Posted inଜାତୀୟ

୨୦୫୦ ସୁଦ୍ଧା ଶହେ କୋଟି ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ହେବେ

ନୂଆଦିଲ୍ଲୀ,୨୩।୮: ବିଶ୍ୱର ପ୍ରାୟ ଶହେ କୋଟିରୁ ଊର୍ଦ୍ଧ୍ୱ ଲୋକ ୨୦୫୦ ସୁଦ୍ଧା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହେବେ, ଯାହା ସାଧାରଣତଃ ଗଣ୍ଠିକୁ ଅଧିକ ସଂକ୍ରମିତ କରିବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବିଶ୍ୱ ଜନସଂଖ୍ୟାର ପ୍ରାୟ ୧୫% ଲୋକ ବର୍ତ୍ତମାନ ଏହି ରୋଗରେ ପୀଡ଼ିତ। ୩୦ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସ ଲୋକଙ୍କ ସ୍ବାସ୍ଥ୍ୟ ଉପରେ (୧୯୯୦ ରୁ ୨୦୨୦) ୩୦ ବର୍ଷ ଧରି ଏହି ସର୍ଭେ କରାଯାଇଥିଲା। ଏଥିରୁ ଏକଥା ପ୍ରମାଣିତ ହୋଇଛି। ୨୦୨୦ରେ ୫୯୫ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା, ଯାହା ୧୯୯୦ରେ ୨୫୬ ନିୟୁତ ଥିଲା। ୧୯୯୦ରୁ ୨୦୨୦ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟା ପ୍ରାୟ ୧୩୨% ବୃଦ୍ଧି ପାଇଥିଲା। ଆମେରିକାର ସ୍ବାସ୍ଥ୍ୟ ମୂଲ୍ୟାଙ୍କନ ସଂସ୍ଥାନ(ଆଇଏଚଏମ୍‌ଇ)ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଏହା ୨୦୨୧ରେ ବିଶ୍ୱ ଜନସଂଖ୍ୟା ଉପରେ ରୋଗର ପ୍ରଭାବକୁ ନେଇ କରାଯାଇଥିବା ସର୍ଭେର ଏକ ଅଂଶ ଥିଲା। ମେଦବହୁଳ ଲୋକଙ୍କୁ ଆଣ୍ଠୁଗଣ୍ଠିବାତ ରୋଗ ଅଧିକ ମାତ୍ରାରେ ହେଉଥିବା ଏହି ସର୍ଭେରେ ଜଣାପଡ଼ିଥିଲା। ଲୋକସଂଖ୍ୟା ବୃଦ୍ଧି ଘଟୁଥିବାବେଳେ ଲୋକେ ଦୀର୍ଘାୟୁ ହେଉଛନ୍ତି। ଏଭଳି ସ୍ଥିତିରେ ଆମକୁ ସ୍ବାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ଆଇଏଚ୍‌ଏମ୍‌ଇର ବୈଜ୍ଞାନିକ ଜେମି ଷ୍ଟେଇନମେଜ୍‌ କହିଛନ୍ତି। ମେଦବହୁଳତା ତଥା ପୃଥୁଳ ଶରୀର ଆଣ୍ଠୁଗଣ୍ଠି ବାତ ରୋଗର ମୁଖ୍ୟ କାରଣ ବୋଲି କୁହାଯାଉଛି। ୧୯୯୦ରେ ୧୬% ମେଦବହୁଳ ରୋଗୀଙ୍କ ମଧ୍ୟରେ ଏହି ରୋଗ ଦେଖାଯାଉଥିବାବେଳେ ୨୦୨୦ ବେଳକୁ ଏହି ମାତ୍ରା ୨୦%କୁ ବୃଦ୍ଧି ପାଇଛି। ଯଦି ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ମେଦବହୁଳ ରୋଗକୁ ରୋକାଯାଇପାରିବ, ତେବେ ଏହି ରୋଗର ମାତ୍ରା ୨୦%ରେ ସୀମିତ ରହିବ ବୋଲି ସର୍ଭେରେ କୁହାଯାଇଛି। ଶାରୀରିକ ପରିଶ୍ରମ ନ କରିବା ମେଦବୃଦ୍ଧିର ମୂଳକାରଣ ହୋଇଥିବାବେଳେ ଏହା କ୍ରମେ ଆଣ୍ଠୁଗଣ୍ଠିକୁ ସଂକ୍ରମିତ କରିଥାଏ ବୋଲି କୁହାଯାଉଛି। ସେହିପରି ପୁରୁଷଙ୍କ ତୁଳନାର ମହିଳାମାନେ ଏହି ରୋଗରେ ଅଧିକ ପୀଡ଼ିତ ହୋଇଥାନ୍ତି ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି। ୨୦୨୦ରେ ୬୧% ମହିଳା ଏବଂ ୩୯% ପୁରୁଷ ଏହି ରୋଗରେ ପୀଡ଼ିତ ଥିଲେ। ଏହା ହେଉଛି ଏହି ରୋଗର ଲିଙ୍ଗଗତ ବ୍ୟବଧାନ। ତେବେ କେଉଁ କାରଣରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଏହି ରୋଗ ଅଧିକ ମାତ୍ରାରେ ଦେଖାଯାଉଛି ସେନେଇ ଅଧ୍ୟୟନ ଚାଲିଛି। କିନ୍ତୁ ଗବେଷକମାନେ ବିଶ୍ୱାସ କରୁଛନ୍ତି, ବଂଶାନୁକ୍ରମିକ ହରମୋନାଲ ବ୍ୟବଧାନ ଏହି ରୋଗ ସଂକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ ସୁଦ୍ଧା ଏହି ରୋଗର ସଫଳ ଚିକିତ୍ସା ହୋଇପାରୁନଥିବାବେଳେ ସତର୍କତା ଏବଂ ଆଗୁଆ ପଦକ୍ଷେପ ଏହି ରୋଗକୁ ଜଟିଳ ହେବାରୁ ରୋକାଯାଇପାରିବ। ଏହା ବ୍ୟତୀତ ଆଣ୍ଠୁ ପ୍ରତିରୋପଣ ଭଳି ଖର୍ଚ୍ଚାନ୍ତ ଚିକିତ୍ସା ମଧ୍ୟ ଆପଣାଇପାରିବ କିନ୍ତୁ ଏହା ନିମ୍ନ ଓ ମଧ୍ୟ ଆୟକାରୀ ଲୋକଙ୍କ ଲାଗି ସମ୍ଭବ ନୁହେଁ ବୋଲି ଏହି ସର୍ଭେରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri