ଓଟିଇଟି ପରୀକ୍ଷା ପାଇଁ ହିନସ୍ତା ହେଲେ ପରୀକ୍ଷାର୍ଥୀ: ଶଙ୍ଖା, ମଙ୍ଗଳସୂତ୍ର କାଢ଼ି ପରୀକ୍ଷା ଦେଲେ ସଧବା

ଖଣ୍ଡପଡା,୬।୮(ସ୍ବ.ପ୍ର.)-ଚଳିତ ଓଟିଇଟି ପରୀକ୍ଷାରେ ନୟାଗଡ଼ ଜିଲା ପାଣିପଇଲା ନିକଟ ଇଞ୍ଜିନିୟରିଂ କଲେଜ ପରୀକ୍ଷାକେନ୍ଦ୍ରରେ ସୋମବାର ପରୀକ୍ଷାର୍ଥୀମାନଙ୍କୁ ବହୁ ହିନସ୍ତା ହେବାକୁ ପଡିଛି। ପରୀକ୍ଷାକେନ୍ଦ୍ର ଭିତରକୁ ପଶିବା ପୂର୍ବରୁ ସେମାନଙ୍କ ହାତ, ବେକରୁ ଚୁଡି ଗହଣା କାଢିବା ପାଇଁ ବାଧ୍ୟ କରାଯାଇଛି। ସେମାନଙ୍କ ମଧ୍ୟରେ ଥିବା ବହୁ ନବ ବିବାହିତା ତଥା ସଧବାଙ୍କ ହାତରୁ ଶଙ୍ଖା, ବେକରୁ ମଙ୍ଗଳସୂତ୍ର କାଢ଼ିବା ନେଇ ଅଭିଭାବକ ତଥା ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ପ୍ରକାଶ ଯେ, ନୟାଗଡ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି, ବିଦ୍ୟାବିହାରରେ ସୋମବାର ୩ ସିଟିଂରେ ଶତାଧିକ ଗୁରୁ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି) ଦେଇଥିଲେ ା ସଂପୃକ୍ତ ପରୀକ୍ଷାର୍ଥୀମାନେ ପୂର୍ବରୁ ଅନ ଲାଇନରେ ମିଳିଥିବା ଆଡିମିଟ କାର୍ଡର ସୂଚନା କ୍ରମେ କୌଣସି ପ୍ରାର୍ଥିନୀ/ ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରକୁ କଲମ, ମୋବାଇଲ ନ ନେବା ପାଇଁ ସୂଚନା ରହିଥିବା ବେଳେ କେବଳ ନିଜର ପରିଚୟ ପାଇଁ ଭୋଟର ଆଇଡି କିମ୍ବା ଆଧାର କାର୍ଡ ନେବାକୁ ପଡିବ ବୋଲି ଉଲ୍ଲେଖ ଥିଲା। ଏହି ସୂଚନା କ୍ରମେ ସମସ୍ତ ପରୀକ୍ଷାର୍ଥିନୀ/ ପରୀକ୍ଷାର୍ଥୀ କେବଳ ଆଧାର କାର୍ଡ କିମ୍ବା ଭୋଟର ଆଇଡି ନେଇ ପରୀକ୍ଷା କେନ୍ଦ୍ର ପରିସର ମଧ୍ୟକୁ ଯିବାକୁ ଅନୁଷ୍ଠାନର ମୁଖ୍ୟ ଫାଟକ ପାଖରେ ଅପେକ୍ଷା କରିଥିଲେ ା ଗେଟକିପର ପରୀକ୍ଷା ଦେବାକୁ ଆସିଥିବା ସମସ୍ତ ପିଲାଙ୍କୁ ବିଶେଷକରି ମହିଳାମାନଙ୍କୁ (ବିବାହିତ ଅବା ଅବିବାହିତ) ସମସ୍ତ ଅଳଙ୍କାର ଏପରିକି ବିବାହିତା ମହିଳାମାନଙ୍କୁ ମଙ୍ଗଳସୂତ୍ର, ହାତର ଚୁଡି, ଶଙ୍ଖା, ମୁଦି, ପାଉଁଜି ଓ ନାକଫୁଲ ବାହାର କରି ଯିବାକୁ ପରାମର୍ଶ ଦେଇଥିଲେ ା ସାଥିରେ ଆସିଥିବା ଅଭିଭାବକମାନେ ଏହାର ପ୍ରତିବାଦ କରି ଅନୁଷ୍ଠାନର ମୁଖ୍ୟଙ୍କ ସହ ଆଲୋଚନା କରିବାକୁ କହିଥିଲେ ମଧ୍ୟ ଗେଟ୍‌କିପର ସେମାନଙ୍କ କଥାକୁ କର୍ଣ୍ଣପାତ କରି ନଥିଲା ା ବହୁ ଚେଷ୍ଟା କଲେ ମଧ୍ୟ ଅନୁଷ୍ଠାନର ମୁଖ୍ୟଙ୍କ ସହ ଯୋଗାଯୋଗ ହୋଇ ପାରିଲା ନାହିଁ ା ସେହିପରି କେନ୍ଦ୍ର ବାହାରେ ତନଖି କରୁଥିବା କେତେକ କର୍ମଚାରୀ ମଧ୍ୟ ସବୁ ଅଳଙ୍କାର ଖୋଲି ପରୀକ୍ଷା ଦେବାକୁ କହିଥିଲେ ା ବିବାହିତା ପରୀକ୍ଷାର୍ଥୀମାନେ ବାଧ୍ୟ ହୋଇ ବେକରୁ ମଙ୍ଗଳସୂତ୍ର, ହାତରୁ ଶଙ୍ଖା, ଚୁଡି, ପାଉଁଜି, ମୁଦି ଖୋଲି ମୁଖ୍ୟ ଫାଟକ ମଧ୍ୟକୁ ପ୍ରବେଶ କରିଥିଲେ ା ଜଣେ ହିନ୍ଦୁ ସଧବାଙ୍କ ବେକରୁ ମଙ୍ଗଳସୂତ୍ର ଓ ହାତରୁ ଶଙ୍ଖା, ଚୁଡ଼ି ଖୋଲିବା ଦୃଶ୍ୟ ଖୁବ୍‌ ଅଶୋଭନୀୟ ଥିଲା। ନବ ବିବାହିତା ଅନେକ ଛାତ୍ରୀ ନିଜକୁ ଖୁବ୍‌ ଅସହାୟ ମନେକରି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମୁଣ୍ଡପାତି ସହି ଯାଇଥିଲେ ା ଏପରି ଅଭାବନୀୟ ଘଟଣା ସମ୍ପର୍କରେ ନୟାଗଡ ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୌଣସି ଜଣେ ହିନ୍ଦୁନାରୀ ହାତରୁ ଶଙ୍ଖା କିମ୍ବା ମଙ୍ଗଳସୂତ୍ର ଖୋଲିବା ଆଦୌ ସମିଚୀନ ନୁହେଁ ବୋଲି କହିଥିଲେ। ଏପରି ଏକ ଅଭାବନୀୟ ଘଟଣା ପାଇଁ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri