓ ଧାରାବାହିକ ଦେଖିବାରେ ବେଶି ରୁଚି ରହିଥିଲା। ମୁଁ ମୋ ସାଙ୍ଗମାନଙ୍କୁ ସବୁବେଳେ ସିନେମା କଥା କୁହେ। କିନ୍ତୁ ମୋର ଜଣେ ସାଙ୍ଗ ଉଜୁ ମତେ ସବୁବେଳେ ବ୍ୟବସାୟ କେମିତି କରିହେବ ସେକଥା କହୁଥିଲା। ହେଲେ ମୋ ମୁଣ୍ଡରେ ସେସବୁ ପଶୁ ନ ଥିଲା। କିପରି ସିନେମା ଓ ଧାରାବାହିକ କରିପାରିବି ସେ କଥା ଚିନ୍ତା କରୁଥାଏ। ଆମର ବିଜ୍ଞାନ ଶିକ୍ଷକ ଯୋଗେଶ୍ୱର ସୁବୁଦ୍ଧି ସାର୍‌ ଏବଂ ମୋର ଜଣେ ସାଙ୍ଗ ମିଶି ଯେତେବେଳେ ଯେଉଁ ନୂଆ ସିନେମା ରବି ଟକିଜ୍‌ ଓ କଳ୍ପନା ସିନେମା ହଲ୍‌ରେ ପଡ଼ୁଥିଲା ତାକୁ ଦେଖିବାକୁ ଯାଉଥିଲୁ। ସମୟକ୍ରମେ ଦେବରାଜ ଓ ମୁଁ ମିଶି ପ୍ରଥମେ ‘ଅଗ୍ନି ସଙ୍କେତ’ ନାମକ ଏକ ଓଡ଼ିଆ ସିନେମା ପ୍ରଯୋଜନା କରିଥିଲୁ। ଏଥିରେ ନିର୍ଦ୍ଦେଶକ ଭାବେ ପ୍ରଣବ ଦାସ ରହିଥିଲେ। ଏହି ଚଳଚ୍ଚିତ୍ରଟି ୧୯୯୨ରେ ରାଜ୍ୟରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ପରବର୍ତ୍ତୀ ସମୟରେ ନିଜେ କିପରି ସିନେମା ଓ ଧାରାବାହିକ ପ୍ରଯୋଜନା କରିପାରିବି ସେଥିପାଇଁ ଚିନ୍ତା କଲି। ଆଉ ଆଦିବାସୀଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଅରଣ୍ୟରୋଦନ’ର ପ୍ରଯୋଜକ ହେଲି। ଉକ୍ତ ଚଳଚ୍ଚିତ୍ରର କାହାଣୀ ସୁସାହିତି୍ୟକ ସାତକଡ଼ି ହୋତାଙ୍କ ଉପନ୍ୟାସ ‘ଅଶାନ୍ତ ଅରଣ୍ୟ’ ଉପରେ ପର୍ଯ୍ୟବସିତ ଥିଲା। ଏହାର ନିଦ୍ଦେର୍ଶନା ବିପ୍ଳବ ରାୟ ଚୌଧୁରୀ ଦେଇଥିବାବେଳେ ସଂଳାପକାର ଥିଲେ ବିଜୟ ମିଶ୍ର ଏବଂ ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ୧୯୯୩ରେ ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିଲା। ମୁମ୍ବାଇଠାରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଭାରତୀୟ ପାନାରୋମା)ରେ ବି ଏହା ପ୍ରଦର୍ଶିତ ହୋଇଥିଲା। ଏହାପରେ ୧୯୯୯ ମସିହାରେ ଦୂରଦର୍ଶନ ଭୁବନେଶ୍ୱର କେନ୍ଦ୍ରରେ ମୋର ପ୍ରଥମ ଧାରାବାହିକ ବାଃ..ବାଃରେ କେପିଟାଲ ପ୍ରସାରିତ ହୋଇଥିଲା, ଯାହାକି ସେତେବେଳେ ଉଚ୍ଚ ପ୍ରଶଂସିତ ହୋଇଥିଲା। ୧୯୯୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦୂରଦର୍ଶନରେ ମୁଁ ୨୦ଟି ଧାରାବାହିକର ପ୍ରଯୋଜନା କରିଛି। ଯଥା- ଅପରାଜିତା, ମହକ, ବୋଉ, ସଞ୍ଜସକାଳ, ମିଷ୍ଟର ରାଜୁ ଫୋର ଟୋଣ୍ଟି ଡଟ୍‌କମ୍‌, ଗୌରବ, ନିରବ ଆକାଶ, ଝିମିଟି ଖେଳ, କଞ୍ଜୁସ ମକ୍ଷିଚୁସ୍‌, ମଙ୍ଗୁ ଚଙ୍ଗୁ, କିଏ, ହାପିହୋମ ଡଟ୍‌କମ୍‌, କଳିକା, କସ୍ତୁରୀ, ଯମ ହାରିଗଲେ ମର୍ତ୍ତ୍ୟପୁରରେ ଆଦି। ସେଥିମଧ୍ୟରୁ ୨୦୧୯ ମସିହାରେ ପ୍ରସାରିତ ‘କସ୍ତୁରୀ’ ଧାରାବାହିକ ପାଇଁ ମୁଁ ଶ୍ରେଷ୍ଠ କାହାଣୀକାରଭାବେ ରାଜ୍ୟ ଚଳଚ୍ଚିତ୍ର ଟେଲି ପୁରସ୍କାର ପାଇଲି। ଏତଦ୍‌ବ୍ୟତୀତ ପୂର୍ବରୁ ବାଣୀଚିତ୍ର, ଶୋ’ଟାଇମ୍‌, ସାରଳା ଆର୍ଟ ଏକାଡେମି, ମହାବୀର ଟେଲିପ୍ରଡକ୍ସନ ସମେତ ଶତାଧିକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ବି ପାଇଛି। ଏସବୁବାଦ୍‌ ଏକ ହିନ୍ଦୀ ସିନେମା ‘ଦି ଆର୍ଟ ଅଫ୍‌ ଲାଇଫ’ ଯାହା ବାଲୁକା କଳା ଉପରେ ଆଧାରିତ ଥିଲା ତାର ପ୍ରଯୋଜକ ବି ହୋଇଥିଲି। ଉକ୍ତ ଚଳଚ୍ଚିତ୍ରର ସମୟ ଅବଧି ପ୍ରାୟ ୪୩ ମିନିଟ ଥିଲା। ଏହି ଚଳଚ୍ଚିତ୍ରଟି ଓ୍ବାଲର୍‌ଡ ଫିଲ୍ମ ଫେଷ୍ଟିଭାଲ, ଗୋଲ୍‌ଡେନ୍‌ ପିକକ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ସହ ଆହୁରି ୮ଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେଲା। ବର୍ତ୍ତମାନ ମୁଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ରୁରାଲ ଓ୍ବାର୍କ ଡିପାର୍ଟମେଣ୍ଟ ଏବଂ ଟ୍ରାଇବାଲ ଉନ୍ନୟନ ସଂସ୍ଥା ପାଇଁ କେତୋଟି ଡକ୍ୟୁମେଣ୍ଟାରୀ ଫିଲ୍ମର ପ୍ରଯୋଜନା କରୁଛି। ଦୂରଦର୍ଶନରେ ଧାରାବାହିକ ପ୍ରଯୋଜନାକରି ଏକାଧିକ ନୂତନ କଳାକାରଙ୍କୁ ଲୋକଲୋଚନକୁ ଆଣିଥିବାରୁ ମୋତେ ଆତ୍ମସନ୍ତୋଷ ମିଳୁଛି। ଦର୍ଶକଙ୍କର ଭଲପାଇବା ମୋତେ ପରିଚୟ ଦେଇଛି। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri