Odisha Elections 2024

ଆଜିଠାରୁ ପିଆଜ ବିକିବ ଏନ୍‌ସିସିଏଫ୍‌

ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଗତ କିଛିଦିନ ହେଲା ପିଆଜ ଦର ଓ ପିଆଜର ମହଜୁଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇବା ସହିତ ଶୁଳ୍କ ମଧ୍ୟ ବୃଦ୍ଧି କରିଛନ୍ତି। ଏପରିକି କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍‌) ପରିମାଣ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୫ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରିଛନ୍ତି। ଫଳରେ ଚଳିତ ବର୍ଷ ପ୍ରାରମ୍ଭିକ ଭାବେ ସରକାର ୩ ଲକ୍ଷ ଟନ୍‌ ପିଆଜ ବଫର ଷ୍ଟକ୍‌ ଭାବେ ମହଜୁଦ କରି ରଖିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ହେଲେ ସେହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପରେ ଏହାକୁ ହଠାତ୍‌ ୫ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବଢ଼ାଇ ଦିଆଯାଇଛି। ବଫର ଷ୍ଟକ୍‌ର ଅର୍ଥ ହେଲା କୌଣସି ଏକ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ପାଇଁ ତାହାକୁ ଆବଶ୍ୟକ ପରିମାଣରେ ମହଜୁଦ୍‌ କରି ରଖିବା ଏବଂ ମୂଲ୍ୟ ଓ ଚାହିଦା ବୃଦ୍ଧି ସମୟରେ ତାହାକୁ ବଜାରକୁ ଛାଡ଼ି ତା’ର ମୂଲ୍ୟକୁ ସ୍ଥିର ରଖିବା। ବର୍ତ୍ତମାନ ସରକାର ପିଆଜର ବଫର ଷ୍ଟକ୍‌ ପରିମାଣ ବୃଦ୍ଧି କରିଥିବାରୁ ଅତିରିକ୍ତ ୨ଲକ୍ଷ ଟନ୍‌ ପିଆଜ କିଣିବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ୍‌ ଓ ନାଫେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ସଂସ୍ଥା ଏକ ଲକ୍ଷ ଟନ୍‌ ଲେଖାଏଁ ପିଆଜ ସଂଗ୍ରହ କରି ତାହାକୁ ମହଜୁଦ୍‌ ରଖିବେ। ଏହାଛଡା ମୂଲ୍ୟ ସ୍ଥିର ରଖିବା ପାଇଁ ମହଜୁଦ୍‌ ପିଆଜକୁ ସରକାର ଖାଉଟି ବଜାରକୁ ଛାଡ଼ିବେ। ତଦନୁସାରେ ସରକାରଙ୍କ ପାଖରେ ଯେଉଁ ପିଆଜ ମହଜୁଦ ଥିଲା ତାହାକୁ ବଜାରକୁ ଛଡ଼ାଗଲାଣି। ବର୍ତ୍ତମାନ ଦେଶର ବିଭିନ୍ନ ଅଞ୍ଚଳରେ ପିଆଜର ମୂଲ୍ୟ ସ୍ବାଭାବିକଠାରୁ ଉପରେ ରହିଛି, ତେଣୁ ମୂଲ୍ୟ ସ୍ଥିର ରଖିବାକୁ ମହଜୁଦ ପିଆଜ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯାଉଛି। ୨୦୨୩ ଅଗଷ୍ଟ ୨୦ ସୁଦ୍ଧା ବଫର ଷ୍ଟକ୍‌ରୁ ସରକାର ପ୍ରାୟ ୧୪୦୦ ମେଟ୍ରିକ ଟନ୍‌ ପିଆଜ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇ ସାରିଛନ୍ତି। ଏହି ଯୋଗାଣ ବ୍ୟବସ୍ଥା ପିଆଜ ବଜାରକୁ ସ୍ଥିର ରଖିବା ପର୍ଯ୍ୟନ୍ତ ଅବ୍ୟାହତ ରହିବ ବଫର ଷ୍ଟକରେ ଥିବା ପିଆଜକୁ ବିଭିନ୍ନ ପ୍ରମୁଖ ବଜାରକୁ ସରକାର ପଠାଇବା ସହିତ ଖୁଚୁରା କ୍ରେତାଙ୍କୁ ରିହାତି ମୂଲ୍ୟରେ କିଲୋ ପିଛା ୨୫ଟଙ୍କା ଦାମରେ ମଧ୍ୟ ବିକିବେ।
ଅପରପକ୍ଷରେ ସୋମବାଠାରୁ ଏନସିସିଏଫ ବିଭିନ୍ନ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ କିଲୋ ପ୍ରତି ୨୫ ଟଙ୍କାରେ ବିକିବେ। ଏପରିକି ମୋବାଇଲ ଭ୍ୟାନରେ ମଧ୍ୟ ବିଭିନ୍ନ ବଜାରରେ ଏହି ପିଆଜ ୨୫ଟଙ୍କା ମୂଲ୍ୟରେ ଖାଉଟିଙ୍କ ପାଇଁ ଉପଲବ୍ଧ। ଆଗାମୀ ଦିନରେ ଅନ୍ୟାନ୍ୟ ସଂସ୍ଥା ଓ ଇ-କମର୍ସ ମାଧ୍ୟମରେ ଖାଉଟିକୁ ମଧ୍ୟ ଶସ୍ତାରେ ପିଆଜ ଯୋଗାଇ ଦେବାକୁ ସରକାର କ୍ରମଶଃ ପ୍ରକ୍ରିୟା ଆରମ୍ଭ କରିବେ। ସରକାର ପିଆଜର ବଫର ଷ୍ଟକ୍‌ ପରିମାଣ ବୃଦ୍ଧି କରିଥିବାରୁ ଏହାର ଲାଭ ଉଭୟ ଚାଷୀ ଓ ଖାଉଟି ପାଇବେ। ଯେଉଁ ବ୍ୟବସାୟୀମାନେ ପିଆଜ ରପ୍ତାନୀ କରୁଛନ୍ତି ସେମାନଙ୍କୁ ବହୁ ଅଧିକ ରପ୍ତାନୀ ଟିକସ ଏବେ ଦେବାକୁ ପଡିବ। ସରକାର ପିଆଜ ରପ୍ତାନୀ ଉପରେ ମଧ୍ୟ ପରୋନ କଟକଣା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri